ଭଦ୍ରକ, ବାଲେଶ୍ୱର, ଯାଜପୁରରେ ୬୦ଘଣ୍ଟିଆ ଶଟ୍‌ଡାଉନ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ କାରୋନା(କୋଭିଡ୍‌-୧୯) ସ୍ଥିତି ବେଳକୁବେଳ ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱର ପରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଏହି ମାରାତ୍ମକ ରୋଗର ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଉକ୍ତ ୩ଟି ଜିଲାକୁ ୬୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟଡାଉନ ଘୋଷଣା କରିଛନ୍ତି। ଏହି ଶଟଡାଉନ କଟକଣା ଗୁରୁବାର ରାତି ୧୦ଟାରୁ ଆରମ୍ଭ ହୋଇ ୨୬ତାରିଖ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଗତ ସୋମବାର ଠାରୁ ଗୁରୁବାର ମଧ୍ୟରେ ଏହି ୩ ଜିଲାରେ ୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ତେଣୁ ଏହାକୁ ରୋକିବାକୁ ଏଭଳି କଟକଣା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏହି ଶଟଡାଉନ ଏକ ପ୍ରକାର ଅଘୋଷିତ କଫ୍ୟୁ ଭଳି ରହିବ। ଭୁବନେଶ୍ୱରରେ ଯେପରି ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ଶଟଡାଉନ କରାଯାଇଥିଲା ଠିକ୍‌ ସେହିଭଳି କରାଯିବ। କାୈଣସି ବ୍ୟକ୍ତି ପଦାକୁ ବାହାରିବେ ନାହିଁ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟସବୁ ଦୋକାନ, ଅନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ। ଏଥିସହିତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରାଯିବ। ପଶ୍ଚିମବଙ୍ଗ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚମାନଙ୍କୁ କୁହାଯାଇଛି। ଯେଉଁମାନେ କାହାକୁ କିଛି ସୂଚନା ନ ଦେଇ ଘରେ ଅଛନ୍ତି ତୁରନ୍ତ ନାମ ପଞ୍ଜୀକରଣ କରନ୍ତୁ ନଚେତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଭଦ୍ରକ ବାଲେଶ୍ୱର ଏବଂ ଯାଜପୁର ଜିଲାରେ ୩୩ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଶଟଡାଉନ ସମୟରେ ନମୁନା ସଂଗ୍ରହ ଓ ପରୀକ୍ଷଣକୁ ୩ଗୁଣା କରାଯିବ। ପୂର୍ବରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଶଟଡାଉନ କରାଯାଇଥିଲା। ପଡ଼ୋଶୀ ରାଜ୍ୟରୁ ଏହି ଜିଲାଗୁଡ଼ିକୁ ଅଧିକ ଲୋକଙ୍କ ଆଗମନ ହେଉଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଛନ୍ତି।

କ’ଣ ସବୁ ଖୋଲା ରହିବ

ଡାକ୍ତରଖାନା
ପୋଲିସ, ଅଗ୍ନିଶମ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସେବା
ଇ ଆଣ୍ଡ ଆଇଟି ସଚିବଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଟେଲିକମ ସେବା
ଜିଲା ପ୍ରଶାସନ ଦ୍ୱାରା ଚିହ୍ନିତ ହୋଇଥିବା ପେଟ୍ରୋଲ ପମ୍ପ
ରେଳବାଇ ଏବଂ ବନ୍ଦର ଭିତ୍ତିକ କାର୍ଗୋ ଅପରେଶନ
ଜିଲା ପ୍ରଶାସନ ଦ୍ୱାରା ମାନ୍ୟତା ପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ
କରୋନା ସମ୍ପର୍କିତ ଆଇଟି/ଆଇଟିଇଏସ କଲ୍‌ ସେଣ୍ଟର
ଜଳ ଯୋଗାଣ, ପରିମଳ ଏବଂ ସ୍ବେରେଜ କାର୍ଯ୍ୟ
ବିଦ୍ୟୁତ୍‌ ବିତରଣ ଓ ବଣ୍ଟନ
ଜିଲା ପ୍ରଶାସନ ଦ୍ୱାରା ଚିହ୍ନିତ ହୋଇଥିବା ଓଷଧ ଦୋକାନ
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡି
କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, କ୍ୱାରାଣ୍ଟାଇନ, ଆଇସୋଲେଶନ ଏବଂ କଣ୍ଟେନମେଣ୍ଟ ସମ୍ପର୍କିତ ପରିବହନ(ସ୍ବାସ୍ଥ୍ୟ ବିଭାଗ ଅନୁମତି ଅନୁଯାୟୀ)
ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ହେଉଥିବା ୟୁନିଟ୍‌ରେ ସାମାଜିକ ଦୂରତାକୁ ଗୁରୁତ୍ୱ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri