ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ଧର୍ମଘଟର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା, କଟକ, ସମ୍ବଲପୁର, ବାଲେଶ୍ୱର ଏବଂ ବାରିପଦା ଭଳି ରାଜ୍ୟର ପ୍ରମୁଖ ସହର ଗୁଡିକରେ ଦେଖାଯାଇଛି। ଏସ୍‌ବିଆଇ କର୍ମଚାରୀ ସଂଘ ଧାରଣାକୁ ନୈତିକ ସମର୍ଥନ ଜଣାଇଥିଲେ ମଧ୍ୟ ଧର୍ମଘଟରେ ସାମିଲ ହୋଇ ନ ଥିଲା। ମଙ୍ଗଳବାର ଖୋଲାଥିବା ବିଭିନ୍ନ ବ୍ୟାଙ୍କ ସାମ୍ନାରେ କର୍ମଚାରୀମାନେ ପିକେଟିଂ କରିବା ସହ ଶାଖାଗୁଡିକୁ ବନ୍ଦ କରିଥିଲେ। ଏହି ସମୟରେ ଏଟିଏମ୍‌ ବନ୍ଦ ବନ୍ଦ କରାଯାଇଥିଲା। ସମବାୟ ଏବଂ ଗ୍ରାମ୍ୟ ବ୍ୟାଙ୍କକୁ ଛାଡି ଦେଲେ ରାଜ୍ୟର ପ୍ରାୟ ୪,୨୦୦ ଶାଖା ଧର୍ମଘଟ ଯୋଗୁ ବନ୍ଦ ହୋଇଥିବା ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଆସୋସିଏଶନ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସୂଚନା ଦେଇଛନ୍ତି।
ତ୍ରିପାଠୀ କହିଛନ୍ତି ଯେ, ଧର୍ମଘଟରେ ରାଜ୍ୟର ୧୦ ହଜାର କର୍ମଚାରୀ ସାମିଲ ହୋଇଥିଲେ। ସରକାରଙ୍କୁ ଲିଖିତ ଭାବେ ବ୍ୟାଙ୍କିଙ୍ଗ୍‌ ସମସ୍ୟା ସମ୍ପର୍କରେ ଦାବି ରଖାଯିବ। କର୍ମଚାରୀଙ୍କ ନିଜସ୍ବ ଦାବିକୁ ଏଥିରେ ସାମିଲ କରାଯାଇନାହିଁ। ବ୍ୟାଙ୍କ ମିଶ୍ରଣ ଦ୍ୱାରା ଲୋକଙ୍କ ସ୍ବାର୍ଥ ବ୍ୟାହତ ହେଉଛି। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କ ମିଶ୍ରଣ ଦ୍ୱାରା ପ୍ରାୟ ୯,୫୦୦ ଶାଖା ଏବଂ ୩୦୦୦ ଏଟିଏମ୍‌ ବନ୍ଦ କରିଦିଆଗଲା। ୫ ହଜାର କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଅବସର ନେଲେ। ସରକାର ବ୍ୟାଙ୍କ ମିଶ୍ରଣ ଦ୍ୱାରା ବଡ ଲୋନ ସହ ସଂସ୍କାର କଥା କହୁଛନ୍ତି। ବ୍ୟାଙ୍କଗୁଡିକର ବଡ ଲୋନ କେବଳ କର୍ପୋରେଟ ନେଉଛନ୍ତି ଯାହାର ୭୦% ଏବେ ଏନ୍‌ପିଏ ହୋଇଛି। ବ୍ୟାଙ୍କ ବଡ ହେଲେ ସାଧାରଣ ଲୋକଙ୍କୁ ଉପେକ୍ଷିତ ଓ ଅଣଦେଖା କରାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
ଚଳିତ ବର୍ଷ ଅଗଷ୍ଟରେ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ନେଇ ସରକାର ଘୋଷଣା କରିଥିଲେ। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କଗୁଡିକର ମିଶ୍ରଣ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ଏବଂ ବିଜୟା ବ୍ୟାଙ୍କ ମିଶ୍ରଣ ହେବା ଫଳରେ ଏହାର ପ୍ରଭାବ ଦେଖାଯାଇଛି। ଏଭଳି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ବ୍ୟାଙ୍କ ଶାଖା ବନ୍ଦ ହୋଇଛି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏଶନ(ଏଆଇବିଇଏ) ପକ୍ଷରୁ ସୂଚନା ରହିଛି।
ବଡ ବଡ ବାଣିଜ୍ୟ ଗୋଷ୍ଠୀର ସ୍ବାର୍ଥକୁ ଗୁରୁତ୍ୱ ଦେଇ ସରକାର ବ୍ୟାଙ୍କ ମିଶ୍ରଣ ନେଇ ଯୋଜନା କରିଛନ୍ତି। ଏହି ଗୋଷ୍ଠୀ ବ୍ୟାଙ୍କଗୁଡ଼ିକରୁ ଅର୍ଥ ଲୁଟ କରୁଛନ୍ତି। ବୃହତ୍ତ ପରିମାଣର ଋଣ ନେଇ ଏହାକୁ ପୈଠ କରୁ ନ ଥିବାରୁ ବ୍ୟାଙ୍କରେ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ବଢୁଥିବା ସଂଘ ପକ୍ଷରୁ ଦାବି କରାଯାଇଛି। ଏଭଳି ବିଭିନ୍ନ ଦାବିକୁ ନେଇ ଏଆଇବିଇଏ ଏବଂ ବ୍ୟାଙ୍କ ଏମ୍ପ୍ଲଇ ଫେଡେରେଶନ ଅଫ୍‌ ଇଣ୍ଡିଆ(ବିଇଏଫ୍‌ଆଇ) ଦିନିକିଆ ଧର୍ମଘଟକୁ ଓହ୍ଲାଇଥିଲେ।
ଏହାବାଦ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ଛୋଟଛୋଟ ବ୍ୟାଙ୍କଗୁଡିକୁ ବନ୍ଦ କରିଦେଉଛନ୍ତି। ଏଭଳିସ୍ଥିତିରେ ଘରୋଇକ୍ଷେତ୍ର ବ୍ୟାଙ୍କ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ଲାଇସେନ୍ସ ପ୍ରଦାନ କରାଯାଉଛି। ଏହା ଦ୍ୱାରା ବ୍ୟାଙ୍କିଙ୍ଗକୁ ଘରୋଇକରଣ କରାଯାଉଛି। ଗତ ମାସରେ ବ୍ୟାଙ୍କ ଅଫିସର ସଂଘଗୁଡିକ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ସରକାରଙ୍କ ସହ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri