ଭଙ୍ଗାଗଲା ମଙ୍ଗୁ ମଠ

ପୁରୀ ଅଫିସ, ୧୦।୧୨:ବହୁ ବାଦ ବିବାଦ ପରେ ଶେଷରେ ଉଚ୍ଛେଦ ହୋଇଛି ମଙ୍ଗୁ ମଠ। ସୋମବାର ମଠର ବ୍ୟବସାୟିକ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମଠକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଥିଲା। ଏମିତି କି ହାଇକୋର୍ଟରେ ମଧ୍ୟ ମାମଲା ଦାଏର କରାଯାଇଥିଲା। ହେଲେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଏହି ମଠର ବ୍ୟବସାୟିକ କୋଠାକୁ ସୁରକ୍ଷା ମିଳିପାରି ନ ଥିଲା। ପ୍ରଥମ ଦିନରେ ପ୍ରାୟ ୫୦ ପ୍ରତିଶତ ଭଙ୍ଗାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆହୁରି ଦୁଇଦିନ ଲାଗିପାରେ ବୋଲି ପ୍ରଶାସନ କହିଛି।
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠ ଭଙ୍ଗାଯିବା ପରେ ମଙ୍ଗୁ ମଠ ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ମଠର ବ୍ୟବସାୟିକ କୋଠା ମାପଚୁପ ମଧ୍ୟ କରିଥିଲା। ହେଲେ ଏହାକୁ ନେଇ ଏକାଧିକ ପ୍ରତିବନ୍ଧକ ସାମ୍ନାକୁ ଆସିଥିଲା। ମଙ୍ଗୁ ମଠ ଉଚ୍ଛେଦ ହେଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଜିଲାପାଳଙ୍କୁ ଭେଟି ଜଣାଇଥିଲେ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରିଥିଲେ। ମଠରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ନିଜ ନିଜ ସ୍ତରରେ ଏହାକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। ଏ ନେଇ ହାଇକୋର୍ଟରେ ମାମଲା ବି ଦାଏର ହୋଇଥିଲା। ଏହାସତ୍ତ୍ୱେ ପ୍ରଶାସନ ଦୁଇଦିନ ପୂର୍ବରୁ ମଠ ମହନ୍ତଙ୍କୁ ଡାକି ଉଚ୍ଛେଦ ସଂକ୍ରାନ୍ତରେ ଜଣାଇବା ସହ ଏଠାକାର ବ୍ୟବସାୟୀଙ୍କୁ ଜିନିଷପତ୍ର ଖାଲି କରିବାକୁ କହିଥିଲା। ରବିବାର ରାତି ସୁଦ୍ଧା ସବୁ ଜିନିଷପତ୍ର ଖାଲି ହେବା ପରେ ସୋମବାର ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ୪ ପ୍ଲାଟୁନ ଫୋର୍ସ, ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଠାକୁ ଭଙ୍ଗାଯାଇଥିଲା। ଏହି ମଠରେ ଗୋଟିଏ ଲଜ୍‌, ହୋଟେଲ, ରେଷ୍ଟୁରାଣ୍ଟ ସହ ପ୍ରାୟ ୨୦ଟି ଦୋକାନ ରହିଥିଲା। ଏ ନେଇ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ମଠର ମନ୍ଦିର, ଗାଦିଘର ଓ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଆଉ ସବୁ ନିର୍ମାଣ ଭଙ୍ଗାଯିବ। ଏଥିପାଇଁ ସମସ୍ତଙ୍କ ସହ ଆଲୋଚନା ହୋଇଛି। ମଠ ଅନ୍ତେବାସୀଙ୍କୁ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟବସାୟୀମାନଙ୍କୁ ମଧ୍ୟ ଥଇଥାନ କରାଯିବ। ସେହିପରି ଉପଜିଲାପାଳ କହିଛନ୍ତି, ମଙ୍ଗୁ ମଠର ବ୍ୟବସାୟିକ କୋଠା ପ୍ରାୟ ୫୦ ପ୍ରତିଶତ ଭଙ୍ଗା ସରିଛି। ବ୍ୟକ୍ତିଗତ ପ୍ଲଟରୁ ଉଚ୍ଛେଦ ବେଳେ ମଣିକର୍ଣ୍ଣିକା ସାହିରେ ଯେଉଁ ବିଦ୍ୟୁତ୍‌ ଖୁଣ୍ଟ ଯୋଗୁ ସମସ୍ୟା ଉପୁଜୁଥିଲା ତାହାକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri