ଭାରତୀୟ ବଜାର ପାଇଁ ବଦ୍ଧପରିକର ଫୋର୍ଡ; ଉତ୍ପାଦନ ବୃଦ୍ଧି ନେଇ ମହିନ୍ଦ୍ରା ସହ ହେବ ଚୁକ୍ତି

ନୂଆଦିଲ୍ଲୀ,୨୮-୯: ବର୍ତ୍ତମାନ ଭାରତରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଚୁକ୍ତି କରି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି କାର୍ଯ୍ୟାରମ୍ଭ କରିଛି। ମହିନ୍ଦ୍ରା ସହ ଚୁକ୍ତି ଅନୁଯାୟୀ ବାର୍ଷିକ ୪ ଲକ୍ଷ ୪୦ ହଜାର ଗାଡ଼ି ଉତ୍ପାଦନ କରାଯିବ। ୨୬ ସେପ୍ଟେମ୍ବର ୨୦୧୯ର ‘ଧରିତ୍ରୀ’ର ପ୍ରଥମ ପୃଷ୍ଠାରେ ‘ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହା ଏକ ଉଡ଼ା ଖବର ଓ ଭିତ୍ତିହୀନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଖବର ସୂତ୍ର ସମ୍ପର୍କରେ ଠିକ୍‌ ଭାବେ ଯାଞ୍ଚ କରା ଯାଇନାହିଁ ବୋଲି କମ୍ପାନୀ କହିଛି।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଫୋର୍ଡ ମୋଟର କମ୍ପାନୀ ନିଷ୍ପତ୍ତି ନେଇଛି। ଦୁଇ କମ୍ପାନୀ ମଧ୍ୟରେ ଏନେଇ ଗତ କିଛି ମାସ ହେବ ଆଲୋଚନା ଚାଲିଛି। ଯୌଥ ଉଦ୍ୟୋଗ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଫୋର୍ଡ କହିଛି। ତେବେ କମ୍ପାନୀ ଦେଶ ଛାଡ଼ି ଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାକୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରି ଫୋର୍ଡ ଦେଶଛାଡ଼ି ଚାଲିଯିବ ବୋଲି ‘ଧରିତ୍ରୀ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଯୌଥ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଭୟ କମ୍ପାନୀ ଖୁବଶୀଘ୍ର ଏକ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁଯାୟୀ, ନୂଆ ଯୌଥ ଉଦ୍ୟୋଗରେ ମହିନ୍ଦ୍ରାର ୫୧% ଏବଂ ଫୋର୍ଡର ୪୯% ଅଂଶଧନ ରହିବ। ଫୋର୍ଡ ଏହାର ଚେନ୍ନାଇ କାରଖାନା ସମେତ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଯୌଥ ଉଦ୍ୟୋଗ ହାତକୁ ହସ୍ତାନ୍ତରିତ କରିବ। ତେବେ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ଭାରତ ଛାଡ଼ିବ ନାହିଁ। ମହିନ୍ଦ୍ରା ସହିତ ଭବିଷ୍ୟତର ପାର୍ଟନରଶିପ୍‌ ମାଧ୍ୟମରେ ନିଜର ରଣନୈତିକ, ଉତ୍ପାଦନ ଏବଂ ବ୍ୟବସାୟିକ ଦକ୍ଷତା ବୃଦ୍ଧି ଲାଗି ଫୋର୍ଡ ଆଲୋଚନା ଚଳାଇଥିବା କମ୍ପାନୀ ମୁଖପାତ୍ର କହିଛନ୍ତି। ତେବେ ଏନେଇ ମିଡିଆରେ ଚାଲିଥିବା କଳ୍ପନାଜଳ୍ପନା ଉପରେ ବର୍ତ୍ତମାନ କିଛି କହିହେବ ନାହିଁ। ଠିକ୍‌ ସମୟରେ ଫୋର୍ଡ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ଫୋର୍ଡର ଏକ ଶକ୍ତିଶାଳୀ ବ୍ରାଣ୍ଡ ରହିଥିବା ବେଳେ ନିଜର ଗ୍ରାହକ, ଡିଲର ନେଟ୍‌ଓ୍ବାର୍କ ରହିଛି। କମ୍ପାନୀ ଦେଶରେ ନିଜର ଉପସ୍ଥିତିକୁ ଅଧିକ ମଜଭୁତ କରିବା ସହ ପୋର୍ଟଫୋଲିଓ ବୃଦ୍ଧି କରିବ। ନୂଆ କମ୍ପାନୀ ଦ୍ୱାରା ଫୋର୍ଡ ବ୍ରାଣ୍ଡ୍‌ କାର୍‌ ଦେଶରେ ନିର୍ମାଣ ଓ ବିକ୍ରି ଜାରି ରହିବ। ଏହାଛଡା ନୂଆ କମ୍ପାନୀ ମାଧ୍ୟମରେ ବିଦେଶକୁ ମଧ୍ୟ ରପ୍ତାନି କରାଯିବ। ମହିନ୍ଦ୍ରା ସହ ମିଶି ମିଡ୍‌ ସାଇଜ୍‌ ଏସ୍‌ୟୁଭି ନିର୍ମାଣ ଫୋର୍ଡର ଭବିଷ୍ୟତର ଉତ୍ପାଦକୁ ଦର୍ଶାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ଫୋର୍ଡର ସଫଳତାରୁ ଅନ୍ୟ ବିକାଶଶୀଳ ବଜାରରେ କମ୍ପାନୀ ନିଜର ଉପସ୍ଥିତି ଜାହିର କରିପାରିବ। ସୂଚନାଥାଉ କି, ଉତ୍ପାଦ ବିକାଶ, ଇଲେକ୍ଟ୍ରିକ ଗାଡ଼ି ଏବଂ ଭାରତ ତଥା ବିକାଶଶୀଳ ଦେଶରେ ଏହାର ବିତରଣ ନେଇ ଫୋର୍ଡ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟରେ ୨୦୧୭ରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଉଭୟ କମ୍ପାନୀ ନୂଆ ଏସ୍‌ୟୁଭି ଏବଂ କ୍ଷୁଦ୍ର ଇଲେକ୍ଟ୍ରିକ କାର୍‌ ନିର୍ମାଣ କରିବା ଲାଗି ଗତ ବର୍ଷ ରାଜି ହୋଇଥିଲେ।
ଏହି ପ୍ରସଙ୍ଗରେ ଫୋର୍ଡ ଇଣ୍ଡିଆ ଲାଗି ଓଡ଼ିଶାର ପ୍ରମୁଖ ଡିଲରଶିପ ଦାୟିତ୍ୱରେ ଥିବା ଗର୍ଗସନ ଅଟୋମୋବାଇଲର ଉପସଭାପତି ରଞ୍ଜନ ମହାପାତ୍ର କହିଛନ୍ତି ଯେ, ଫୋର୍ଡ ଦେଶ ଛାଡି ଯିବାର କୌଣସି ଯୋଜନା ନାହିଁ। କମ୍ପାନୀ ଏହାର ପରିଚାଳନାକୁ ଆହୁରି ଦୃଢ କରିବାକୁ ମହିନ୍ଦ୍ରା ସହ ଚୁକ୍ତିରେ ସାମିଲ ହେବା ନେଇ ଅଗ୍ରସର ହୋଇଛି। ଏହି ଚୁକ୍ତି ଦ୍ୱାରା ଘରୋଇ ବଜାରରେ ଉପସ୍ଥିତିକୁ ଆହୁରି ମଜଭୂତ କରିବା ଦିଗରେ ଫୋର୍ଡ ସକ୍ଷମ ହୋଇ ପାରିବ। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ନେଇ ଫୋର୍ଡ ସର୍ବଦା ପ୍ରୟାସ ଜାରି ରଖିଛି। ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?