Posted inଜାତୀୟ

ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’

ବାରାଣସୀ,୭ା୭(ଆଇଏଏନ୍‌ଏସ୍‌); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ ଗୈରିକ ଦଳ ସହ ଯୋଡିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ତାଙ୍କ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସରକାରଙ୍କ ଏହି ଦୂରଦୃଷ୍ଟିକୁ ସମାଲୋଚନା କରୁଥିବା ଲୋକେ ପେସାଦାର ନିରାଶାବାଦୀ ବୋଲି ସେ କହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟରେ ଭାରତକୁ ଆଗାମୀ ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସରକାର କାହିଁକି ଏତେବଡ଼ ଲକ୍ଷ୍ୟଧାର୍ଯ୍ୟ କଲେ, ଏହାର ଆବଶ୍ୟକତା କ’ଣ, ଏହା କିପରି ସମ୍ଭବ ହେବ- ଏଭଳି ପ୍ରଶ୍ନ କେତେଜଣ କରୁଛନ୍ତି। ଏମାନେ ସାଧାରଣ ଲୋକଙ୍କଠାରୁ ଭିନ୍ନ। ଏମାନଙ୍କୁ ପେସାଦାର ନିରାଶାବାଦୀ କୁହାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦି ଆପଣ କୌଣସି ସମସ୍ୟା ନେଇ ଜଣେ ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତି, ସେ ଏହାର ସମାଧାନ ଖୋଜି ବାହାର କରିବାରେ ସହାୟତା କରିବେ। କିନ୍ତୁ ଜଣେ ନିରାଶାବାଦୀଙ୍କ ପାଖକୁ ଗଲେ ସେ ସମସ୍ୟାକୁ ବିପଦରେ ପରିଣତ କରିଦେବେ। ଅର୍ଥନୀତି ଦ୍ୱିଗୁଣିତ ହେଲେ ପ୍ରତ୍ୟେକ ଭାରତୀୟ ସେଥିରୁ ଉପକୃତ ହେବେ। ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକ ନିଜସ୍ବ ସଂଘର୍ଷ ବଳରେ ଆଜିର ସ୍ଥିତିରେ ପହଞ୍ଚତ୍ପାରିଛନ୍ତି। ଭାରତ ପାଇଁ ଏବେ ସମୟ ଆସିଛି । ଅର୍ଥନୀତିକୁ ବଢ଼ାଇବାକୁ ହେଲେ କୃଷକମାନଙ୍କୁ କେବଳ ଖାଦ୍ୟ ପ୍ରସ୍ତୁତକାରୀ ଭାବେ ନ ନେଇ ସେମାନଙ୍କୁ ଦେଶର ସମ୍ପତ୍ତି ସୃଷ୍ଟିକାରୀ ଭାବେ ଦେଖିବାକୁ ହେବ। ଏବେ ସେମାନଙ୍କୁ ଆମ ସରକାର ରପ୍ତାନିକାରୀ ଭାବେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ଭାଜପା ଏହାର ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଉତ୍ତରପ୍ରଦେଶରୁ ୩୬ ଲକ୍ଷ ନୂଆ ସଭ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ମୋଦି ବିଭିନ୍ନ ବର୍ଗରୁ ୧୧ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାଜପାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri