Posted inଫୁରସତ

ବ୍ୟକ୍ତିତ୍ୱ: ରହସ୍ୟ କାହାଣୀର ଦୁଇ ନାୟିକା ଆଗାଥା କ୍ରିଷ୍ଟି, ଆନେ ରାଇସ୍‌

ରହସ୍ୟ ରୋମାଞ୍ଚକୁ ନେଇ ଲେଖାଯାଉଥିବା କାହାଣୀ ଯେ ସାହିତ୍ୟର ଏକ ପ୍ରମୁଖ ଅଙ୍ଗ ପାଲଟିପାରେ, ତାହା କରି ଦେଖାଇଥିଲେ ବିଶ୍ୱ ସାହିତ୍ୟର ଦୁଇ ମହୀୟସୀ ମହିଳା। ଜଣେ ହେଉଛନ୍ତି ଆଗାଥା କ୍ରିଷ୍ଟି ଏବଂ ଆଉ ଜଣେ ଆନେ ରାଇସ୍‌।…

ବିଶ୍ୱ ସାହିତ୍ୟରେ ରହସ୍ୟ କାହାଣୀର ଏକ ସ୍ବତନ୍ତ୍ର ମାନ୍ୟତା ରହିଛି। ସେଥିଲାଗି ରହସ୍ୟ ସାହିତ୍ୟକୁ ସାହିତ୍ୟର ମୁଖ୍ୟ ସ୍ରୋତରେ ମଧ୍ୟ ସାମିଲ କରାଯାଇଛି। ଏମିତି ଏକ ପରିସ୍ଥିତି ଥିଲା, ଯେତେବେଳେ ରହସ୍ୟ କାହାଣୀକୁ ସାଧାରଣ ମନୋରଞ୍ଜନପୂର୍ଣ୍ଣ ରୋମାଞ୍ଚକର ପର୍ଯ୍ୟାୟରେ ରଖାଯାଇଥିଲା। ତେବେ ରହସ୍ୟ ରୋମାଞ୍ଚକୁ ନେଇ ଲେଖାଯାଉଥିବା କାହାଣୀ ଯେ ସାହିତ୍ୟର ଏକ ପ୍ରମୁଖ ଅଙ୍ଗ ପାଲଟିପାରେ, ତାହା କରି ଦେଖାଇଥିଲେ ବିଶ୍ୱ ସାହିତ୍ୟର ଦୁଇ ମହୀୟସୀ ମହିଳା। ଜଣେ ହେଉଛନ୍ତି ଆଗାଥା କ୍ରିଷ୍ଟି ଏବଂ ଆଉ ଜଣେ ଆନେ ରାଇସ୍‌।

ଊନବିଂଶ ଓ ବିଂଶ ଶତାବ୍ଦୀର ସେତୁ: ଆଗାଥା ହେଉଛନ୍ତି ଊନବିଂଶ ଶତାବ୍ଦୀର ମହାନାୟିକା। ଆନେ ହେଉଛନ୍ତି ବିଂଶ ଶତାବ୍ଦୀର ଉତ୍ତରାଧିକାରୀ। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଅର୍ଥାତ୍‌ ୧୮୯୦ ମସିହା ସେପ୍ଟେମ୍ବର ୧୫ ତାରିଖରେ ବ୍ରିଟେନ୍‌ରେ ଜନ୍ମ ହୋଇଥିଲେ ଆଗାଥା। ମା’ କ୍ଲାରିସା ଥିଲେ ବ୍ରିଟେନ୍‌ର ନାଗରିକ। କ୍ଲାରିସାଙ୍କ ବାପା ଥିଲେ ଜଣେ ସେନାଧିକାରୀ। ସେଥିଲାଗି ତାଙ୍କୁ ସ୍ବତନ୍ତ୍ର ନାଗରିକତ୍ୱର ସମ୍ମାନ ମିଳୁଥିଲା। ଆଗାଥାଙ୍କ ବାପା ଫ୍ରେଡେରିକ୍‌ ଆମେରିକୀୟ ଥିଲେ। ତାଙ୍କର ବୃତ୍ତି ଥିଲା ଷ୍ଟକ୍‌ ବ୍ରୋକରିଂ। ସେ ଆମେରିକାରେ ରହି ଷ୍ଟକ୍‌ ଦଲାଲି କରୁଥିଲେ। ଅପରପକ୍ଷରେ, ବିଂଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍‌ ୧୯୪୧ ମସିହାରେ ଆମେରିକାର ନିୟୁ ଅରଲିନ୍ସଠାରେ ଆନେ ଜନ୍ମ ଗ୍ରହଣ କରିଥିଲେ। ମାସ ଓ ତାରିଖ ଥିଲା ଯଥାକ୍ରମେ ଅକ୍ଟୋବର ୪ ତାରିଖ। ଆନେଙ୍କ ବାପା ହାଓ୍ବାର୍ଡ଼ ନୌସେନା ଅଧିକାରୀ ଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପାଇଁ କାର୍ଯ୍ୟ କରିଥିଲେ। ଆନେଙ୍କ ମା’ଙ୍କ ନାମ ଥିଲା କ୍ୟାଥେରାଇନ୍‌। କ୍ୟାଥେରାଇନ୍‌ ଅନୁଶାସନଶୀଳ ମହିଳା ଥିଲେ।
କୃତି: ଊନବିଂଶ ଶତାବ୍ଦୀର ଜଣେ ବହୁମୁଖୀ ପ୍ରତିଭା ଥିଲେ ଆଗାଥା। ସେ ସବୁ ପ୍ରକାର ରଚନା କରିବାରେ ଧୁରନ୍ଧର ଥିଲେ। ତେବେ ତାଙ୍କର ଲେଖାଗୁଡ଼ିକୁ ମୁଖ୍ୟ ରୋମାଣ୍ଟିକ୍‌ ଚେତନା ସମ୍ବଳିତ ରହସ୍ୟ ପର୍ଯ୍ୟାୟର ବିବେଚନା କରାଯାଏ। ସେ ଗୁଇନ୍ଦା ତଥ୍ୟ ସମ୍ବଳିତ ଉପନ୍ୟାସ ତଥା ଗଳ୍ପ ରଚନାରେ ଥିଲେ ବେଶ୍‌ ପାରଙ୍ଗମ। ତାଙ୍କ ନାମରେ ରହିଛି ୬୬ଟି ରହସ୍ୟ ଉପନ୍ୟାସ ଏବଂ ୧୪ଟି କ୍ଷୁଦ୍ରଗଳ୍ପ ସଂକଳନ। ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ଼ ଅନୁଯାୟୀ, ସେ ହେଉଛନ୍ତି ଜଣେ ସର୍ବକାଳୀନ ବେଷ୍ଟ-ସେଲିଂ ଉପନ୍ୟାସ ଲେଖିକା। ତାଙ୍କର ଉପନ୍ୟାସ ସବୁ ସାମଗ୍ରିକ ଭାବରେ ୪୦୦ କୋଟିରୁ ଅଧିକ କପି ବିକ୍ରି ହୋଇଛି। ସେହିଭଳି ତାଙ୍କର ଉପନ୍ୟାସ ସବୁ ବିଶ୍ୱର ପ୍ରାୟ ୧୦୩ରୁ ଅଧିକ ଭାଷାରେ ଅନୂଦିତ ହୋଇଛି। ଅପରପକ୍ଷରେ, ଆନେଙ୍କର ସବୁଠୁ ଅଧିକ ଲୋକପ୍ରିୟ ତଥା ପ୍ରଭାବଶାଳୀ ଉପନ୍ୟାସ ହେଉଛି ‘ଦି ଭାମ୍ପାୟାର କ୍ରନିକ୍ଲ’। ଏହି ସିରିଜ୍‌ରେ ତିନିଖଣ୍ଡ ପୁସ୍ତକ ଅନ୍ତର୍ଭୁକ୍ତ। ସେଗୁଡ଼ିକ ହେଉଛି- ‘ଇଣ୍ଟରଭ୍ୟୁ ୱିଥ୍‌ ଦି ଭାମ୍ପାୟାର’, ‘ଦି ଭାମ୍ପାୟାର ଲେଷ୍ଟାଟ୍‌’ ଏବଂ ‘କୁଇନ୍‌ ଅଫ୍‌ ଦି ଡାମ୍‌ଡ’ । ଭାମ୍ପାୟାର ସିରିଜ୍‌ ବ୍ୟତୀତ ତାଙ୍କ ଦ୍ୱାରା ରଚିତ ଅନ୍ୟ ପୁସ୍ତକଗୁଡ଼ିକ ହେଉଛି- ଦି ଫିଷ୍ଟ ଅଫ୍‌ ଅଲ୍‌ ସେଣ୍ଟ୍ସ, ସର୍ଭେଣ୍ଟ ଅଫ୍‌ ଦି ବୁନ୍‌ସ, ଏକ୍‌ଜିଟ୍‌ ଟୁ ଇଡେନ୍‌। ସାମ୍ପ୍ରତିକ ଆମେରିକୀୟ ଲେଖକମାନଙ୍କ ମଧ୍ୟରେ ଆନେ ହେଉଛନ୍ତି ଜଣେ ଅତି ପ୍ରଭାବଶାଳୀ ଲେଖିକା। ତାଙ୍କୁ ଆମେରିକାର ବହୁ ପଠିତ ଲେଖିକା ବୋଲି ମଧ୍ୟ କୁହାଯାଇଥାଏ।
ପିଲାବେଳ, ପାଠପଢ଼ା: ପରିବାରର ତୃତୀୟ ସନ୍ତାନ ଥିଲେ ଆଗାଥା। ପାରିବାରିକ ସ୍ଥିତି ସ୍ବଚ୍ଛଳ ଥିଲା। ତେଣୁ ତାଙ୍କର ପିଲାବେଳ ସୁଖରେ କଟିଥିଲା। ଏହାସତ୍ତ୍ୱେ ସେ ଡେରିରେ ପାଠପଢ଼ା ଆରମ୍ଭ କରିଥିଲେ। ତା’ର କାରଣ ମା’ଙ୍କର ଅନ୍ଧବିଶ୍ୱାସ। ମା’ କ୍ଲାରିସା ବିଶ୍ୱାସ କରୁଥିଲେ ଯେ, ଝିଅମାନେ ଅତିକମ୍‌ରେ ୮ବର୍ଷ ନହେବା ଯାଏ ସେମାନଙ୍କୁ ସ୍କୁଲ୍‌କୁ ପଠେଇବା ଉଚିତ ନୁହେଁ। ତେଣୁ ଇଚ୍ଛା ଥିଲେ ବି ଆଗାଥା ସ୍କୁଲ୍‌କୁ ଯାଇପାରି ନଥିଲେ। ଆଗାଥା ପିଲାଟି ବେଳୁ ଭାରି କଳ୍ପନାବିଳାସୀ ଥିଲେ। ସେ ଗପ ଶୁଣିବାକୁ ଭଲ ପାଉଥିଲେ। ସେଥିଲାଗି ସେ ବାଲ୍ୟାବସ୍ଥାରୁ ନିଜ ଭିତରେ କାଳ୍ପନିକ ଚରିତ୍ର ତିଆରି କରି ପକେଇଥିଲେ। ଅପରପକ୍ଷରେ, ଦୟନୀୟ ଅବସ୍ଥା ଆନେଙ୍କୁ ପାଠ ପଢ଼ିବା ପାଇଁ ଦେଇ ନ ଥିଲା। ତାଙ୍କର ପିଲାବେଳ ଅତ୍ୟନ୍ତ ଦାରିଦ୍ର୍ୟରେ କଟିଥିଲା। ପୁଣି ଉଭୟ ମା’ବାପା ଆଲ୍‌କୋହଲ୍‌ ଆଡିକ୍ଟ ହୋଇଥିବା ହେତୁ ପିଲାମାନଙ୍କ ପ୍ରତି ସେମାନଙ୍କର କୌଣସି ନିଘା ନ ଥିଲା। ଆନେ ଓ ତାଙ୍କର ଅନ୍ୟ ଭାଇଭଉଣୀମାନେ ତାଙ୍କ ଆଈଙ୍କ ପାଖରେ ରହୁଥିଲେ। ମା’ବାପାଙ୍କ ମଧ୍ୟରେ ସୁସମ୍ପର୍କ ନ ଥିଲା। ସେମାନେ ପରସ୍ପରଠାରୁ ଦୂରରେ ରହୁଥିଲେ। ଏଭଳି ଅବସ୍ଥାରେ ଦିନେ ତାଙ୍କ ମା’ଙ୍କର ଦେହାନ୍ତ ଘଟିଲା। ବାପା ପୁନଶ୍ଚ ବିବାହ କଲେ। ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇଉଠିଲା। ତା’ ସତ୍ତ୍ୱେ ଆନେ ପାଠପଢ଼ାକୁ ତାଙ୍କ ଜୀବନର ଏକମାତ୍ର ବ୍ରତ କରିଥିଲେ।
ଏହାସତ୍ତ୍ୱେ ଏଇ ଦୁଇ ଲେଖିକା ଆଜି ବିଶ୍ୱ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଦାବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri