Posted inଖେଳ

ଭାରତ ସିରିଜ ବିଜୟୀ

ମୁମ୍ବାଇ, ୧୧।୧୨-ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୬୭ ରନରେ ହରାଇ ଦେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ବୃହତ୍‌ ୨୪୧ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା। ଏଥି ସହିତ ଭାରତ ଟି୨୦ ସିରିଜକୁ ୨-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି।
ବୃହତ୍‌ ବିଜୟ ଲକ୍ଷ୍ୟ ଜନିତ ଚାପରୁ ମୁକୁଳି ପାରି ନ ଥିଲା ଓ୍ବେଷ୍ଟଇଣ୍ଡିଜ। ଦଳର ଇନିଂସ ଆରମ୍ଭରେ ଏହା ପରିକ୍ଷଲିତ ହୋଇଥିଲା। ବଡ଼ ଶଟ୍‌ ଖେଳିବା ଆଶାରେ ମାତ୍ର ୧୭ ରନ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର ୩ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ କିଙ୍ଗ୍‌(୫), ଲେଣ୍ଡଲ ସିମନ୍ସ(୭) ଓ ନିକୋଲାସ ପୁରନ(୦) ଆଉଟ ହୋଇ ଯାଇଥିଲେ। ଶିମରନ ହେଟମେର ଓ ଅଧିନାୟକ କିରନ ପୋଲାର୍ଡ ଦ୍ରୁତ ହାରରେ ରନ ସଂଗ୍ରହ କରି ୪ର୍ଥ ଉଇକେଟ ଯୋଡ଼ିରେ ୭୪ ରନ ଯୋଗ କରିଥିଲେ। ମାତ୍ର ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ହେଟମେର ୨୪ ବଲ୍‌ରୁ ୧ ଚୌକା ଓ ୫ ଛକା ସହାୟତାରେ ୪୧ ରନ କରିଥିବାବେଳେ କୁଲଦୀପ ଯାଦବଙ୍କ ବଲ୍‌ରେ କ୍ରମାଗତ ତୃତୀୟ ଛକା ମାରିବା ଉଦ୍ୟମରେ ଆଉଟ ହୋଇଥିଲେ। ମିଡଲ ଅର୍ଡରରେ ଜାସନ ହୋଲ୍ଡର ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ। ପୋଲାର୍ଡ ଷ୍ଟ୍ରୋକପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କ ଆଉଟ ସହ ଓ୍ବେଷ୍ଟଇଣ୍ଡିଜ ଲଢ଼େଇ ଶେଷ ହୋଇ ଯାଇଥିଲା। ୩୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପୋଲାର୍ଡ ୫ ଚୌକା ଓ ୬ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଦୀପକ ଚହର ଓ ମହମ୍ମଦ ଶାମି ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।

ରୋହିତ-ରାହୁଲଙ୍କ ଶତକୀୟ ଭାଗୀଦାରି
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ। ସିରିଜ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜଭାବେ ନେଇଥିଲା ଟିମ୍‌ ଇଣ୍ଡିଆ। ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ଉଇକେଟରେ ଦ୍ରୁତ ଶତକୀୟ ଭାଗୀଦାରି ଗଢ଼ି ଦଳପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ରୋହିତ ଏଠାରେ ଖେଳିଥିଲେ ଦର୍ଶନୀୟ ଇନିଂସ। ଦଳୀୟ ସ୍କୋର ୧୧.୪ ଓଭରରେ ୧୩୫ରେ ପହଞ୍ଚତ୍ବାପରେ ସେ ବ୍ୟକ୍ତିଗତଭାବେ ୭୧ ରନ କରି ଆଉଟ ହୋଇଥିଲେ। ମାତ୍ର ୩୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୋହିତ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୫ ଛକା ମାରିଥିଲେ। ଏହି ଅବସରରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ପୂରଣ କରିଥିଲେ। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନଭାବେ ସେ ଏହି ଗୌରବ ଅର୍ଜନ କରିଥିଲେ। ରୋହିତଙ୍କୁ ଆଉଟ କରି କେସରିକ୍‌ ଓ୍ବିଲିୟମ୍ସ ଓ୍ବେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ଥ୍ରୁ ଦେଇଥିଲେ। ଯୁବ ଉଇକେଟ କିପର ରିଷଭ ପନ୍ତ ଆରମ୍ଭରୁ ବଡ଼ ଶଟ୍‌ ଖେଳିବା ଚକ୍କରରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହାର କୌଣସି ପ୍ରଭାବ ଭାରତୀୟ ଇନିଂସ ଉପରେ ପଡ଼ି ନ ଥିଲା। ଅଧିନାୟକ କୋହଲି କ୍ରିଜରେ ଯୋଗ ଦେବାପରେ ରନହାର ପୂର୍ବାପେକ୍ଷା ଆହରି ଦ୍ରୁତ ହାରରେ ବୃଦ୍ଧି ପାଇଥିଲା। ଭଲ ଆରମ୍ଭ କରିଥିବା ରାହୁଲ ନିଜ ଇନିଂସର ଶେଷ ଭାଗରେ ଅପେକ୍ଷାକୃତ ଧିମା ହୋଇଯାଇଥିଲେ ହେଁ ବିରାଟ ଖେଳିଥିଲେ ବିସ୍ଫୋରକ ଇନିଂସ। ଉଭୟ ବ୍ୟାଟ୍ସମ୍ୟାନ ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କୁ ଧୂଳି ଚଟେଇ ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୨୦ତମ ଓଭରର ୪ର୍ଥ ବଲ୍‌ରେ ଆଉଟ ହୋଇଥିଲେ ରାହୁଲ। ୫୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରାହୁଲ ୯ ଚୌକା ଓ ୪ ଛକା ସହାୟତାରେ ୯୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ସେ ମାତ୍ର ୯ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ତେବେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରାହୁଲଙ୍କ ଚମତ୍କାରିତା ଅବ୍ୟାହତ ରହିଥିଲା। ଏଠାରେ ନିଜର ପୂର୍ବ ୨ ଇନିଂସରେ ୯୪(୬୦ ବଲ) ଓ ୧୦୦*(୬୪) ରନ କରିଥିବା ରାହୁଲ ଏଥର ମଧ୍ୟ ୯୦ରୁ ଅଧିକ ରନ ସ୍କୋର କରିଥିଲେ। ଫର୍ମରେ ଥିବା ବିରାଟଙ୍କୁ ରୋକିବା ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିଲା। ଶେଷ ବଲ୍‌ରେ ଛକା ମାରି ଭାରତୀୟ ଇନିଂସର ମୁଣ୍ଡି ମାରିଥିଲେ ଏହି ଅଧିନାୟକ। ସେ ମାତ୍ର ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୭ ଛକା ସହାୟତାରେ ୭୦ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ କଟ୍ରେଲ, କେସରିକ୍‌ ଓ୍ବିଲିୟମ୍ସ ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୪୦ ରନ ଟି୨୦ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଏହି ଫର୍ମାଟରେ ୨୬୦/୫(ବନାମ ଶ୍ରୀଲଙ୍କା) ଏବଂ ୨୪୪/୪(ବନାମ ଓ୍ବେଷ୍ଟଇଣ୍ଡିଜ) ଭାରତର ସର୍ବାଧିକ ସ୍କୋର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri