ଭାରତର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ

ଶାରଦା ପ୍ରସନ୍ନ ବେହେରା

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚତ୍ବ ଓ କମ୍‌ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିବା ପରେ ଏହି ମୌସୁମୀ ବାୟୁକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି। ଆଜକୁ ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଏସିଆ ସହ ଭାରତର ମିଶ୍ରଣ ଯୋଗୁ ତିବ୍ବତୀୟ ମାଳଭୂମି ସୃଷ୍ଟି ଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୃଢ଼ୀଭୂତ ହୋଇଥିଲା। ଭୂତତ୍ତ୍ୱ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଚାଇନାର ଲୋଏସ୍‌ ମାଳଭୂମିରୁ ବାୟୁ ପ୍ରବାହ ଯୋଗୁ ଜମାହୋଇ ରହିଥିବା ଧୂଳିକଣାକୁ ଆଧାର କରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ପ୍ରାୟ ୮ ନିୟୁତ ବର୍ଷ ପୂର୍ବେ ଦୃଢ଼ୀଭୂତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ମୌସୁମୀର ଗତି ଓ ଶକ୍ତି ଉପରେ ପ୍ରଭାବ ପକାଉଥିବାବେଳେ ତିବ୍ବତୀୟ ମାଳଭୂମିର ଉପତ୍ତ୍ତି ବେଳେ ପ୍ରାୟ ୨୪ ନିୟୁତ ବର୍ଷ ପୂର୍ବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କ୍ରିୟାଶୀଳ ହୋଇଛି। ଲଘୁଚାପ ଓ ଗୁରୁଚାପ ଭଳି ବାୟୁମଣ୍ଡଳର ଜାଗତିକ କ୍ରିୟାରେ ମୌସୁମୀର ସୃଷ୍ଟି ହୋଇଥାଏ। ପ୍ରାୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୌସୁମୀର ପ୍ରଭାବ ବ୍ୟାପକତା ଧାରଣ କରିଥାଏ।
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ କୌଣସି ସମୁଦ୍ର ଉପକୂଳବର୍ତ୍ତୀ ଭୂଖଣ୍ଡର ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ ତାହାର ଶୂନ୍ୟସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ଥିବା ଶୀତଳ ବାୟୁ ଧାଇଁ ଆସିଥାଏ। ଖାଲି ସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ପ୍ରଭାବିତ ହୋଇ ଆସିଥିବା ବାୟୁମଣ୍ଡଳ ସାଙ୍ଗରେ ସମୁଦ୍ର ଜଳ ନେଇ ପ୍ରବଳ ଆର୍ଦ୍ର ହୋଇସାରିଥାଏ। ଭୂଖଣ୍ଡରେ ପହଞ୍ଚତ୍ବା ପରେ ଅନେକ ବଡ଼ ବଡ଼ ପାହାଡ଼ ପର୍ବତ ଏହି ବାୟୁର ବାଟ ରୋକିଥାନ୍ତି ା ଫଳରେ ଏହାର ତାପମାତ୍ରା ବୃଦ୍ଧି ପାଇବା ସହ ଏହା ଘନୀଭୂତ ହେବାକୁ ଲାଗେ। ଅଧିକ ଘନୀଭୂତ ହେବା ପରେ ମୌସୁମୀ ବାୟୁ ଜଳକଣା ରୂପ ନେଇ ବର୍ଷିବା ଆରମ୍ଭ କରିଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତଠାରୁ ୩ହଜାର କିଲୋମିଟର ଦୂରରେ ଥିବା ଦକ୍ଷିଣ-ପୂର୍ବ ଆଫ୍ରିକା ଉପକୂଳବର୍ତ୍ତୀ ଭାରତ ମହାସାଗରରେ ଥିବା ମାଡାଗାସ୍କର ଦ୍ୱୀପପୁଞ୍ଜ ନିକଟରେ ଜନ୍ମ ନେଇଥାଏ। ଭାରତ ଉପରେ ମୌସୁମୀ ବାୟୁ ପହଞ୍ଚତ୍ବା ପାଇଁ ବିଭିନ୍ନ ରାସ୍ତା ଧରିଥାଏ। ସେ ସ୍ଥାନରୁ ଗୁରୁଚାପରୁ ପ୍ରବାହିତ ବାୟୁ ପ୍ରଥମେ ମାଡାଗାସ୍କର ଦେଇ ଆଫ୍ରିକା ମହାଦେଶର ସୋମାଲିଆରେ ପହଞ୍ଚତ୍ଥାଏ। ସେଠାରେ ପହଞ୍ଚତ୍ଲା ବେଳକୁ ଅର୍ଥାତ୍‌ ମେ ମାସର ପରବର୍ତ୍ତୀ ସମୟରେ ଭାରତ ମହାସାଗର ଦେଇ ଯାଇଥିବା ଏହି ବାୟୁରେ ପରିବର୍ତ୍ତନ ଘଟି ଏହା ଜେଟ୍‌ ଷ୍ଟ୍ରିିମ୍‌ର ରୂପ ନେଇଥାଏ। ସେଠାରୁ ଏହା ଅଧିକ କ୍ଷମତାଶାଳୀ ହୋଇ ଦକ୍ଷିଣ-ପଶ୍ଚିମ ଦିଗରେ ଏସିଆ ମହାଦେଶ ଆଡ଼କୁ ମୁହଁାଇଥାଏ। ଭାରତ ଉପକୂଳରେ ଏହା ସମୁଦ୍ର ପତ୍ତନର ପନ୍ଦର କିଲୋମିଟର ଉପରେ ପ୍ରବାହିତ ହୋଇଥାଏ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ବୈଜ୍ଞାନିକ ଦିଗ ହେଉଛି ଭାରତରେ ମେ’ ମାସରେ ଗ୍ରୀଷ୍ମ ପ୍ରବାହ ଚାଳିଶରୁ ପଚାଶ ଡିଗ୍ରୀ ମଧ୍ୟରେ ପହଞ୍ଚତ୍ ସାରିଥାଏ। ଉତ୍ତରଭାରତର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଭାରତର ସବୁଠୁ ବଡ଼ ମରୁଭୂମି ଥର୍‌ ଅଞ୍ଚଳରେ ବହୁ ଉଚ୍ଚରେ ଏହାର ପ୍ରଭାବ ରହିଥାଏ। ଉତ୍ତର ମଧ୍ୟଭାରତ ଭୂଭାଗରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇ ସେହି ସମୟରେ ସୋମାଲିଆରୁ ଏସିଆ ଅଭିମୁଖେ ଆସୁଥିବା ମୌସୁମୀ ବାୟୁ ଭାରତ ଭୂଭାଗ ଉପର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ ପୂରଣ କରିବାକୁ ତୀବ୍ର ବେଗରେ ଗତି କରିଥାଏ। ବାଟରେ ଏହା ବଙ୍ଗୋପସାଗର ଓ ଆରବ ସାଗର ଉପରେ ଆସି ଅଧିକ ଶକ୍ତିଶାଳୀ ହୋଇଥାଏ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ମେ ୧୫ରେ ପହଞ୍ଚତ୍ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରେ। ଜୁନ୍‌ ପହିଲା ବେଳକୁ ଏହା କେରଳ ଛୁଇଁସାରିଥାଏ। ସେଠାରୁ ମୌସୁମୀ ବାୟୁ ଉତ୍ତରକୁ ଗତି କରି ଦକ୍ଷିଣରୁ ଉତ୍ତର ଭାରତକୁ ବର୍ଷାରେ ଭିଜାଇଥାଏ। ବଙ୍ଗୋପସାଗରରୁ ଜଳ ନେଇ ଉତ୍ତରଭାରତକୁ ଗତି କରୁଥିବା ମୌସୁମୀ ଜୁନ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ନିଜର ଉପସ୍ଥିିତି ଜାହିର କରି ଜୋରଦାର ବର୍ଷା କଷି ଦେଇଥାଏ। ମୌସୁମୀ ଭାରତରେ ଅଧିକ ସମୟ ଘୂରି ବୁଲିଥାଏ।
ଭାରତରେ ମୋଟ ବର୍ଷାର ସିଂହଭାଗ ଅର୍ଥାତ୍‌ ୮୦ ଭାଗ ପାଖାପାଖି ଦକ୍ଷିଣ-ପଶ୍ଚିମ ମୌସୁମୀରୁ ହିଁ ହୋଇଥାଏ। ଭାରତର ଚାଷୀ ପାଇଁ ଏହି ମୌସୁମୀ ବର୍ଷା ବଡ଼ ଆଶୀର୍ବାଦ, ଯାହାଦ୍ୱାରା ଖାଦ୍ୟ ଉପତ୍ାଦନ ବ୍ୟାପକ ହୋଇଥାଏ। ଜୁଲାଇ ସୁଦ୍ଧା ରାଜସ୍ଥାନ ଅଞ୍ଚଳରେ ମୌସୁମୀ ପହଞ୍ଚତ୍ ସାରିଥାଏ ା ପରିଶେଷରେ ୧୫ ଜୁଲାଇ ପରେ ପରେ ମୌସୁମୀ ଭାରତର ପଡ଼ୋଶୀ ଦେଶ ପାକିସ୍ତାନକୁ ପ୍ରବେଶ କରିଥାଏ। ବାତ୍ୟାଭଳି ସ୍ଥିତିରେ ଆର୍ଦ୍ରତା ହରାଇ ବସିଥିବା ପଶ୍ଚିମ ମୌସୁମୀ ବାୟୁ ତିବ୍ବତୀୟ ଗୁରୁଚାପ ଅଞ୍ଚଳକୁ ଧାଇଁ ଯାଏ। ଶେଷରେ ମୌସୁମୀ ବାୟୁ ପୁଣି ତା’ର ଉପତ୍ତ୍ତି ସ୍ଥଳ ମାଡାଗାସ୍କରକୁ ପ୍ରତ୍ୟାବର୍ତ୍ତନ କରି ନିଶ୍ଚିହ୍ନ ହୋଇଯାଏ। ପ୍ରାୟ ପ୍ରତିବର୍ଷ ମୌସୁମୀ ବର୍ଷାରେ ଭାରତର ବହୁ ରାଜ୍ୟ ବନ୍ୟାରେ ଭାସିଥାଏ। ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇ ବ୍ୟାପକ ଧନଜୀବନ ହାନି ଘଟିଥାଏ। ଚାଷୀକୁଳ ପାଇଁ ମୁଖ୍ୟ ଅବଦାନ ରଖିଥାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ା ଇଏ ଭାରତର ଜୀବନରେଖା। ମୌସୁମୀର ଆଗମନକୁ କିଛି କ୍ଷତି ସତ୍ତ୍ୱେ ସମସ୍ତେ ଚାତକ ଭଳି ଚାହିଁ ବସିଥାନ୍ତି।
ବିରଜା କଲୋନୀ, ଯୋବ୍ରା, କଟକ, ଦୂରଭାଷ : ୭୬୫୭୦୭୧୯୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri