ଭାଇରସ୍‌ରେ ୪୧% ‘କ୍ଲେଡ୍‌ ଏ୩-ଆଇ’

ହାଇଦ୍ରାବାଦ: ପରିବେଶ ଅନୁଯାୟୀ ପରିବର୍ତ୍ତିତ ଗୁଣାବଳୀ କରୋନା ଭାଇରସ୍‌କୁ ସଂକ୍ରମଣ ଲାଗି ବଳ ଯୋଗାଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଆମେରିକାରେ ଯେଉଁ ପ୍ରତିକ୍ରିୟା ଦେଖାଉଛି, ୟୁରୋପୀୟ ରାଷ୍ଟ୍ରରେ ଏହା ଭିନ୍ନ। ସେହିପରି ଭାରତରେ ମଧ୍ୟ ଭୂତାଣ ଗୁଣରେ ବିବିଧତା ଦେଖିବାକୁ ମିଳିଛି। ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟରେ କୋଭିଡ୍‌-୧୯ ଭାଇରସ୍‌ର ଏକ ସମୂହକୁ ବୈଜ୍ଞାନିକମାନେ ଠାବ କରିଛନ୍ତି, ଯାହା ଅନ୍ୟ ରାଜ୍ୟର ସଂକ୍ରମିତଙ୍କ ସ୍ବାବ୍‌ରେ ଦେଖାଯାଉଥିବା ଭାଇରସ୍‌ଠାରୁ ଅଲଗା। ଏହି ପ୍ରକାର ଭାଇରସ୍‌ର ନାମ ଦିଆଯାଇଛି ‘କ୍ଲେଡ୍‌ ଏ୩-ଆଇ’। ଯେଉଁ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ସଂକ୍ରମଣ ବଢୁଛି, ସେଥିରେ ୪୧ ପ୍ରତିଶତ ‘କ୍ଲେଡ୍‌ ଏ୩-ଆଇ’ ଥିବା ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍‌ ସେଲ୍ୟୁଲାର ଆଣ୍ଡ ମଲ୍ଲିକ୍ୟୁଲାର ବାୟୋଲୋଜିର (ସିସିଏମ୍‌ବି) ବୈଜ୍ଞାନିକମାନେ କହିଛନ୍ତି।
ବିଶେଷଜ୍ଞମାନେ କରୋନା ଭାଇରସ୍‌ର ୬୪ଟି ଜେନମ୍‌ ସିକ୍ୱେନ୍ସର ବିଶ୍ଲେଷଣ କରିଛନ୍ତି। ସିସିଏମ୍‌ବି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ଯେ, ଭାରତରେ ବ୍ୟାପୁଥିବା ଉକ୍ତ ଭୂତାଣର ଏହି ସମୂହକୁ ଅଦ୍ୟାବଧି ବିଶ୍ଲେଷଣ କରାଯାଇ ନ ଥିଲା। ତେବେ ଏହି ପ୍ରକାର ଭୂତାଣୁ ବେଶି କି କମ୍‌ କ୍ଷତିକାରକ ତାହା ଅଦ୍ୟାବଧି ଜଣାପଡ଼ି ନ ଥିବା ଏହା ଉପରେ ଗବେଷଣା ଜାରି ରଖିଥିବା ବୈଜ୍ଞାନିକମାନେ କହିଛନ୍ତି। ସିସିଏମ୍‌ବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଭାଇରସ୍‌ର ଉତ୍ପତ୍ତି ଆପାତତଃ ୨୦୨୦ ଫେବୃୟାରୀରେ ହୋଇଥିଲା। ଏହାପରେ ଏହା ଦେଶରେ ବ୍ୟାପିଥିବାର ଅନୁମାନ କରାଯାଉଛି। ଦେଶରୁ ସଂଗୃହୀତ ନମୁନାରେ ଏହି ପ୍ରକାର ଜେନମ୍‌ ସିକ୍ୱେନ୍ସ ଥିବା ଭାଇରସ୍‌ ୪୧ ପ୍ରତିଶତ ଯାଏ ମିଳିଛି। ସେହିପରି ଏହା ସାରା ଦୁନିଆରୁ ଠାବ କରାଯାଇଥିବା ଭାଇରସ୍‌ର ଜେନମ ସିକ୍ୱେନ୍ସର ୩.୫%।
ସିସିଏମ୍‌ବିର ନିର୍ଦ୍ଦେଶକ ରାକେଶ ମିଶ୍ରା କହିଛନ୍ତି, ତେଲଙ୍ଗାନା ଏବଂ ତାମିଲନାଡୁରୁ ସଂଗୃହୀତ ଅଧିକ ନମୁନା ‘କ୍ଲେଡ୍‌ ଏ୩-ଆଇ’। ଦିଲ୍ଲୀରୁ ନିଆଯାଇଥିବା ନମୁନା ସହ ଏହା କିଛିମାତ୍ରାରେ ମେଳ ଖାଉଛି। ହେଲେ ମହାରାଷ୍ଟ୍ର ଏବଂ ଗୁଜରାଟର ସାମ୍ପଲଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ମହାମାରୀ ଆରମ୍ଭରେ ଅଧିକାଂଶ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ଏହି ତଥ୍ୟ ପଦାକୁ ଆସିଥିବା ନିର୍ଦ୍ଦେଶକ ମିଶ୍ରା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସିଙ୍ଗାପୁର ଏବଂ ଫିଲିପାଇନ୍ସର ନମୁନାରୁ ‘କ୍ଲେଡ୍‌ ଏ୩-ଆଇ’ ଠାବ କରାଯାଇଥିଲା। ଭୂତାଣୁକୁ ବୁଝିବାକୁ ଅତିଶୀଘ୍ର ଅଧିକରୁ ଅଧିକ ଜେନମ ସିକ୍ୱେନ୍ସ କରାଯିବ। ଏହାଦ୍ୱାରା ଅନେକ ତଥ୍ୟ ପଦାକୁ ଆସିବ। କରୋନା କ୍ଲଷ୍ଟର ସମ୍ପର୍କରେ ଏପରି ଅଧ୍ୟୟନ ଦେଶରେ ପ୍ରଥମ ବୋଲି ନିର୍ଦ୍ଦେଶକ ମିଶ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri