ଭାଜପା ଜିଲା ସଭାପତି ଚୟନ: ରାଜ୍ୟ ନେତୃବୃନ୍ଦଙ୍କ ହାତରେ ନିଷ୍ପତ୍ତି

ଢେଙ୍କାନାଳ ଅଫିସ,୧୯ା୧୨ – ଢେଙ୍କାନାଳ ଜିଲା ଭାଜପା ସଭାପତି ନିର୍ବାଚନ ପାଇଁ ଦଳୀୟ ରାଜନୈତିକ ବାତାବରଣ ସରଗରମ ହୋଇଛି । ଗତ ୧୩ ତାରିଖରେ ସ୍ଥାନୀୟ ଗୋପୀନାଥ ଗାର୍ଡେନଠାରେ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ସଭାପତି ପଦ ପାଇଁ କୌଣସି ଜଣଙ୍କ ନାମକୁ ନେଇ ସହମତି ପ୍ରକାଶ ନ ପାଇବାରୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ସଭାପତି ବାଛିବାକୁ ରାଜ୍ୟ ନେତୃବୃନ୍ଦଙ୍କ ଉପରେ ନିଷ୍ପତ୍ତି ଛଡାଯାଇଛି। ଏହାକୁ ନେଇ ଛକାପଞ୍ଝା ଜାରି ରହିଛି।
ଜିଲା ସଭାପତି ନିର୍ବାଚନ ପାଇଁ ଦୁଇ ଜଣ ପୂର୍ବତନ ଜିଲା ସଭାପତି ଏବଂ ଜଣେ ରାଜ୍ୟ କୃଷକ ସଂଗଠନର କର୍ମକର୍ତ୍ତା ଆଶାୟୀ ଥିବା କର୍ମୀଙ୍କ ଗହଣରେ ଆଲୋଚନା ହେଉଛି। ଆଶାୟୀମାନଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ବର୍ତ୍ତମାନ ଜିଲା ସଭାପତି ଥିବା ବିଭୂତି ଭୂଷଣ ପ୍ରଧାନଙ୍କୁ ପୁନର୍ବାର ଜିଲା ସଭାପତି ଦାୟିତ୍ୱ ଅର୍ପଣ କରାଯିବାକୁ ବୈଠକରେ ଉପସ୍ଥିତ ନେତୃବୃନ୍ଦ ରାଜି ହୋଇଥିଲେ। କିନ୍ତୁ ବିଭୂତି ଭୂଷଣ ବ୍ୟକ୍ତିଗତ କାରଣରୁ ପୁନର୍ବାର ସଭାପତି ଦାୟିତ୍ୱ ନେବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡିଛି। ଫଳରେ ଜିଲା ସଭାପତି ପଦବୀ କାହା ହାତକୁ ଯିବ ତାହା ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଛାଡି ଦିଆଯାଇଛି। ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଜିଲା ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଗ୍ରହଣ କରିବେ ବୋଲି ଗୃହୀତ ପ୍ରସ୍ତାବରେ ଦର୍ଶାଯାଇଛି। ଅନ୍ୟପଟରେ ଜିଲାର ଜଣେ ପ୍ରଭାବଶାଳୀ ଦଳୀୟ ନେତା ନିଜର ଜଣେ ସମର୍ଥକଙ୍କୁ ଜିଲା ସଭାପତି କରିବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଥିବା ଚର୍ଚ୍ଚା ହେଉଛି। ଗତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲାର ୪ଟି ଯାକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଥିଲେ। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ପୌରାଞ୍ଚଳରେ ଶାସକ ଦଳ ବିଜେଡି ଅପେକ୍ଷା ଭାଜପାର ଭୋଟହାର ଅଧିକ ଥିବାରୁ ଆସନ୍ତା ପୌର ନିର୍ବାଚନ ଭାଜପା ପାଇଁ ବେଶ ଗୁରୁତ୍ୱ ରଖୁଛି। ଏହାକୁ ନଜରରେ ରଖି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଜିଲା ସଭାପତି ଭାବେ ଚୟନ କରାଯିବାର ଆବଶ୍ୟକତା ରହିଛି। ତେଣୁ ସଂଗଠନକୁ ସୁଦୃଢ କରି ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବର ଉତ୍ତୋଳନ କରିବା ସହ ନେତୃବୃନ୍ଦ ତଥା କର୍ମୀ ଗ୍ରହଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଅଯିବା ଉଚିତ ବୋଲି ଜିଲାସ୍ତରୀୟ ନେତାମାନେ ନାମ ପ୍ରକାଶ ନ କରି ମତ ରଖିଛନ୍ତି। ଏ ସଂକ୍ରାନ୍ତରେ ବର୍ତ୍ତମାନ ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନ କୁହନ୍ତି, ସଭାପତି ପଦରେ ରହିବା ପାଇଁ ଆଗ୍ରହ ରଖୁନାହିଁ। ଜିଲା ସଭାପତି କିଏ ହେବ ତାହାର ନିଷ୍ପତ୍ତି ରାଜ୍ୟ ନେତୃତ୍ୱ ନେବେ ବୋଲି ସଙ୍ଗଠନପର୍ବ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri