ଭବିଷ୍ୟତ ବିକ୍ରିକୁ ନେଇ ଚିନ୍ତାରେ ଅଟୋ କମ୍ପାନୀ

ନୂଆଦିଲ୍ଲୀ,୨୯।୪: ସାରା ଦେଶରେ ଲକ୍‌ଡାଉନ ଏବଂ ଚାହିଦା ହ୍ରାସ ଭଳି ସମସ୍ୟା ସହ ଦେଶର ଅଟୋ କମ୍ପାନୀଗୁଡ଼ିକ ଜୁଝିହେଉଛନ୍ତି। ମାନ୍ଦାବସ୍ଥା ଲାଗି ଗତ ଗୋଟିଏ ବର୍ଷ ହେବ ଦେଶର ଅଟୋ କମ୍ପାନୀ ସମସ୍ୟାରେ ଅଛନ୍ତି। ବର୍ତ୍ତମାନର କୋଭିଡ୍‌-୧୯ ସ୍ଥିତି କମ୍ପାନୀଗୁଡିକର ଚିନ୍ତାକୁ ଆହୁରି ବଢ଼ାଇଛି। ଲକ୍‌ଡାଉନ ବଢିଥିବାରୁ ଏହି ସମୟରେ ଗାଡ଼ି ଶୋ’ରୁମ୍‌ଗୁଡିକ ବନ୍ଦ ରହିଛି। ଚାହିଦା ଫେରାଇ ଆଣିବା ଦିଗରେ ସ୍ବତନ୍ତ୍ର ଯୋଜନା ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆ ରେଟିଂସ ପକ୍ଷରୁ ମତପ୍ରକାଶ ପାଇଛି। କୋଭିଡ୍‌-୧୯ ପୂର୍ବରୁ ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରିରେ ୧୫ରୁ ୨୦% ହ୍ରାସ ଦେଖାଯାଇଥିଲା। ରପ୍ତାନି ଉପରେ ମଧ୍ୟ ଚାପ ରହିଥିବାରୁ କମ୍ପାନୀଗୁଡିକର ଚିନ୍ତା ବଢିଛି। ଗୋଟିଏ ପକ୍ଷେ କହିବାକୁ ଗଲେ ଅଟୋ କମ୍ପାନୀଗୁଡିକ ଆଗାମୀ ଦିନକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଭବିଷ୍ୟତରେ ବିକ୍ରି ଧାରାର ରୂପରେଖ କିଭଳି ରହିବ ତାକୁ ନେଇ ଶିଳ୍ପ ପକ୍ଷରୁ ଠିକ୍‌ ଆକଳନ କରାଯାଇପାରି ନାହିଁ।
ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ମାର୍ଚ୍ଚରେ ଅଟୋଡିଲରଙ୍କ ପାଖକୁ ଗାଡି ପ୍ରେରଣ ପ୍ରାୟ ୪୭% ଖସିଛି। ସେହିଭଳି ୨୦୧୯ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚରେ ଗାଡି ଡେସ୍‌ପାଚ୍‌ ପ୍ରାୟ ୩୦ରୁ ୯୦% ଖସିଥିବା କମ୍ପାନୀଗୁଡିକ କହିଛନ୍ତି। ଆଗାମୀ ୨ ତ୍ରୈମାସ ଲାଗି ଗାଡ଼ି ରପ୍ତାନି ପ୍ରଭାବିତ ରହିବ ବୋଲି ଇକ୍ରା ପକ୍ଷରୁ ଆଶଙ୍କା କରାଯାଇଛି। ପ୍ରମୁଖ କମ୍ପାନୀଗୁଡିକ ୨୦ରୁ ୫୦% ରପ୍ତାନି ହ୍ରାସର ସାମ୍ନା କରିପାରନ୍ତି। ଶିଳ୍ପ କେବେ ସ୍ଥିତାବସ୍ଥାକୁ ଫେରିବ ସେ ନେଇ କହି ହେବ ନାହିଁ ବୋଲି ଚକନ ଭିତ୍ତିକ ଜଣେ ଅଟୋ କମ୍ପୋନେଣ୍ଟ ମାନୁଫାଚରର ମତ ଦେଇଛନ୍ତି। ଏହି କ୍ଷେତ୍ରରେ କାମ କରୁଥିବା କ୍ଷୁଦ୍ର ୟୁନିଟଗୁଡିକ ସରକାରଙ୍କ ସହାୟତା ଆଶାରେ ରହିଛନ୍ତି। ଉକ୍ତ କ୍ଷେତ୍ରଗୁଡିକରେ ଚାକିରି ଯିବାର ଆଶଙ୍କା ଉପୁଜିଥିବାରୁ ଟିକସ ରିହାତି ସହ ଅନ୍ୟ ସୁବିଧା ଦେବା ଉପରେ ଶିଳ୍ପ ପକ୍ଷରୁ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri