ଭାଇରସ୍‌ରେ ୪୧% ‘କ୍ଲେଡ୍‌ ଏ୩-ଆଇ’

ହାଇଦ୍ରାବାଦ: ପରିବେଶ ଅନୁଯାୟୀ ପରିବର୍ତ୍ତିତ ଗୁଣାବଳୀ କରୋନା ଭାଇରସ୍‌କୁ ସଂକ୍ରମଣ ଲାଗି ବଳ ଯୋଗାଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଆମେରିକାରେ ଯେଉଁ ପ୍ରତିକ୍ରିୟା ଦେଖାଉଛି, ୟୁରୋପୀୟ ରାଷ୍ଟ୍ରରେ ଏହା ଭିନ୍ନ। ସେହିପରି ଭାରତରେ ମଧ୍ୟ ଭୂତାଣ ଗୁଣରେ ବିବିଧତା ଦେଖିବାକୁ ମିଳିଛି। ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟରେ କୋଭିଡ୍‌-୧୯ ଭାଇରସ୍‌ର ଏକ ସମୂହକୁ ବୈଜ୍ଞାନିକମାନେ ଠାବ କରିଛନ୍ତି, ଯାହା ଅନ୍ୟ ରାଜ୍ୟର ସଂକ୍ରମିତଙ୍କ ସ୍ବାବ୍‌ରେ ଦେଖାଯାଉଥିବା ଭାଇରସ୍‌ଠାରୁ ଅଲଗା। ଏହି ପ୍ରକାର ଭାଇରସ୍‌ର ନାମ ଦିଆଯାଇଛି ‘କ୍ଲେଡ୍‌ ଏ୩-ଆଇ’। ଯେଉଁ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ସଂକ୍ରମଣ ବଢୁଛି, ସେଥିରେ ୪୧ ପ୍ରତିଶତ ‘କ୍ଲେଡ୍‌ ଏ୩-ଆଇ’ ଥିବା ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍‌ ସେଲ୍ୟୁଲାର ଆଣ୍ଡ ମଲ୍ଲିକ୍ୟୁଲାର ବାୟୋଲୋଜିର (ସିସିଏମ୍‌ବି) ବୈଜ୍ଞାନିକମାନେ କହିଛନ୍ତି।
ବିଶେଷଜ୍ଞମାନେ କରୋନା ଭାଇରସ୍‌ର ୬୪ଟି ଜେନମ୍‌ ସିକ୍ୱେନ୍ସର ବିଶ୍ଲେଷଣ କରିଛନ୍ତି। ସିସିଏମ୍‌ବି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ଯେ, ଭାରତରେ ବ୍ୟାପୁଥିବା ଉକ୍ତ ଭୂତାଣର ଏହି ସମୂହକୁ ଅଦ୍ୟାବଧି ବିଶ୍ଲେଷଣ କରାଯାଇ ନ ଥିଲା। ତେବେ ଏହି ପ୍ରକାର ଭୂତାଣୁ ବେଶି କି କମ୍‌ କ୍ଷତିକାରକ ତାହା ଅଦ୍ୟାବଧି ଜଣାପଡ଼ି ନ ଥିବା ଏହା ଉପରେ ଗବେଷଣା ଜାରି ରଖିଥିବା ବୈଜ୍ଞାନିକମାନେ କହିଛନ୍ତି। ସିସିଏମ୍‌ବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଭାଇରସ୍‌ର ଉତ୍ପତ୍ତି ଆପାତତଃ ୨୦୨୦ ଫେବୃୟାରୀରେ ହୋଇଥିଲା। ଏହାପରେ ଏହା ଦେଶରେ ବ୍ୟାପିଥିବାର ଅନୁମାନ କରାଯାଉଛି। ଦେଶରୁ ସଂଗୃହୀତ ନମୁନାରେ ଏହି ପ୍ରକାର ଜେନମ୍‌ ସିକ୍ୱେନ୍ସ ଥିବା ଭାଇରସ୍‌ ୪୧ ପ୍ରତିଶତ ଯାଏ ମିଳିଛି। ସେହିପରି ଏହା ସାରା ଦୁନିଆରୁ ଠାବ କରାଯାଇଥିବା ଭାଇରସ୍‌ର ଜେନମ ସିକ୍ୱେନ୍ସର ୩.୫%।
ସିସିଏମ୍‌ବିର ନିର୍ଦ୍ଦେଶକ ରାକେଶ ମିଶ୍ରା କହିଛନ୍ତି, ତେଲଙ୍ଗାନା ଏବଂ ତାମିଲନାଡୁରୁ ସଂଗୃହୀତ ଅଧିକ ନମୁନା ‘କ୍ଲେଡ୍‌ ଏ୩-ଆଇ’। ଦିଲ୍ଲୀରୁ ନିଆଯାଇଥିବା ନମୁନା ସହ ଏହା କିଛିମାତ୍ରାରେ ମେଳ ଖାଉଛି। ହେଲେ ମହାରାଷ୍ଟ୍ର ଏବଂ ଗୁଜରାଟର ସାମ୍ପଲଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ମହାମାରୀ ଆରମ୍ଭରେ ଅଧିକାଂଶ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ଏହି ତଥ୍ୟ ପଦାକୁ ଆସିଥିବା ନିର୍ଦ୍ଦେଶକ ମିଶ୍ରା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସିଙ୍ଗାପୁର ଏବଂ ଫିଲିପାଇନ୍ସର ନମୁନାରୁ ‘କ୍ଲେଡ୍‌ ଏ୩-ଆଇ’ ଠାବ କରାଯାଇଥିଲା। ଭୂତାଣୁକୁ ବୁଝିବାକୁ ଅତିଶୀଘ୍ର ଅଧିକରୁ ଅଧିକ ଜେନମ ସିକ୍ୱେନ୍ସ କରାଯିବ। ଏହାଦ୍ୱାରା ଅନେକ ତଥ୍ୟ ପଦାକୁ ଆସିବ। କରୋନା କ୍ଲଷ୍ଟର ସମ୍ପର୍କରେ ଏପରି ଅଧ୍ୟୟନ ଦେଶରେ ପ୍ରଥମ ବୋଲି ନିର୍ଦ୍ଦେଶକ ମିଶ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri