ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି କରିବା ଦ୍ୱାରା ଶରୀରରୁ ଶକ୍ତି ହ୍ରାସ ପାଇବା ସହ ପ୍ରୋଟିନ୍‌, ଭିଟାମିନ, କାର୍ବୋହାଇଡ୍ରେଟ୍‌ ପରି ପୋଷକତତ୍ତ୍ୱ ମଧ୍ୟ ହ୍ରାସ ପାଇଥାଏ। ଫଳରେ କ୍ଳାନ୍ତ ଅନୁଭବ ହୋଇଥାଏ। ତେଣୁ ଶରୀରକୁ ଶକ୍ତି ଆସିବା ପାଇଁ ବ୍ୟାୟାମ ପରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ…


ଅଣ୍ଡା: ଶରୀରକୁ ଶକ୍ତି ପ୍ରଦାନ କରିବାର ଏକ ଭଲ ସ୍ରୋତ ହେଉଛି ଅଣ୍ଡା। କାରଣ ଏଥିରେ ପ୍ରୋଟିନ୍‌, ଜିଙ୍କ୍‌ ଏବଂ କୋଲିନ ଭରପୂର ମାତ୍ରାରେ ରହିଛି। ମାଂସପେଶୀକୁ ଶକ୍ତ କରିବାରେ ଅଣ୍ଡା ସବୁଠାରୁ ଭଲ ଖାଦ୍ୟ। ଅନ୍ୟ ଖାଦ୍ୟ ତୁଳନାରେ କମ୍‌ ଅଣ୍ଡା ଖାଇ ମଧ୍ୟ ଆପଣ ଅଧିକ ପ୍ରୋଟିନ ହାସଲ କରିପାରିବେ।


କନ୍ଦମୂଳ: କନ୍ଦମୂଳ ଶକ୍ତିର ଆଉ ଏକ ଭଲ ଉପାଦାନ। ଏଥିରେ କାର୍ବୋହାଇଡ୍ରେଟ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହାକି ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ତେଣୁ ବ୍ୟାୟାମ ପରେ କନ୍ଦମୂଳ ଖାଇବା ସବୁଠାରୁ ଭଲ।


ଓଟ୍‌ସ: ବ୍ୟାୟାମ ପରେ ଓଟ୍‌ସ ଖାଇବା ଦ୍ୱାରା ଶରୀରର କ୍ଷମତା ଏବଂ ଶକ୍ତି ବଢ଼ିଥାଏ। ଏହାକୁ କ୍ଷୀର ସହ ଖାଇପାରିବେ। ଓଟ୍‌ସ ବଦଳରେ ଦଲିଆ ମଧ୍ୟ ଖାଇପାରିବେ।


ଡ୍ରାଏ ଫ୍ରୁଟ୍‌ସ: ବ୍ୟାୟାମ ପରେ ଆପଣ ଡ୍ରାଏ ଫ୍ରୁଟ୍‌ସ ଖାଇପାରିବେ। ଡ୍ରାଏ ଫ୍ରୁଟ୍‌ସ ଯେପରି, ବାଦାମ, ଅଖରୋଟ, କାଜୁ, ପିସ୍ତା ଆଦି। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ଚିକେନ, ମଟନ: ଚିକେନରେ ଓମେଗା ୩ ଫ୍ୟାଟି ଏସିଡ୍‌, ପ୍ରୋଟିନ ଏବଂ ଏମିନୋ ଏସିଡ୍‌ ରହିଛି। ଯାହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ। ମଟନରେ ମଧ୍ୟ ପ୍ରୋଟିନ, ଆଇରନ, ଜିଙ୍କ୍‌ ଏବଂ ଭିଟାମିନ ମଧ୍ୟ ରହିଛି। ତେଣୁ ବ୍ୟାୟାମ ପରେ ଚିକେନ କିମ୍ବା ମଟନ ଖାଇଲେ ସ୍ବାସ୍ଥ୍ୟ ପକ୍ଷେ ଭଲ।


ଫଳ: ତାଜା ଫଳ ଖାଇଲେ ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ତାଜାଫଳରେ ଭିଟାମିନ ସି, ପ୍ରୋଟିନ, ଜଳ, ଫାଇବର ଏବଂ କାର୍ବୋହାଇଡ୍ରେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ତେଣୁ ବ୍ୟାୟାମ ପରେ ତାଜା ଫଳ କିମ୍ବା ଜୁସ୍‌ ପିଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri