Posted inଜାତୀୟ

ଭାରତର ହଳଦୀ ଦ୍ୱାରା କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍‌

ଥିରୁଭାନନ୍ତପୁରମ୍‌,୧୫।୧: କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ ଘରୋଇ ଜ୍ଞାନକୌଶଳ ତଥା ଦେଶୀ ଚିକିତ୍ସା ଦ୍ୱାରା ମଧ୍ୟ କ୍ୟାନ୍‌ସର ସେଲ୍‌କୁ ନଷ୍ଟ କରାଯାଇପାରୁଛି। ହଳଦୀ ବ୍ୟବହାର ଦ୍ୱାରା ଏଭଳି ଜ୍ଞାନକୌଶଳ ବିକଶିତ କରିପାରିଥିବା କେରଳର ଥିରୁଭାନନ୍ତପୁରମ୍‌ର ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌କୁ ଆମେରିକାର ପାଟେଣ୍ଟ୍‌ ମିଳିଛି। କ୍ୟାନସର ପ୍ରଭାବିତ ସ୍ଥାନରେ ହଳଦୀର ବ୍ୟବହାର ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ମୁଖ୍ୟ ଲିସୀ କ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି। ହଳଦୀରେ ଥିବା ଆଣ୍ଟି କ୍ୟାନ୍‌ସର ଗୁଣଯୋଗୁ ଏହା ସମ୍ଭବ ହୋଇପାରିଥାଏ। ଏହା ସହଜରେ ରକ୍ତରେ ଅବଶୋଷିତ ହେବା ସହିତ ରକ୍ତ ଜମାଟ ପ୍ରକିୟାକୁ ପ୍ରତିରୋଧ କରିଥାଏ। ମାନବ ରକ୍ତର ଫ୍ରିବ୍ରିନ୍‌ରେ ଥିବା ଆଲବୁମିନ୍‌ ରକ୍ତ ଜମାଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହା କ୍ୟାନ୍‌ସର କୋଷିକାକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ହଳଦୀ ବ୍ୟବହାର ଦ୍ୱାରା ଧୀରେଧୀରେ କ୍ୟାନ୍‌ସର କୋଷିକା ନଷ୍ଟ ହେବା ସହିତ ଏହା ନିକଟବର୍ତ୍ତୀ କୋଷିକା ସୁରକ୍ଷିତ ଏବଂ ସଶକ୍ତ ହୋଇପାରିଥାନ୍ତି। ପାଟେଣ୍ଟ ମିଳିବା ପରେ ଏବେ ଏହି ଜ୍ଞାନକୌଶଳକୁ ଅନ୍ୟ ଘରୋଇ ତଥା ଅନ୍ତର୍ଜାତୀୟ ଚିକିତ୍ସା ସଂସ୍ଥାକୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ନିର୍ଦ୍ଦେଶକ ଆଶା କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri