Posted inଜାତୀୟ

ଭାରତ-ଜର୍ମାନୀ ୨୦ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦୁଇଦେଶ ମଧ୍ୟରେ କୃଷି, କୃତ୍ରିମ ବୌଦ୍ଧିକତା, ସବୁଜ ସହରାଞ୍ଚଳ ପରିବହନ ସମେତ ୨୦ଟି ରାଜିନାମା ସ୍ବାକ୍ଷର ହୋଇଛି। ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ପାଇଁ ଦୁଇନେତା ସଂକଳ୍ପ ନେଇଛନ୍ତି। କୃତ୍ରିମ ବୌଦ୍ଧିକତା ଓ ଡିଜିଟାଲ ଟ୍ରାନ୍ସଫର୍ମେଶନ୍‌ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଉପରେ ମିଳିତ ବିବୃତିରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ।
ଅବସରରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସହଯୋଗ ବଢ଼ାଇବା ପାଇଁ ଭାରତ ଓ ଜର୍ମାନୀ ସଂକଳ୍ପ ନେଇଛନ୍ତି। ଏହା ବ୍ୟତୀତ ନୂତନ ତଥା ଆଧୁନିକ ପ୍ରଯୁକ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେବା ସହ ଦକ୍ଷତା ବିକାଶ, ଶିକ୍ଷା, ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ପ୍ରାଧାନ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଇ-ମୋବିଲିଟି, ଫୁଏଲ୍‌ ସେଲ୍‌ ଟେକ୍‌ନୋଲୋଜି, ସ୍ମାର୍ଟ ସିଟି, ଅନ୍ତର୍ଦ୍ଦେଶୀୟ ଜଳମାର୍ଗ, ଉପକୂଳ ପରିଚାଳନା, ନଦୀ ପରିଷ୍କରଣ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ନେଇ ମଧ୍ୟ ଦୁଇଦେଶ ରାଜି ହୋଇଛନ୍ତି। ଉତ୍ତରପ୍ରଦେଶ ଓ ତାମିଲନାଡୁରେ ଥିବା ପ୍ରତିରକ୍ଷା କରିଡରରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଭାଗନେବା ପାଇଁ ଜର୍ମାନୀକୁ ଆମନ୍ତ୍ରଣ କରାଯାଇଛି। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲାବେଳେ ଜର୍ମାନୀ ଭଳି ବୈଷୟିକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଏ ଦିଗରେ ସହାୟକ ହୋଇପାରିବ। ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଲାଗି ଦୁଇଦେଶ ସହଯୋଗ ଜାରି ରଖିବେ ବୋଲି ମୋଦି କହିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ-ଜର୍ମାନୀ ଭାଗୀଦାରିତାକୁ ଉଭୟ ନେତା ସ୍ବାଗତ କରିଥିଲେ। ଆମ ସହଯୋଗର ଏହା ଏକ ବଡ଼ ଅଂଶ ବୋଲି ମର୍କେଲ କହିଥିଲେ। କଶ୍ମୀର ପ୍ରସଙ୍ଗରେ ଜର୍ମାନ ଚାନ୍‌ସେଲର କହିଥିଲେ ଏହା ଅସ୍ଥାୟୀ ସ୍ଥିତି। ତେବେ ଏଭଳି ପରିସ୍ଥିତିରେ ପରିବର୍ତ୍ତନ ଅଣାଯିବ ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନ୍‌ ଚାନ୍‌ସେଲରଙ୍କୁ ସ୍ବାଗତ କରିଥିଲେ। ଭାରତ ଓ ଜର୍ମାନୀ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ମର୍କେଲ କହିଛନ୍ତି। ପଞ୍ଚମ ଆନ୍ତଃସରକାର ପରାମର୍ଶ ଆଲୋଚନାରେ ଭାଗନେବା ଲାଗି ଭାରତ ଆସିଥିବାରୁ ସେ ବହୁତ ଖୁସି ବୋଲି କହିବା ସହିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଥିଲେ। ମର୍କେଲଙ୍କ ସହ ଜର୍ମାନୀର ବହିର୍ବ୍ୟାପାର, ବିଜ୍ଞାନ ଓ ଶିକ୍ଷା, ଖାଦ୍ୟ ଓ କୃଷିମନ୍ତ୍ରୀ ଏବଂ ଅଫିସରମାନଙ୍କ ଏକ ପ୍ରତିନିଧି ଦଳ ଭାରତ ଆସିଛନ୍ତି। ମର୍କେଲ ଅସୁସ୍ଥ ଥିବାରୁ ଜର୍ମାନୀ ସରକାରଙ୍କ ଅନୁରୋଧକ୍ରମେ ଜାତୀୟ ସଂଗୀତ ଗାନବେଳେ ତାଙ୍କୁ ବସି ରହିବା ଲାଗି ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri