ଭାଇରାଲ ହେଉଛି କରୋନା ଗୀତ: ଏକାଧିକ ହିନ୍ଦୀ ଫିଲ୍ମ ନିର୍ମାଣ ଯୋଜନାକୁ ସମାଲୋଚନା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ମହାମାରୀ କରୋନା। ସବୁଠି ଘାରିଛି ଏହି ଭୂତାଣୁ ସଂକ୍ରମଣର ଭୟ। ବୁଧବାର ସୁଦ୍ଧା ବିଶ୍ୱର ୧୬୭ ଦେଶକୁ ବ୍ୟାପିଥିବା ଏହି ଭୂତାଣୁ ବିରୋଧରେ ଜାରି ରହିଛି ଲଢେଇ। ଏପରିସ୍ଥଳେ କିଏ କରୋନାକୁ ମହିଳାଙ୍କ ସହ ତୁଳନା କରୁଛି ତ କିଏ ଏହା ଉପରେ କମେଡି ଫିଲ୍ମ ତିଆରି କରିବାକୁ ଯାଉଛି। କରୋନାକୁ ନେଇ ଏକାଧିକ ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଏକ ଗୀତ ଗାଇଥିବା ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ଗୀତରେ କରୋନାକୁ ଝିଅମାନଙ୍କ ସହ ତୁଳନା କରି ଫସିବା ସହ ସୋସିଆଲ ମିଡ଼ିଆରେ ବେଶ୍‌ ଟ୍ରୋଲ୍‌ ହୋଇଛନ୍ତି। ଏପଟେ କରୋନା ସଂକ୍ରମଣକୁ ନେଇ ଏକ ହିନ୍ଦୀ ଫିଲ୍ମ ‘କରୋନା ପ୍ୟାର୍‌ ହୈ’ କରିବାକୁ ଏରୋସ୍‌ ଇଣ୍ଟରନ୍ୟାଶନାଲ ଘୋଷଣା କରିଥିବାବେଳେ ଏହା ଏକ ପ୍ରେମକାହାଣୀ ବୋଲି କୁହାଯାଇଛି। ହେଲେ ଫିଲ୍ମର ଟାଇଟଲକୁ ନେଇ ବହୁ ବିବାଦ ଉଠିଥିବାବେଳେ ପ୍ରଯୋଜକ ରାକେଶ ରୋଶନ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏଭଳି ଏକ ଫିଲ୍ମ କରିବା ଦୁର୍ଭାଗ୍ୟଜନକ ବୋଲି ରାକେଶ କହିଛନ୍ତି। ସେହିଭଳି ଆଉଜଣେ ପ୍ରଯୋଜକ ‘ଡେଡ୍‌ଲି କରୋନା’ ନାମରେ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି।
ଏପଟେ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଏକାଧିକ ଗୀତ ଓ ମିମ୍‌ ବୁଲୁଛି, ଯାହାମଧ୍ୟରୁ କିଛି ସଚେତନଭିତ୍ତିକ ହୋଇଥିବାବେଳେ ଆଉକିଛି ଭ୍ରମାତ୍ମକ। ଫେସ୍‌ବୁକ୍‌, ଟିକ୍‌ଟକ୍‌ ଓ ୟୁଟ୍ୟୁବ୍‌ ଭଳି ସୋସିଆଲ ପ୍ଲାଟ୍‌ଫର୍ମରେ ଏବେ ଏହି ଗୀତସବୁ ଭାଇରାଲ ହେବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଓଲିଉଡ୍‌, ବଲିଉଡ୍‌ ଓ ହଲିଉଡ୍‌ କଳାକାରମାନେ କରୋନାକୁ ନେଇ ବିଭିନ୍ନ ସଚେତନ ଓ ସତର୍କତାମୂଳକ ବାର୍ତ୍ତା ଦେଉଛନ୍ତି। ଓଡ଼ିଶାର କୁନି ପିଲାଙ୍କଠାରୁ ବଡ଼ବଡ଼ କଣ୍ଠଶିଳ୍ପୀମାନେ ମଧ୍ୟ ସୋସିଆଲ ମିଡିଆରେ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି। ଭାଇରାଲ ହୋଇଥିବା ଏକ ଗୀତ ମଧ୍ୟରେ ରହିଛି ‘କରୋନାକୁ ଡରୋନା…’। କରୋନାକୁ ଭୟ ନ କରି ଲଢେଇ କରିବା ପାଇଁ ଏହି ଗୀତରେ ବାର୍ତ୍ତା ଦିଆଯାଇଛି। ଥଣ୍ଡା, କାଶ ହେଲେ ତୁରନ୍ତ ନିଜର ଚିକିତ୍ସା କରିବା ପାଇଁ କୁହାଯାଇଛି। କେବଳ ସେତିକି ନୁହେଁ, କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କ ନିକଟରେ ନିବେଦନପୂର୍ବକ ଏକ ଭଜନ ଶୁଣିବାକୁ ମିଳିଛି। କଣ୍ଠଶିଳ୍ପ ବୁବୁନ୍‌ କୁମାର ‘କରୋନା ଦାଉରୁ ରଖ ହେ ଜଗନ୍ନାଥ’ ଗୀତ ଗାଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି। ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରି କରୋନା ଭୟ ଦୂର କରିବାକୁ ଏଥିରେ ପ୍ରୟାସ କରାଯାଇଛି।
ସେହିଭଳି ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌ ମଧ୍ୟ କରୋନାକୁ ନେଇ ସଚେତନଭିତ୍ତିକ ଗୀତ ଗାଇ ହିଟ୍‌ ହୋଇଛନ୍ତି। ‘କୋଉଠି ସାଇତି ରଖିଥିଲା ଚାଇନା ଭାଇରସ୍‌, ମାର୍‌ଡାଲା’, ‘କରୋନା ଆଇଲା ଲୋ’ ଶୀର୍ଷକ ଗୀତକୁ ପପୁ ନିଜ କମେଡି ତଡ୍‌କା ସହ ଗାଇ ସତର୍କ କରିଛନ୍ତି। କେବଳ ଓଡ଼ିଆରେ ନୁହେଁ ଏବେ ସୋସିଆଲ୍‌ ମିଡିଆରେ କରୋନା ଭାଇରସ୍‌କୁ ନେଇ ହିନ୍ଦୀ ଗୀତ ଓ ଗଜଲ୍‌ ମଧ୍ୟ ପ୍ରସ୍ତୁତ ହୋଇଛି।

କ୍ଷମା ମାଗିଲେ ହ୍ୟୁମନ୍‌

କଣ୍ଠଶିଳ୍ପୀ ହ୍ୟୁମନ୍‌ ସାଗର୍‌ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦ ଘେରକୁ ଆସିଥିବାବେଳେ ସେ ଗାଇଥିବା ଆଉ ଏକ ଗୀତ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତ ଏବେ ୟୁଟ୍ୟୁବ୍‌ରୁ ଡିଲିଟ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ମହଲରୁ ହ୍ୟୁମାନ୍‌ ସାଗରଙ୍କ ଏହି ଗୀତକୁ ବିରୋଧ ଓ ସମାଲୋଚନା କରାଯାଇଥିବାବେଳେ ଅନେକ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ଏହା ଅତ୍ୟନ୍ତ ନିମ୍ନମାନର ମନୋରଞ୍ଜନ ବୋଲି ଓଡ଼ିଶା ମହିଳା ଅଧିକାର ମଞ୍ଚ କହିଛି। ସେହିଭଳି ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ସେହିଭଳି ସୋସିଆଲ ମିଡ଼ିଆରେ ମଧ୍ୟ ଟ୍ରୋଲ୍‌ ହୋଇଛନ୍ତି ହ୍ୟୁମାନ୍‌। ସବୁଆଡ଼ୁ ବିରୋଧ ପରେ ଶେଷରେ ହ୍ୟୁମାନ୍‌ ସୋସିଆଲ ମିଡ଼ିଆରେ ଏନେଇ ମୁହଁ ଖୋଲିବା ସହ କ୍ଷମା ମାଗିଛନ୍ତି। ଏକ ଭିଡ଼ିଓରେ ସେ କହିଛନ୍ତି, ରାଜ୍ୟବାସୀ ତାଙ୍କ ପଛରେ ନ ପଡି କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ଉଦ୍ୟମ କରନ୍ତୁ। କରୋନା ସଂକ୍ରମଣ ନ ହେବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ସଚେତନତା ଓ ସତର୍କତା ଅବଲମ୍ବନ କରନ୍ତୁ। ଏହାବାଦ୍‌ ନାରୀ ଜାତି ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଥିବା ସେ ଏହି ଭିଡ଼ିରେ କହିଛନ୍ତି। ତେବେ ପୂର୍ବରୁ ଗୀତକୁ ନେଇ ଟ୍ରୋଲ୍‌ ହୋଇଥିବା ଏହି କଣ୍ଠଶିଳ୍ପୀ ପୁଣିଥରେ ନିଜର ଏହି ଭିଡ଼ିଓ ପାଇଁ ଟ୍ରୋଲ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri