ଭାଙ୍ଗିଲା ଜୟଦେବ ଟାଓ୍ବାରର ବେଆଇନ ନିର୍ମାଣ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ବିଲ୍ଡିଂ ପ୍ଲାନ ନ ମାନିବାରୁ ଉଚ୍ଛେଦ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଦିଆଯାଇଥିବା ବିଲ୍ଡିଂ ପ୍ଲାନ ଅନୁସାରେ ଗୃହ ନ କରିବାରୁ ଜୟଦେବ ବିହାରସ୍ଥିତ ଜୟଦେବ ଟାୱାରରେ ମିଳିତ ଏନ୍‌ଫୋର୍ସମଣ୍ଟେ ସ୍କ୍ବାଡ ପକ୍ଷରୁ ଉଚ୍ଛେଦ କରାଯାଇଛି। ବୁଧବାର ହୋଇଥିବା ଏହି ଉଚ୍ଛେଦରେ ଟାୱାରର କିଛି ଅଂଶ ଭଙ୍ଗା ଯାଇଥିବା ବେଳେ ଗୁରୁବାର ବିଲ୍ଡିଂର ଉପର ମହଲା ଓ ପାର୍କିଂ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ। ବିଡିଏର ବିନା ଅନୁମତିରେ ବିଲ୍ଡିଂରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏହି ଉଚ୍ଛେଦ କରାଯାଇଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ବିଡିଏ ଟ୍ବାୱାର ଭାଙ୍ଗିବାକୁ ଆସିଥିବା ବେଳେ ବିଲ୍ଡିଂରେ ଘର କିଣିଥିବା ଲୋକମାନେ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା। କାରଣ ଦୀର୍ଘଦିନ ହେବ ଏଠାରେ ସେମାନେ ଘର କିଣି ରହୁଥିଲେ ମଧ୍ୟ ଗାଡ଼ି ପାର୍କିଂ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ୨୦୦୦ରେ ନିର୍ମାଣ ହୋଇଥିବା ଏହି ଟାୱାର ୫ ମହଲା ପର୍ଯ୍ୟନ୍ତ ଅନୁମତି ପାଇଥିବା ବେଳେ ଏହାର ମାଲିକ ସତ୍ୟଶେଖର ରଥ ବେଆଇନ ଭାବେ ଆଉ ଗୋଟିଏ ମହଲା ବଢ଼ାଇ ଦେଇଥିଲେ। ସେହିପରି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମଧ୍ୟ ଘର ନିର୍ମାଣ କରି କେତେଜଣ ଲୋକଙ୍କୁ ଭଡ଼ା ଦେଇଥିଲେ। ଯେଉଁଥିପାଇଁ ପୂର୍ବରୁ ଘର କିଣିଥିବା ଲୋକମାନେ ନିଜର ଗାଡ଼ି ପାର୍କିଂ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ବୁଧବାର ଏହା ଭଙ୍ଗାଯିବା ପରେ ଏଠାରେ ରହୁଥିବା ଲୋକମାନେ ଗାଡ଼ି ପାର୍କିଂ କରିବାକୁ ସୁବିଧା ପାଇଛନ୍ତି ବୋଲି ପ୍ରକାଶ ପାଇଛି। ତେବେ ବେଆଇନ ନିର୍ମାଣ ପାଇଁ ବିଲ୍ଡରଙ୍କ ନାଁରେ କେସ୍‌ ହେବା ପରେ ହାଇକୋର୍ଟ ପର୍ଯ୍ୟନ୍ତ ବି ମାମଲା ଯାଇଥିଲା। ହେଲେ ସବୁଆଡୁ ମାମଲା ହାରିବା ପରେ ବିଡିଏକୁ ବିଲ୍ଡିଂର ବେଆଇନ ଅଂଶକୁ ଭାଙ୍ଗିବା ପାଇଁ ଅନୁମତି ମିଳିଥିଲା। ଏହି ଆପାର୍ଟମେଣ୍ଟଟି ବେଆଇନ୍‌ ଭାବେ ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗିବା ପାଇଁ ସମ୍ପୃକ୍ତ ମାଲିକଙ୍କୁ ପୂର୍ବରୁ ବିଡିଏ ପକ୍ଷରୁ ନୋଟିସ୍‌ ମଧ୍ୟ କରାଯାଇଥିଲା।
ବିଡିଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିଲ୍ଡିଂରେ ଗାଡ଼ି ପାର୍କିଂ ଏରିଆ ନାହିଁ। ଯେଉଁ ସ୍ଥାନରେ ପାର୍କିଂ କରିବା କଥା ସେଠାରେ ଘର କରି ଭଡ଼ାରେ ଲଗାଯାଇଛି। ଏହାସହ ବିଡିଏଠାରୁ ଅନୁମତି ମିଳିଥିବା ମହଲାଠାରୁ ମଧ୍ୟ ଏଠାରେ ଅଧିକ ମହଲା ବଢ଼ାଯାଇଛି। ଦୀର୍ଘଦିନ ହେବ ଏହି ବେଆଇନ୍‌ କୋଠାଟି ନିର୍ମାଣ ହୋଇଥିବା ବେଳେ ୨୦୦୮ ସର୍ବକ୍ଷମାରେ ନିୟମିତ କରିବାକୁ ଆବେଦନ ହୋଇଥିଲା। ମାତ୍ର ତାହା ଖାରଜ ହୋଇଥିବା ଯୋଗୁ, ହାଇକୋର୍ଟରେ ମଧ୍ୟ ମାମଲା ଚାଲିଥିଲା। ହାଇକୋର୍ଟ ମଧ୍ୟ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ବିଡିଏ ସମସ୍ତ ପ୍ରସ୍ତୁତି ଶେଷ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri