ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ ମନ୍ଦିରରେ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ନ ଥିଲେ ଭକ୍ତ। ଅର୍ଥାତ୍‌ କୌଣସି ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଧାଡ଼ି ଦେଖିବାକୁ ମିଳି ନ ଥିଲା କିମ୍ବା ଜୟ ହନୁମାନର ସ୍ବର ଶୁଣିବାକୁ ମିଳି ନ ଥିଲା। ପଣା ପ୍ରସ୍ତୁତ କରାଯାଇ ପଥଚାରୀଙ୍କୁ ବିଭିନ୍ନ ଅନୁଷ୍ଠାନ ବାଣ୍ଟୁଥିବା ବି ଦେଖିବାକୁ ମିଳି ନ ଥିଲା। କରୋନା କଟକଣା ପାଇଁ ଏଥର ସବୁ ଫିକା।
ପୁରୀ ଜିଲାର ପ୍ରସିଦ୍ଧ ଶିରୁଳୀ ମହାବୀର ପୀଠରେ ନିରାଡମ୍ବର ଭାବେ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଛି। ଭକ୍ତଙ୍କ ବିନା କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ମହାବୀରଙ୍କ ଅଙ୍ଗଲାଗି ସେବାୟତ ରଞ୍ଜିତ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ସିଦ୍ଧ ମହାବୀରଙ୍କ ପୀଠ, ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ମହାବୀର, ଚକ୍ରତୀର୍ଥ ରୋଡସ୍ଥିତ ଦରିଆ ମହାବୀର, ବଡଛତା ମହାବୀର, ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ସୁଗ୍ରୀବ ମହାବୀର, ବାଲିସାହିସ୍ଥିତ ମଶାଣୀ ମହାବୀର, ଦଇତାପଡା ସାହିସ୍ଥିତ ପୋଖରିଆ ମହାବୀର, ଭିଆଇପି ରୋଡସ୍ଥିତ ସତ୍ୟ ମହାବୀର ମନ୍ଦିରରେ କେବଳ ପୂଜାର୍ଚ୍ଚନା କରାଯାଇଥିଲା। ପୁରୀ ସହରର ବିଭିନ୍ନ ଜାଗାରେ କେବଳ ମହାବୀରଙ୍କ ପୂଜାର୍ଚ୍ଚନା ହୋଇଥିଲା । ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଫତେ ମହାବୀର, ପଶ୍ଚିମ ଦ୍ୱାରରେ ବୀର ବିକ୍ରମ ହୁନମାନ ତଥା କାନପତା ହନୁମାନ, ଉତ୍ତର ଦ୍ୱାରରେ ତପସ୍ବୀ ହନୁମାନ ତଥା ଚାରିଚକ୍ର ହନୁମାନ ପୂଜିତ ହେଉଛନ୍ତି। ଦକ୍ଷିଣ ଦ୍ୱାର ବାହାର ପାର୍ଶ୍ୱରେ ବିରାଟକାୟ ହନୁମାନ ପୂଜା ପାଉଛନ୍ତି। ତାଙ୍କୁ ଖପର ହନୁମାନ ମଧ୍ୟ କେହି କେହି କହିଥାନ୍ତି। ପଣା ସଂକ୍ରାନ୍ତି ଅବସରରେ ଠାକୁରଙ୍କୁ ନାଗା ବେଶରେ ସୁସଜ୍ଜିତ କରାଯାଇଥିଲା। ସେହିପରି ପରମ୍ପରା ଅନୁଯାୟୀ ତୁଳସୀ ଚଉରାରେ ଜଳାଧାର କରାଯାଇଛି।

ଜାଗା ଆଖଡ଼ା ଖାଁ ଖାଁ

ହନୁମାନ ଜୟନ୍ତୀରେ ସୋମବାର ପୁରୀ ସହରସ୍ଥ ଜାଗା ଆଖଡାଗୁଡ଼ିକ ଖାଁ ଖାଁ ରହିଥିଲା। ଆଖଡାଗୁଡ଼ିିକରେ ହନୁମାନଙ୍କ ପୂଜାର୍ଚ୍ଚନା ହୋଇଥିଲା। ସମରକଳା ଶିକ୍ଷା ଲାଗି ବ୍ୟବହୃତ ସରଞ୍ଜାମଗୁଡିକୁ ଶିକ୍ଷାର୍ଥୀ ପୂଜା କରିଥିଲେ। କିନ୍ତୁ ଲକ୍‌ଡାଉନ କଟକଣା ଯୋଗୁ ସାମରିକ କଳା କୌଶଳ ପରିବେଷଣ କି କୁସ୍ତି ବିଦ୍ୟା ଶିକ୍ଷା ଆରମ୍ଭ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri