ବ୍ୟାଙ୍କଗୁଡ଼ିକୁ ମିଳିବ ୫୫,୨୫୦ କୋଟି ପୁଞ୍ଜି

ନୂଆଦିଲ୍ଲୀ,୩୧-୮: କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ୍‌ ଶୁକ୍ରବାର ୧୦ ବ୍ୟାଙ୍କ ମିଶ୍ରଣ ହେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋଣ ଅଭିବୃଦ୍ଧି ତଥା ନିୟମକୀୟ ପାଳନ ଲାଗି ବ୍ୟାଙ୍କଗୁଡ଼ିକୁ ସରକାର ୫୫,୨୫୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ତଦନୁଯାୟୀ, ପିଏନବିକୁ ୧୬ହଜାର କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୧୧,୭୦୦ କୋଟି, ବ୍ୟାଙ୍କ ଅଫ୍‌ ବରୋଦାକୁ ୭ ହଜାର କୋଟି, କାନାରା ବ୍ୟାଙ୍କକୁ ୬୫୦୦ କୋଟି, ଇଣ୍ଡିଆନ ବ୍ୟାଙ୍କକୁ ୨୫୦୦ କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ୩୮୦୦ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୩୩୦୦ କୋଟି, ୟୁକୋ ବ୍ୟାଙ୍କକୁ ୨୧୦୦ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୧୬୦୦ କୋଟି ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କକୁ ୭୫୦ କୋଟି ଟଙ୍କା ସରକାର ସହାୟତା ପ୍ରଦାନ କରିବେ। ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ସଂସ୍କାର ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି। ସେ କହିଛନ୍ତି ଯେ, ସରକାର ଏନ୍‌ବିଏଫ୍‌ସିଙ୍କୁ ସହାୟତା ଦେବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ୮ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରେପୋ ରେଟ୍‌ ସହ ଋଣକୁ ଯୋଡି ବଜାର ପ୍ରବେଶ କରାଇଛନ୍ତି। ଋଣ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ସରକାରଙ୍କ ପ୍ରାଥମିକତା ରହିଛି।
ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ପ୍ରଶାସନିକ ସଂସ୍କାର
ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର କାର୍ଯ୍ୟ ହାତକୁ ନିଆଯାଇଛି। ତଦନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ବାଛିବା ଲାଗି ସେମାନଙ୍କୁ କ୍ଷମତା ପ୍ରଦାନ କରାଯିବ। ବ୍ୟାଙ୍କଗୁଡ଼ିକ ବାଣିଜି୍ୟକ ନିଷ୍ପତ୍ତି ନିଜେ ନେଇପାରିବେ। ଏଥିରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ। ସେହିପରି ବ୍ୟାଙ୍କ ବୋର୍ଡ ସ୍ବାଧୀନ ନିର୍ଦ୍ଦେଶକଙ୍କ ଫି’ ନିର୍ଦ୍ଧାରଣ କରିପାରିବେ। ଅନୁରୂପ ଭାବେ ସ୍ବାଧୀନ ନିର୍ଦ୍ଦେଶକଙ୍କ ଭଳି ନନ୍‌ ଅଫିସିଆଲ ଡାଇରେକ୍ଟରମାନେ କାର୍ଯ୍ୟ ତୁଲାଇବେ। ମ୍ୟାନେଜମେଣ୍ଟକୁ ଉତ୍ତରଦାୟୀ କରିବା ଲକ୍ଷ୍ୟରେ ସୀତାରାମନ୍‌ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଣିକି ଜେନେରାଲ ମ୍ୟାନେଜରଙ୍କ ଠାରୁ ଉଚ୍ଚସ୍ତରର ଅଧିକାରୀ ଏପରିକି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କ ପ୍ରଦର୍ଶନକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡ କମିଟି ତର୍ଜମା କରିବେ। ମିଶ୍ରଣ ପରେ ବ୍ୟବସାୟିକ ଦୃଷ୍ଟିକୋଣରୁ ଆବଶ୍ୟକ ହେଲେ ସମ୍ପୃକ୍ତ ବ୍ୟାଙ୍କ ବୋର୍ଡ ଜଣେ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ନିଯୁକ୍ତ କରିପାରିବେ। ଏହାଛଡ଼ା ଉପଲବ୍ଧ ଶ୍ରେଷ୍ଠ ପ୍ରତିଭାକୁ ଖୋଜି ବଜାର ଆଧାରିତ ଦରମା ପ୍ୟାକେଜ ସହ ଜଣେ ବ୍ୟାଙ୍କରେ ଜଣେ ଚିଫ୍‌ ରିସ୍କ ଅଫିସରଙ୍କୁ ବୋର୍ଡ ନିଯୁକ୍ତ କରିବେ।
ହ୍ରାସ ପାଇଛି ଏନ୍‌ପିଏ
ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ହ୍ରାସ ପାଇଛି। ଏହା ଏବେ ୮.୬୫ ଲକ୍ଷ କୋଟି ଟଙ୍କାରୁ କମି ୭.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଋଣ ଅସୁଲ ପରିମାଣ ବଢ଼ିବା କାରଣରୁ ୧୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ଲାଭ ହାସଲ କରିଛନ୍ତି। ପୂର୍ବରୁ ୩ ବ୍ୟାଙ୍କର ମିଶ୍ରଣରୁ ଫାଇଦା ମିଳିଛି। ଏହାଦ୍ୱାରା ଋଣ ଅଭିବୃଦ୍ଧି ୨୫% ବଢ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଦୁଇଥର ବ୍ୟାଙ୍କ ମିଶ୍ରଣ ହୋଇଛି
ମୋଦି ସରକାରଙ୍କ କାର୍ଯ୍ୟକାଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ସର୍ବପ୍ରଥମେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଏହାର ୫ ସହଯୋଗୀ ବ୍ୟାଙ୍କ ଓ ମହିଳା ବ୍ୟାଙ୍କକୁ ମିଶାଇ ଦିଆଯାଇଥିଲା। ୨୦୧୭ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହାପରେ ଚଳିତବର୍ଷ ଏପ୍ରିଲ ପହିଲାରୁ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ମିଶାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?