ବ୍ୟାଙ୍କଗୁଡ଼ିକୁ ମିଳିବ ୫୫,୨୫୦ କୋଟି ପୁଞ୍ଜି

ନୂଆଦିଲ୍ଲୀ,୩୧-୮: କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ୍‌ ଶୁକ୍ରବାର ୧୦ ବ୍ୟାଙ୍କ ମିଶ୍ରଣ ହେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋଣ ଅଭିବୃଦ୍ଧି ତଥା ନିୟମକୀୟ ପାଳନ ଲାଗି ବ୍ୟାଙ୍କଗୁଡ଼ିକୁ ସରକାର ୫୫,୨୫୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ତଦନୁଯାୟୀ, ପିଏନବିକୁ ୧୬ହଜାର କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୧୧,୭୦୦ କୋଟି, ବ୍ୟାଙ୍କ ଅଫ୍‌ ବରୋଦାକୁ ୭ ହଜାର କୋଟି, କାନାରା ବ୍ୟାଙ୍କକୁ ୬୫୦୦ କୋଟି, ଇଣ୍ଡିଆନ ବ୍ୟାଙ୍କକୁ ୨୫୦୦ କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ୩୮୦୦ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୩୩୦୦ କୋଟି, ୟୁକୋ ବ୍ୟାଙ୍କକୁ ୨୧୦୦ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୧୬୦୦ କୋଟି ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କକୁ ୭୫୦ କୋଟି ଟଙ୍କା ସରକାର ସହାୟତା ପ୍ରଦାନ କରିବେ। ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ସଂସ୍କାର ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି। ସେ କହିଛନ୍ତି ଯେ, ସରକାର ଏନ୍‌ବିଏଫ୍‌ସିଙ୍କୁ ସହାୟତା ଦେବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ୮ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରେପୋ ରେଟ୍‌ ସହ ଋଣକୁ ଯୋଡି ବଜାର ପ୍ରବେଶ କରାଇଛନ୍ତି। ଋଣ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ସରକାରଙ୍କ ପ୍ରାଥମିକତା ରହିଛି।
ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ପ୍ରଶାସନିକ ସଂସ୍କାର
ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର କାର୍ଯ୍ୟ ହାତକୁ ନିଆଯାଇଛି। ତଦନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ବାଛିବା ଲାଗି ସେମାନଙ୍କୁ କ୍ଷମତା ପ୍ରଦାନ କରାଯିବ। ବ୍ୟାଙ୍କଗୁଡ଼ିକ ବାଣିଜି୍ୟକ ନିଷ୍ପତ୍ତି ନିଜେ ନେଇପାରିବେ। ଏଥିରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ। ସେହିପରି ବ୍ୟାଙ୍କ ବୋର୍ଡ ସ୍ବାଧୀନ ନିର୍ଦ୍ଦେଶକଙ୍କ ଫି’ ନିର୍ଦ୍ଧାରଣ କରିପାରିବେ। ଅନୁରୂପ ଭାବେ ସ୍ବାଧୀନ ନିର୍ଦ୍ଦେଶକଙ୍କ ଭଳି ନନ୍‌ ଅଫିସିଆଲ ଡାଇରେକ୍ଟରମାନେ କାର୍ଯ୍ୟ ତୁଲାଇବେ। ମ୍ୟାନେଜମେଣ୍ଟକୁ ଉତ୍ତରଦାୟୀ କରିବା ଲକ୍ଷ୍ୟରେ ସୀତାରାମନ୍‌ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଣିକି ଜେନେରାଲ ମ୍ୟାନେଜରଙ୍କ ଠାରୁ ଉଚ୍ଚସ୍ତରର ଅଧିକାରୀ ଏପରିକି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କ ପ୍ରଦର୍ଶନକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡ କମିଟି ତର୍ଜମା କରିବେ। ମିଶ୍ରଣ ପରେ ବ୍ୟବସାୟିକ ଦୃଷ୍ଟିକୋଣରୁ ଆବଶ୍ୟକ ହେଲେ ସମ୍ପୃକ୍ତ ବ୍ୟାଙ୍କ ବୋର୍ଡ ଜଣେ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ନିଯୁକ୍ତ କରିପାରିବେ। ଏହାଛଡ଼ା ଉପଲବ୍ଧ ଶ୍ରେଷ୍ଠ ପ୍ରତିଭାକୁ ଖୋଜି ବଜାର ଆଧାରିତ ଦରମା ପ୍ୟାକେଜ ସହ ଜଣେ ବ୍ୟାଙ୍କରେ ଜଣେ ଚିଫ୍‌ ରିସ୍କ ଅଫିସରଙ୍କୁ ବୋର୍ଡ ନିଯୁକ୍ତ କରିବେ।
ହ୍ରାସ ପାଇଛି ଏନ୍‌ପିଏ
ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ହ୍ରାସ ପାଇଛି। ଏହା ଏବେ ୮.୬୫ ଲକ୍ଷ କୋଟି ଟଙ୍କାରୁ କମି ୭.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଋଣ ଅସୁଲ ପରିମାଣ ବଢ଼ିବା କାରଣରୁ ୧୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ଲାଭ ହାସଲ କରିଛନ୍ତି। ପୂର୍ବରୁ ୩ ବ୍ୟାଙ୍କର ମିଶ୍ରଣରୁ ଫାଇଦା ମିଳିଛି। ଏହାଦ୍ୱାରା ଋଣ ଅଭିବୃଦ୍ଧି ୨୫% ବଢ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଦୁଇଥର ବ୍ୟାଙ୍କ ମିଶ୍ରଣ ହୋଇଛି
ମୋଦି ସରକାରଙ୍କ କାର୍ଯ୍ୟକାଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ସର୍ବପ୍ରଥମେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଏହାର ୫ ସହଯୋଗୀ ବ୍ୟାଙ୍କ ଓ ମହିଳା ବ୍ୟାଙ୍କକୁ ମିଶାଇ ଦିଆଯାଇଥିଲା। ୨୦୧୭ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହାପରେ ଚଳିତବର୍ଷ ଏପ୍ରିଲ ପହିଲାରୁ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ମିଶାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri