ଭାଜପା ପକ୍ଷରୁ ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୭।୪-ବାଲେଶ୍ୱର ଭାଜପା ପକ୍ଷରୁ ପ୍ରତ୍ୟହ ସହରର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ କରାଯାଉଛି। ସହର ଅନତି ଦୂରରେ ଅବସ୍ଥିତ ମୁକୁନ୍ଦପୁର କୁଷ୍ଠ ବସ୍ତିର ବାସିନ୍ଦାଙ୍କ ଭିକ୍ଷା ବୃତ୍ତି ହଁି ମୁଖ୍ୟ ଉପାର୍ଜନ। ତାଲା ବନ୍ଦ ପାଇଁ ସେମାନେ ସମାଜରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ ଭାଜପାର କାର୍ଯ୍ୟକର୍ତ୍ତାମାନେ ଉକ୍ତ ବସ୍ତିରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ଖାଦ୍ୟ ସାମଗ୍ରୀ, ସାବୁନ ଓ ମାସ୍କ ବଣ୍ଟନ କରିଛନ୍ତି। ଏହାସହ ଛତୁଆସାହି, ଅଙ୍ଗାରଗଡ଼ିଆ ଓ ଶୋଭାରାମପୁର ଆଦିବାସୀ ବସ୍ତି ଅଞ୍ଚଳର ଗରିବଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ମାସ୍କ ବଣ୍ଟନ ହୋଇଛି।
ଅନ୍ନଦାନ ଯୋଜନାର ଜିଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦଙ୍କ ସୂଚନା ଅନୁଯାୟୀ ଭାଜପା କାର୍ଯ୍ୟକର୍ତ୍ତାମାନେ ସମଗ୍ର ଜିଲାରେ ପ୍ରତ୍ୟହ ୨ହଜାରରୁ ଊର୍ଦ୍ଧ୍ୱ ପରିବାରକୁ ରନ୍ଧାଖାଦ୍ୟ, ୧୨୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ଏବଂ ଜିଲାର ସହରାଞ୍ଚଳରେ ଥିବା ୩ଶହରୁ ଊର୍ଦ୍ଧ୍ୱ ଭିକ୍ଷକ, ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୭, ୫୦୦ ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ କରାଯାଇଥିବା ବେଳେ ୩୫୦୦ ଲୋକଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲ କରାଯାଇଛି। ସେହିପରି ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ପିଏମ୍‌ କେୟାର ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ଜିଲାସଭାପତି ଉମାକାନ୍ତ ମହାପାତ୍ର ତଦାରଖ କରୁଛନ୍ତି ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତ୍ୟହ ଏହାର ବିବରଣୀ ସହିତ ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି। କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷ ଠାକୁର ରଞ୍ଜିତ ଦାସ, ବିଧାୟକ ଇଂ. ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ଶ୍ରୀନିବାସ ପ୍ରଧାନ, ପ୍ରବୀର ଶଙ୍କର ଦାସ, ରଞ୍ଜିତ କୁମାର ପ୍ରଧାନ, କମଳା ବିନ୍ଧାଣୀ, ଶିପ୍ରା ବାଜପେୟୀ, କୃଷ୍ଣଚନ୍ଦ୍ର ଶାହା, ବିକାଶ ପାଢ଼ୀ, ମୁନ୍ନା ରାୟ ମହାପାତ୍ର, ରଞ୍ଜିତ ପୃଷ୍ଟି, ମନୋଜ ପୋଦ୍ଦାର, ସୁବୋଧ ପଣ୍ଡା, ଦୁଃଖିନ ସାହୁ, ସରୋଜ ହାଜରା, ଅଜୟ ନାୟକ, ପ୍ରଦୀପ ମହାପାତ୍ର, ପ୍ରହଲାଦ ସାହୁ, ସତ୍ୟ ବେହେରା, ସତ୍ୟ ବେଜ୍‌ ପ୍ରମୁଖ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri