ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚକିତ କଲା ଭଳି ତଥ୍ୟ ପ୍ରଘଟ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ଠାରୁ ଏହି ଠକେଇ ବଡ଼ ବୋଲି ଇଡି କହିଛି।
ଇଡି ପକ୍ଷରୁ କୁହାଯାଇଛି ଯେ, ଷ୍ଟର୍ଲିିଂ ବାୟୋଟେକ ପ୍ରମୋଟର ନୀତିନ ସନ୍ଦେସରା, ଚେତନ ସନ୍ଦେସରା ଓ ଦୀପ୍ତି ସନ୍ଦେସରା ଦେଶର ବିଭିନ୍ନ ବ୍ୟାଙ୍କରୁ ୧୪,୫୦୦ କୋଟି ଟଙ୍କା ଋଣ ଜାଲିଆତି କରିଛନ୍ତି। ଅନ୍ୟପକ୍ଷରେ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ପିଏନ୍‌ବି ଠାରୁ ୧୧,୪୦୦ କୋଟି ଟଙ୍କା ଠକିଛନ୍ତି। ସିବିଆଇ ପକ୍ଷରୁ ୫୩୮୩ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ କମ୍ପାନୀ ଓ ଏହାର ପ୍ରମୋଟରମାନଙ୍କ ବିରୋଧରେ ୨୦୧୭ ଅକ୍ଟୋବରରେ ମାମଲା ଦାଏର କରାଯାଇଥିଲା। ଏହାପରେ ଇଡି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ମାମଲା ଦାଏର କରାଯାଇଛି। ସନ୍ଦେସରା ଭ୍ରାତା ସେମାନଙ୍କ ବିଦେଶସ୍ଥିତ କମ୍ପାନୀ ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କ ଶାଖାରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇଥିଲେ ବୋଲି ଯାଞ୍ଚରୁ ଜଣାପଡିଛି। ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ,ଏସ୍‌ବିଏଲ୍‌ ଗ୍ରୁପ୍‌ ଭାରତୀୟ ବ୍ୟାଙ୍କରୁ ଟଙ୍କା ସହିତ ବିଦେଶୀ ମୁଦ୍ରାରେ ମଧ୍ୟ ଋଣ ନେଇଥିଲେ। ଏହି ଗ୍ରୁପ୍‌କୁ ଆନ୍ଧ୍ର ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ), ଆଲ୍ଲାହାବାଦ୍‌ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମ ପକ୍ଷରୁ ଋଣ ଦିଆଯାଇଥିଲା। ସନ୍ଦେସରା ଭ୍ରାତା ମିଳିଥିବା ଋଣ ଅର୍ଥକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଥିବା ଯାଞ୍ଚରୁ ଜଣାପଡିଥିଲା। ବହୁ ଅର୍ଥକୁ ଜାଲ୍‌ କମ୍ପାନୀ ମାଧ୍ୟମରେ ଏପଟସେପଟ କରାଯାଇଥିଲା। ମୁଖ୍ୟ ପ୍ରମୋଟରମାନେ ଋଣ ଅର୍ଥକୁ ନାଇଜେରିଆରେ ଥିବା ନିଜର ତେଲ ବ୍ୟବସାୟରେ ନିବେଶ କରିବା ସହିତ ବ୍ୟକ୍ତିଗତ ସ୍ବାର୍ଥରେ ବ୍ୟବହାର କରିଥିଲେ। ଇଡି ଚଳିତ ମାସ ୨୭ରେ ଏସ୍‌ବିଏଲ୍‌/ସନ୍ଦେସରା ଗ୍ରୁପ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଇଡି ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ, ସନ୍ଦେସରା ଭ୍ରାତାଙ୍କ ମଧ୍ୟରେ ବଡ଼ ନୀତିନ ବିଦେଶସ୍ଥିତ ବ୍ୟବସାୟକୁ ବୁଝାସୁଝା କରୁଥିବା ବେଳେ ଚେତନ ବଡୋଦରା, ମୁମ୍ବାଇ, ଦିଲ୍ଲୀ ଓ ମସୁରୀସ୍ଥିତ ଅଫିସର କାମ ଦେଖାଶୁଣା କରୁଥିଲେ। ଇଡି ପକ୍ଷରୁ ଷ୍ଟର୍ଲିଂ ବାୟୋଟେକ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ବ୍ୟବସାୟୀ ହିତେଶ ପଟେଲଙ୍କୁ ଆଲ୍‌ବେନିଆରୁ ଗିରଫ କରିଥିଲା। ତାଙ୍କ ବିରୋଧରେ ମାର୍ଚ୍ଚ ୧୧ରେ ରେଡ କର୍ନର ନୋଟିସ ଜାରି କରାଯାଇଥିଲା। ଠକେଇ ମାମଲାରେ ଷ୍ଟର୍ଲିଂ ବାୟୋଟେକ୍‌ କମ୍ପାନୀର ନିର୍ଦ୍ଦେଶକ ଚେତନ ଜୟନ୍ତୀଲାଲ ସନ୍ଦେସରା, ଦୀପ୍ତି ଚେତନ ସନ୍ଦେସରା, ନୀତିନ ଜୟନ୍ତୀଲାଲ ସନ୍ଦେସରା, ବିଳାସ ଯୋଶୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେମନ୍ତ ହାତିଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଅନୁପ ଗର୍ଗ ଓ ଅନ୍ୟ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri