ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚକିତ କଲା ଭଳି ତଥ୍ୟ ପ୍ରଘଟ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ଠାରୁ ଏହି ଠକେଇ ବଡ଼ ବୋଲି ଇଡି କହିଛି।
ଇଡି ପକ୍ଷରୁ କୁହାଯାଇଛି ଯେ, ଷ୍ଟର୍ଲିିଂ ବାୟୋଟେକ ପ୍ରମୋଟର ନୀତିନ ସନ୍ଦେସରା, ଚେତନ ସନ୍ଦେସରା ଓ ଦୀପ୍ତି ସନ୍ଦେସରା ଦେଶର ବିଭିନ୍ନ ବ୍ୟାଙ୍କରୁ ୧୪,୫୦୦ କୋଟି ଟଙ୍କା ଋଣ ଜାଲିଆତି କରିଛନ୍ତି। ଅନ୍ୟପକ୍ଷରେ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ପିଏନ୍‌ବି ଠାରୁ ୧୧,୪୦୦ କୋଟି ଟଙ୍କା ଠକିଛନ୍ତି। ସିବିଆଇ ପକ୍ଷରୁ ୫୩୮୩ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ କମ୍ପାନୀ ଓ ଏହାର ପ୍ରମୋଟରମାନଙ୍କ ବିରୋଧରେ ୨୦୧୭ ଅକ୍ଟୋବରରେ ମାମଲା ଦାଏର କରାଯାଇଥିଲା। ଏହାପରେ ଇଡି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ମାମଲା ଦାଏର କରାଯାଇଛି। ସନ୍ଦେସରା ଭ୍ରାତା ସେମାନଙ୍କ ବିଦେଶସ୍ଥିତ କମ୍ପାନୀ ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କ ଶାଖାରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇଥିଲେ ବୋଲି ଯାଞ୍ଚରୁ ଜଣାପଡିଛି। ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ,ଏସ୍‌ବିଏଲ୍‌ ଗ୍ରୁପ୍‌ ଭାରତୀୟ ବ୍ୟାଙ୍କରୁ ଟଙ୍କା ସହିତ ବିଦେଶୀ ମୁଦ୍ରାରେ ମଧ୍ୟ ଋଣ ନେଇଥିଲେ। ଏହି ଗ୍ରୁପ୍‌କୁ ଆନ୍ଧ୍ର ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ), ଆଲ୍ଲାହାବାଦ୍‌ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମ ପକ୍ଷରୁ ଋଣ ଦିଆଯାଇଥିଲା। ସନ୍ଦେସରା ଭ୍ରାତା ମିଳିଥିବା ଋଣ ଅର୍ଥକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଥିବା ଯାଞ୍ଚରୁ ଜଣାପଡିଥିଲା। ବହୁ ଅର୍ଥକୁ ଜାଲ୍‌ କମ୍ପାନୀ ମାଧ୍ୟମରେ ଏପଟସେପଟ କରାଯାଇଥିଲା। ମୁଖ୍ୟ ପ୍ରମୋଟରମାନେ ଋଣ ଅର୍ଥକୁ ନାଇଜେରିଆରେ ଥିବା ନିଜର ତେଲ ବ୍ୟବସାୟରେ ନିବେଶ କରିବା ସହିତ ବ୍ୟକ୍ତିଗତ ସ୍ବାର୍ଥରେ ବ୍ୟବହାର କରିଥିଲେ। ଇଡି ଚଳିତ ମାସ ୨୭ରେ ଏସ୍‌ବିଏଲ୍‌/ସନ୍ଦେସରା ଗ୍ରୁପ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଇଡି ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ, ସନ୍ଦେସରା ଭ୍ରାତାଙ୍କ ମଧ୍ୟରେ ବଡ଼ ନୀତିନ ବିଦେଶସ୍ଥିତ ବ୍ୟବସାୟକୁ ବୁଝାସୁଝା କରୁଥିବା ବେଳେ ଚେତନ ବଡୋଦରା, ମୁମ୍ବାଇ, ଦିଲ୍ଲୀ ଓ ମସୁରୀସ୍ଥିତ ଅଫିସର କାମ ଦେଖାଶୁଣା କରୁଥିଲେ। ଇଡି ପକ୍ଷରୁ ଷ୍ଟର୍ଲିଂ ବାୟୋଟେକ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ବ୍ୟବସାୟୀ ହିତେଶ ପଟେଲଙ୍କୁ ଆଲ୍‌ବେନିଆରୁ ଗିରଫ କରିଥିଲା। ତାଙ୍କ ବିରୋଧରେ ମାର୍ଚ୍ଚ ୧୧ରେ ରେଡ କର୍ନର ନୋଟିସ ଜାରି କରାଯାଇଥିଲା। ଠକେଇ ମାମଲାରେ ଷ୍ଟର୍ଲିଂ ବାୟୋଟେକ୍‌ କମ୍ପାନୀର ନିର୍ଦ୍ଦେଶକ ଚେତନ ଜୟନ୍ତୀଲାଲ ସନ୍ଦେସରା, ଦୀପ୍ତି ଚେତନ ସନ୍ଦେସରା, ନୀତିନ ଜୟନ୍ତୀଲାଲ ସନ୍ଦେସରା, ବିଳାସ ଯୋଶୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେମନ୍ତ ହାତିଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଅନୁପ ଗର୍ଗ ଓ ଅନ୍ୟ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri