ଭରତପୁରରେ ସେବା ସପ୍ତାହ ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୧-୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠାରୁ ୭ଦିନ ପର୍ଯ୍ୟନ୍ତ ସାରା ଦେଶରେ ଭାଜପା ସେବା ସପ୍ତାହଭାବେ ପାଳନ କରିବ ା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପଡୁଛି। ତେଣୁ ସେପ୍ଟେମ୍ବର ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ। ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ସୂଚନା ଦେଇଛନ୍ତି ା ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଷ୍ଣୁ କହିଛନ୍ତି ଯେ, ୧୪ରେ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିବେ। ଏହି ଅବସରରେ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କିତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ ା ପ୍ରଧାନମନ୍ତ୍ରୀଙ୍କ ଜୀବନଧାରା ଏବଂ ଉପଲବ୍ଧି ସମ୍ପର୍କିତ ପୁସ୍ତକ ସମସ୍ତ ସହର ଏବଂ ଜିଲାରେ ପ୍ରଦର୍ଶିତ କରାଯିବ। ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ଗୁଡିକରେ ଫଳ ବିତରଣ କରାଯିବ ା ଦିବ୍ୟାଙ୍ଗମାନଙ୍କ ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ସହିତ ସହଭାଗିତାରେ ସେବା କାର୍ଯ୍ୟ କରିବାକୁ ଦଳ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ା ଆସନ୍ତା ୨୦ରେ ସାରା ରାଜ୍ୟରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ। ଏହା ପ୍ରଧାନମନ୍ତ୍ରୀ ‘ସିଙ୍ଗଲ ୟୁଜ ପ୍ଲ୍‌ାଷ୍ଟିକ’ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେବେ ବୋଲି ବିଷ୍ଣୁ କହିଛନ୍ତି ା ଏହି ସେବା ସପ୍ତାହ ପାଳନର ପ୍ରସ୍ତୁତି ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

ବସ୍–କାର୍ ମୁହାଁମୁହିଁ ଧକ୍କା: କାର୍ ଚାଳକ ମୃତ, ୩ ଗୁରୁତର

ଢେଙ୍କାନାଳ, ୧୩।୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ–କପିଳାସ–ହରିପୁର ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ କାର୍…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ଅଭିଯୋଗ ଶୁଣିଲେ ଜିଲାପାଳ ଆରକ୍ଷୀ ଅଧୀକ୍ଷକ: ସମସ୍ୟାର ମିଳିଲା ସମାଧାନ

ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri