ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା। ମାତ୍ର ଫ୍ରାଙ୍କ୍‌ଲିନ୍‌ ଟେମ୍ପଲଟନ ଭଳି ହାଇ ପ୍ରୋଭାଇଲ କମ୍ପାନୀ ଏହାର ୬ ଡେଟ୍‌ ସ୍କିମ୍‌କୁ ବନ୍ଦ କରିବାକୁ ଘୋଷଣା ପରେ ନିବେଶକଙ୍କ ମଧ୍ୟରେ ଡେଟ୍‌କୁ ନେଇ ପୂର୍ବାପେକ୍ଷା ଆଶଙ୍କା ବଢିଛି। ସେମାନେ ଏହି ଫଣ୍ଡଗୁଡିକରୁ ଟଙ୍କା କାଢି ନେଇ ବ୍ୟାଙ୍କରେ ଜମା କରୁଛନ୍ତି। ସୁରକ୍ଷାକୁ ବିଚାରକରି ନିବେଶକ ବ୍ୟାଙ୍କ ଜମା ଆଡ଼କୁ ମୁହଁାଉଛନ୍ତି ବୋଲି ଜଣେ ବ୍ୟାଙ୍କିଙ୍ଗ୍‌ ଶିଳ୍ପ ବିଶେଷଜ୍ଞ କହିଛନ୍ତି।
ବ୍ୟାଙ୍କଗୁଡିକର ପ୍ରଚଳିତ ଜମା ସ୍କିମ୍‌ଗୁଡିକରେ ବର୍ତ୍ତମାନ ଜମା ପରିମାଣ ବଢିଥିବା ଦେଖାଯାଉଛି। ସୂଚନାଯୋଗ୍ୟ କୋଭିଡ୍‌-୧୯ ଯୋଗୁ ବଜାରରେ ଲିକ୍ୟୁଡିଟି ଅଭାବ ହେବାରୁ ଫ୍ରାଙ୍କ୍‌ଲିନକୁ ଏହାର ସ୍କିମ୍‌ ବନ୍ଦ କରିବାକୁ ପଡିଲା। ଏହି ଫଣ୍ଡଗୁଡିକର ଆସେଟ ବେସ୍‌ ପ୍ରାୟ ୨୮ ହଜାର କୋଟି ଟଙ୍କା ରହିଛି। ଡେଟ୍‌ ମ୍ୟୁଚୁଆଲ ଫଣ୍ଡରୁ ଲୋକ ଏବେ ଟଙ୍କା ଉଠାଇ ନେଉଥିବା ବେଳେ ବ୍ୟାଙ୍କ ଜମା ବଢୁଛି। ପୁଞ୍ଜିବଜାରର ସମସ୍ୟାକୁ ସମାଧାନ କରିବା ଦିଗରେ ସରକାର ହସ୍ତକ୍ଷେପ କରିବା ନେଇ ବିଶେଷଜ୍ଞ କହିଛନ୍ତି। ମ୍ୟୁଚୁଆଲ ଫଣ୍ଡରୁ ଲୋକମାନେ ଟଙ୍କା କାଢିନେଉଥିବାରୁ ଅର୍ଥ ବ୍ୟାଙ୍କରେ ଜମା ହେଉଛି ବୋଲି ଇଣ୍ଡସ ଇଣ୍ଡ ବ୍ୟାଙ୍କ ସିଇଓ ସୁମନ୍ତ କଥପଲିଆ କହିଛନ୍ତି। ଏବେ ଅଧିକ ଅର୍ଥ ବ୍ୟାଙ୍କରେ ଜମା ହେଉଥିବାରୁ ଜମା ହାର ବ୍ୟାଙ୍କଗୁଡିକ କମାଉଛନ୍ତି। ଫେବୃୟାରୀ ୨୦୧୯ ପରଠାରୁ ବ୍ୟାଙ୍କଗୁଡିକ ଜମା ଉପରେ ହାର ପ୍ରାୟ ୪୫% ହ୍ରାସ କରିଛନ୍ତି। ଏଭଳି ସ୍ଥିତିରେ ମଧ୍ୟ ଲୋକମାନେ ଅଧିକ ପରିମାଣର ଅର୍ଥ ଜମା କରୁଛନ୍ତି। ଏପ୍ରିଲ ଗତ ୨ ସପ୍ତାହରେ ଜମା ହାର ୯.୪% ବଢିଛି। ଏହା ଗତ ବର୍ଷ ସମାନ ସମୟରେ ୭.୯୩% ରହିଥିଲା।
ଲୋକଙ୍କ ଦ୍ୱାରା ଜମା ପରିମାଣ ନିମ୍ନ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଝୁଇଁବ ବୋଲି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓ ମତବ୍ୟକ୍ତ କରିଛନ୍ତି। ଗତ ମାସରେ ଲୋକମାନେ ଡେଟ୍‌ ସେଗ୍‌ମେଣ୍ଟରୁ ୧.୯୫ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। ବ୍ୟାଙ୍କ ଜମାରେ ସୁରକ୍ଷା ଏବଂ କ୍ରେଡିଟ୍‌ ରିସ୍କ ଭଳି ପ୍ରସଙ୍ଗ ନ ଥିବାରୁ ଲୋକମାନେ ଡେଟ୍‌ରେ କିଛି ଫାଇଦା ଥିଲେ ମଧ୍ୟ ଟଙ୍କା ଉଠାଇ ନେଉଛନ୍ତି। ଖୁଚୁରା ନିବେଶକଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖାଯାଉଛି। ସାଙ୍କଟମ୍‌ ଓ୍ବେଲଥ ମ୍ୟାନେଜମେଣ୍ଟ ସହ ପ୍ରତିଷ୍ଠାତା ପ୍ରତୀକ ପନ୍ଥ କହିଛନ୍ତି ଯେ, ଡେଟ୍‌ ନିବେଶର ନିରାପତ୍ତାକୁ ବିଚାରକରି ନିବେଶକ ନିଷ୍ପତ୍ତି ନେଉଥିବା ଦେଖାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଡେଟ୍‌ ଫଣ୍ଡ ବର୍ଗ ଭଲ ରହିଛି। ମାତ୍ର କିଛି ଘଟଣାକୁ ସବୁ କିଛି ଭାବି ନେବା ସହ ନିବେଶକ ଯଦି ଛାନିଆ ହୋଇଯିବେ ତେବେ ସବୁ ନିଷ୍ପତ୍ତି ତାଙ୍କ ଉପରେ ହିଁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri