ଭଦ୍ରକ, ବାଲେଶ୍ୱର, ଯାଜପୁରରେ ୬୦ଘଣ୍ଟିଆ ଶଟ୍‌ଡାଉନ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ କାରୋନା(କୋଭିଡ୍‌-୧୯) ସ୍ଥିତି ବେଳକୁବେଳ ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱର ପରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଏହି ମାରାତ୍ମକ ରୋଗର ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଉକ୍ତ ୩ଟି ଜିଲାକୁ ୬୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟଡାଉନ ଘୋଷଣା କରିଛନ୍ତି। ଏହି ଶଟଡାଉନ କଟକଣା ଗୁରୁବାର ରାତି ୧୦ଟାରୁ ଆରମ୍ଭ ହୋଇ ୨୬ତାରିଖ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଗତ ସୋମବାର ଠାରୁ ଗୁରୁବାର ମଧ୍ୟରେ ଏହି ୩ ଜିଲାରେ ୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ତେଣୁ ଏହାକୁ ରୋକିବାକୁ ଏଭଳି କଟକଣା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏହି ଶଟଡାଉନ ଏକ ପ୍ରକାର ଅଘୋଷିତ କଫ୍ୟୁ ଭଳି ରହିବ। ଭୁବନେଶ୍ୱରରେ ଯେପରି ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ଶଟଡାଉନ କରାଯାଇଥିଲା ଠିକ୍‌ ସେହିଭଳି କରାଯିବ। କାୈଣସି ବ୍ୟକ୍ତି ପଦାକୁ ବାହାରିବେ ନାହିଁ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟସବୁ ଦୋକାନ, ଅନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ। ଏଥିସହିତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରାଯିବ। ପଶ୍ଚିମବଙ୍ଗ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚମାନଙ୍କୁ କୁହାଯାଇଛି। ଯେଉଁମାନେ କାହାକୁ କିଛି ସୂଚନା ନ ଦେଇ ଘରେ ଅଛନ୍ତି ତୁରନ୍ତ ନାମ ପଞ୍ଜୀକରଣ କରନ୍ତୁ ନଚେତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଭଦ୍ରକ ବାଲେଶ୍ୱର ଏବଂ ଯାଜପୁର ଜିଲାରେ ୩୩ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଶଟଡାଉନ ସମୟରେ ନମୁନା ସଂଗ୍ରହ ଓ ପରୀକ୍ଷଣକୁ ୩ଗୁଣା କରାଯିବ। ପୂର୍ବରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଶଟଡାଉନ କରାଯାଇଥିଲା। ପଡ଼ୋଶୀ ରାଜ୍ୟରୁ ଏହି ଜିଲାଗୁଡ଼ିକୁ ଅଧିକ ଲୋକଙ୍କ ଆଗମନ ହେଉଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଛନ୍ତି।

କ’ଣ ସବୁ ଖୋଲା ରହିବ

ଡାକ୍ତରଖାନା
ପୋଲିସ, ଅଗ୍ନିଶମ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସେବା
ଇ ଆଣ୍ଡ ଆଇଟି ସଚିବଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଟେଲିକମ ସେବା
ଜିଲା ପ୍ରଶାସନ ଦ୍ୱାରା ଚିହ୍ନିତ ହୋଇଥିବା ପେଟ୍ରୋଲ ପମ୍ପ
ରେଳବାଇ ଏବଂ ବନ୍ଦର ଭିତ୍ତିକ କାର୍ଗୋ ଅପରେଶନ
ଜିଲା ପ୍ରଶାସନ ଦ୍ୱାରା ମାନ୍ୟତା ପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ
କରୋନା ସମ୍ପର୍କିତ ଆଇଟି/ଆଇଟିଇଏସ କଲ୍‌ ସେଣ୍ଟର
ଜଳ ଯୋଗାଣ, ପରିମଳ ଏବଂ ସ୍ବେରେଜ କାର୍ଯ୍ୟ
ବିଦ୍ୟୁତ୍‌ ବିତରଣ ଓ ବଣ୍ଟନ
ଜିଲା ପ୍ରଶାସନ ଦ୍ୱାରା ଚିହ୍ନିତ ହୋଇଥିବା ଓଷଧ ଦୋକାନ
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡି
କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, କ୍ୱାରାଣ୍ଟାଇନ, ଆଇସୋଲେଶନ ଏବଂ କଣ୍ଟେନମେଣ୍ଟ ସମ୍ପର୍କିତ ପରିବହନ(ସ୍ବାସ୍ଥ୍ୟ ବିଭାଗ ଅନୁମତି ଅନୁଯାୟୀ)
ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ହେଉଥିବା ୟୁନିଟ୍‌ରେ ସାମାଜିକ ଦୂରତାକୁ ଗୁରୁତ୍ୱ


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri