ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। ଏହି ଆସନ ଲାଗି ସଦସ୍ୟତା ଅବଧି ୨ ବର୍ଷ। ଆସନ୍ତାବର୍ଷ ଜୁନ୍‌ରେ ୫ଟି ଅସ୍ଥାୟୀ ସଦସ୍ୟତା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପ୍ରାର୍ଥତ୍ତ୍ୱକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀର ସମସ୍ତ ୫୫ ସଦସ୍ୟ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଥିବାରୁ ଭାରତ ପକ୍ଷରୁ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିତ୍ବା ରାଷ୍ଟ୍ରଦୂତ ସୟେଦ ଆକବରୁଦ୍ଦିନ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ସମର୍ଥନକାରୀ ଦେଶ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏଟ୍‌, କିର୍‌ଗିଜସ୍ତାନ, ମାଲେସିଆ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, କାତାର, ସୌଦି ଆରବ, ଶ୍ରୀଲଙ୍କା, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତ୍‌ନାମ। ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦ ପ୍ରତିବର୍ଷ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରିଥାଏ। ସୁରକ୍ଷା ପରିଷଦରେ ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଓ ବ୍ରିଟେନ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ୧୦ ଅସ୍ଥାୟୀ ଆସନକୁ ଆଞ୍ଚଳିକ ଭିତ୍ତିରେ ଆଫ୍ରିକା ଓ ଏସିଆକୁ ୫ଟି, ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଗୋଟିଏ, ଦକ୍ଷିଣ ଆମେରିକା ଏବଂ କାରିବିୟାନ ରାଷ୍ଟ୍ରଗୁଡିକୁ ୨ଟି ଏବଂ ପଶ୍ଚିମ ୟୁରୋପ ଓ ଅନ୍ୟ ରାଷ୍ଟ୍ରଗୁଡିକୁ ୨ ଆସନ ବାଣ୍ଟିଦିଆଯାଇଛି। ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଏବଂ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦକୁ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri