ଭବିଷ୍ୟତ ବିକ୍ରିକୁ ନେଇ ଚିନ୍ତାରେ ଅଟୋ କମ୍ପାନୀ

ନୂଆଦିଲ୍ଲୀ,୨୯।୪: ସାରା ଦେଶରେ ଲକ୍‌ଡାଉନ ଏବଂ ଚାହିଦା ହ୍ରାସ ଭଳି ସମସ୍ୟା ସହ ଦେଶର ଅଟୋ କମ୍ପାନୀଗୁଡ଼ିକ ଜୁଝିହେଉଛନ୍ତି। ମାନ୍ଦାବସ୍ଥା ଲାଗି ଗତ ଗୋଟିଏ ବର୍ଷ ହେବ ଦେଶର ଅଟୋ କମ୍ପାନୀ ସମସ୍ୟାରେ ଅଛନ୍ତି। ବର୍ତ୍ତମାନର କୋଭିଡ୍‌-୧୯ ସ୍ଥିତି କମ୍ପାନୀଗୁଡିକର ଚିନ୍ତାକୁ ଆହୁରି ବଢ଼ାଇଛି। ଲକ୍‌ଡାଉନ ବଢିଥିବାରୁ ଏହି ସମୟରେ ଗାଡ଼ି ଶୋ’ରୁମ୍‌ଗୁଡିକ ବନ୍ଦ ରହିଛି। ଚାହିଦା ଫେରାଇ ଆଣିବା ଦିଗରେ ସ୍ବତନ୍ତ୍ର ଯୋଜନା ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆ ରେଟିଂସ ପକ୍ଷରୁ ମତପ୍ରକାଶ ପାଇଛି। କୋଭିଡ୍‌-୧୯ ପୂର୍ବରୁ ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରିରେ ୧୫ରୁ ୨୦% ହ୍ରାସ ଦେଖାଯାଇଥିଲା। ରପ୍ତାନି ଉପରେ ମଧ୍ୟ ଚାପ ରହିଥିବାରୁ କମ୍ପାନୀଗୁଡିକର ଚିନ୍ତା ବଢିଛି। ଗୋଟିଏ ପକ୍ଷେ କହିବାକୁ ଗଲେ ଅଟୋ କମ୍ପାନୀଗୁଡିକ ଆଗାମୀ ଦିନକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଭବିଷ୍ୟତରେ ବିକ୍ରି ଧାରାର ରୂପରେଖ କିଭଳି ରହିବ ତାକୁ ନେଇ ଶିଳ୍ପ ପକ୍ଷରୁ ଠିକ୍‌ ଆକଳନ କରାଯାଇପାରି ନାହିଁ।
ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ମାର୍ଚ୍ଚରେ ଅଟୋଡିଲରଙ୍କ ପାଖକୁ ଗାଡି ପ୍ରେରଣ ପ୍ରାୟ ୪୭% ଖସିଛି। ସେହିଭଳି ୨୦୧୯ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚରେ ଗାଡି ଡେସ୍‌ପାଚ୍‌ ପ୍ରାୟ ୩୦ରୁ ୯୦% ଖସିଥିବା କମ୍ପାନୀଗୁଡିକ କହିଛନ୍ତି। ଆଗାମୀ ୨ ତ୍ରୈମାସ ଲାଗି ଗାଡ଼ି ରପ୍ତାନି ପ୍ରଭାବିତ ରହିବ ବୋଲି ଇକ୍ରା ପକ୍ଷରୁ ଆଶଙ୍କା କରାଯାଇଛି। ପ୍ରମୁଖ କମ୍ପାନୀଗୁଡିକ ୨୦ରୁ ୫୦% ରପ୍ତାନି ହ୍ରାସର ସାମ୍ନା କରିପାରନ୍ତି। ଶିଳ୍ପ କେବେ ସ୍ଥିତାବସ୍ଥାକୁ ଫେରିବ ସେ ନେଇ କହି ହେବ ନାହିଁ ବୋଲି ଚକନ ଭିତ୍ତିକ ଜଣେ ଅଟୋ କମ୍ପୋନେଣ୍ଟ ମାନୁଫାଚରର ମତ ଦେଇଛନ୍ତି। ଏହି କ୍ଷେତ୍ରରେ କାମ କରୁଥିବା କ୍ଷୁଦ୍ର ୟୁନିଟଗୁଡିକ ସରକାରଙ୍କ ସହାୟତା ଆଶାରେ ରହିଛନ୍ତି। ଉକ୍ତ କ୍ଷେତ୍ରଗୁଡିକରେ ଚାକିରି ଯିବାର ଆଶଙ୍କା ଉପୁଜିଥିବାରୁ ଟିକସ ରିହାତି ସହ ଅନ୍ୟ ସୁବିଧା ଦେବା ଉପରେ ଶିଳ୍ପ ପକ୍ଷରୁ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri