Posted inଫୁରସତ

ବ୍ୟକ୍ତିତ୍ୱ: ଅଭିନେତ୍ରୀ ସାଧନା

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ସାଧନା। ତାଙ୍କର ପୂରାନାମ ସାଧନା ଶିବଦାସାନି। ତେବେ ସାଧନା ଶିବଦାସାନି ଭାବରେ ନୁହେଁ; ଅଧିକନ୍ତୁ ସାଧନା ଭାବରେ ତାଙ୍କୁ ସାରା ଦେଶର ଚିତ୍ରପ୍ରେମୀ ଜାଣନ୍ତି। ଷାଠିଏରୁ ସତୁରି ଦଶକ ମଧ୍ୟରେ ସାଧନା ବହୁ ଭାବରେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଥିଲେ। ଏହି ସମୟକୁ ହିନ୍ଦୀ ଚିତ୍ର ଜଗତର ସୁବର୍ଣ୍ଣଯୁଗ ବୋଲି କୁହାଯାଉଥିଲା। ଆଉ ଏହି ସମୟରେ ସାଧନା ଥିଲେ ଜଣେ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ। ୧୯୬୦ରୁ ୧୯୮୧ ଥିଲା ତାଙ୍କର ଫିଲ୍ମଯୁଗ। ତାଙ୍କ କ୍ୟାରିୟର ମଧ୍ୟରେ ସେ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଆଉ ତାଙ୍କର ସବୁ ଫିଲ୍ମକୁ ଅଭୂତପୂର୍ବ ସଫଳତା ମିଳିଥିଲା। ତାଙ୍କର ସଫଳ ଫିଲ୍ମ ମଧ୍ୟରେ ରହିଛି ହମ୍‌ ଦୋନୋ, ଓ୍ବ କୌନ୍‌ ଥି, ଓ୍ବକ୍ତ, ଆରଜୁ, ମେରା ସାୟା, ଅନୀତା, ଏକ ଫୁଲ ଦୋ ମାଲି ଏବଂ ଆହୁରି ଅନେକ। କେବଳ ହିନ୍ଦୀ ଫିଲ୍ମରେ ନୁହେଁ, ସେ କେତେକ ଆଞ୍ଚଳିକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ସାଧନା କଟ୍‌ : ଷାଠିଏ ଦଶକରେ ତାଙ୍କର କେଶବିନ୍ୟାସକୁ ନେଇ ସେ ଯଥେଷ୍ଟ ଚର୍ଚ୍ଚାରେ ରହିଥିଲେ। ତାଙ୍କର କେଶସଜ୍ଜା ଏତେ ଲୋକପ୍ରିୟ ହୋଇଥିଲା ଯେ ତାହାକୁ ଲୋକମାନେ ‘ସାଧନା କଟ୍‌’ ଭାବରେ ନାମିତ କରିଥିଲେ। ତିନୋଟି ଥ୍ରିଲର ମୁଭି ତାଙ୍କୁ ରାତାରାତ ସଫଳତା ଆଣିଦେଇଥିଲା। ଆଉ ସେ ‘ମିଷ୍ଟ୍ରିଗର୍ଲ’ ଭାବରେ ପରିଚିତ ହୋଇଯାଇଥିଲେ। ସେହି ତିନୋଟି ଥ୍ରିଲର ମୁଭି ହେଉଛି ଓ୍ବ କୌନ୍‌ ଥି, ମେରା ସାୟା ଏବଂ ଅନୀତା। ଏହି ତିନୋଟି ଯାକ ଫିଲ୍ମର ନିର୍ଦ୍ଦେଶକ ଥିଲେ ରାଜ ଖୋସଲା। ଓ୍ବ କୌନ୍‌ ଥି ଏବଂ ମେରା ସାୟାରେ ସାଧନା ଡବଲ ରୋଲରେ ପରଦା ଉପରକୁ ଆସିଥିଲେ। ଆଉ ଦର୍ଶକମାନେ ବି ତାଙ୍କୁ ଗ୍ରହଣ କରିଥିଲେ।

ପିଲାବେଳ : ୧୯୪୧ ମସିହା ସେପ୍ଟେମ୍ବର ୨ ତାରିଖରେ କରାଚୀର ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସାଧନା। ସେ ତାଙ୍କ ପରିବାରର ଥିଲେ ଏକମାତ୍ର ସନ୍ତାନ। ତାଙ୍କର ଦାଦା ହରି ଶିବଦାସାନି ଜଣେ ଅଭିନେତା ଥିଲେ। ପରିବାରର ଏକମାତ୍ର ସନ୍ତାନ ହୋଇଥିବାରୁ ତାଙ୍କୁ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ମିଳି ପାରିଥିଲା। ପିଲାଟି ବେଳୁ ସେ ନାଚ, ଗୀତ ଆଦି ପ୍ରତି ଆକୃଷ୍ଟ ଥିଲେ। ତାଙ୍କ ଜନ୍ମର କିଛିବର୍ଷ ପରେ ଭାରତ ସ୍ବାଧୀନ ହେଲା ଏବଂ ବିଭାଜିତ ହୋଇଗଲା। ଭାରତ ବିଭାଜନ ପରେ ଆରମ୍ଭ ହୋଇଯାଇଥିବା ଦଙ୍ଗାରେ ତାଙ୍କ ପରିବାର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ସେମାନେ କରାଚୀ ଛାଡ଼ି ମୁମ୍ବାଇ ଚାଲି ଆସିଲେ ଏବଂ ମୁମ୍ବାଇରେ ସବୁଦିନ ଲାଗି ରହିଗଲେ। ସେ ଆଠବର୍ଷର ହେବା ପର୍ଯ୍ୟନ୍ତ ତାଙ୍କର ମା’ ସାଧନାଙ୍କୁ ସ୍କୁଲକୁ ନ ପଠେଇ ନିଜେ ପଢ଼େଇଥିଲେ। ଆଠବର୍ଷର ହେବାପରେ ତାଙ୍କର ଅକ୍‌ଜିଲିଅମ୍‌ କନଭେଣ୍ଟରେ ନାମ ଲେଖା ହୋଇଥିଲା। ସାଧନାଙ୍କର ଅତି ପ୍ରିୟ ଅଭିନେତ୍ରୀ ଥିଲେ ନୂତନ। ସେ ନୂତନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଅଭିନେତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମ ପରଦା : ପିଲାବେଳୁ ଏକ କଳାକାର ପରିବାରରେ ବଢ଼ିଥିଲେ ସାଧନା। ସ୍କୁଲରେ ପଢ଼ିବା ବେଳେ ଅଭିନୟ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ବେଶ୍‌ ପ୍ରଶଂସିତ ହେଉଥିଲେ। ତାଙ୍କର ଇଚ୍ଛାଥିଲା ବଡ଼ହୋଇ ସେ ଜଣେ ଅଭିନେତ୍ରୀ ହେବେ। ଆଉ ତାଙ୍କର ନିଷ୍ପତ୍ତିକୁ ତାଙ୍କ ବାପାମା’ ମଧ୍ୟ ସମର୍ଥନ କରୁଥିଲେ। ପ୍ରଥମେ ସେ କ୍ୟାମେରାକୁ ସାମ୍ନା କରିଥିଲେ ୧୯୫୫ ମସିହାରେ। ରାଜ କପୁରଙ୍କ ଲୋକପ୍ରିୟ ଫିଲ୍ମ ‘ଶ୍ରୀ ୪୨୦’ରେ ଥିବା ଗୋଟିଏ ଗୀତ ‘ମୁଡ଼ ମୁଡ଼ କେ ନା ଦେଖ୍‌ ମୁଡ଼ ମୁଡ଼ କେ’ରେ ସେ ଜଣେ କୋରସ ଆର୍ଟିଷ୍ଟ ଭାବରେ ଯାଇ ନୃତ୍ୟ କରିଥିଲେ। ଏହା ହିଁ ଥିଲା ତାଙ୍କର ପ୍ରଥମ ବଲିଉଡ଼ ପ୍ରବେଶ। ସେତେଳେକୁ ତାଙ୍କୁ ହୋଇଥିଲା ମାତ୍ର ୧୫ବର୍ଷ। ଏହାପରେ ସେ ଅନେକ ପ୍ରଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ସିନ୍ଧି ଭାଷାରେ ନିର୍ମିତ ହୋଇଥିବା ପ୍ରଥମ ଫିଲ୍ମ ‘ଅବନା’ରେ ତାଙ୍କୁ ପାର୍ଶ୍ୱ ଅଭିନେତ୍ରୀ ଭାବେ ସୁଯୋଗ ମିଳିଥିଲା।

ଲଭ୍‌ ଇନ୍‌ ଶିମ୍‌ଲା : ‘ଶ୍ରୀ ୪୨୦’ର ଏକ ପୋଷ୍ଟରରୁ ସାଧନାଙ୍କୁ ଦେଖିଥିଲେ ସେତେବେଳର ପ୍ରସିଦ୍ଧ ପ୍ରଯୋଜକ ଶଶଧର ମୁଖାର୍ଜୀ। ସେ ତାଙ୍କୁ ଆଣି ତାଙ୍କର ଆକ୍ଟିଂ ସ୍କୁଲରେ ପହଞ୍ଚାଇଥିଲେ। ସେହିବର୍ଷ ଶଶଧର ମୁଖାର୍ଜୀଙ୍କ ପୁଅ ଜୟ ମୁଖାର୍ଜୀ ମଧ୍ୟ ଆକ୍ଟିଂ ସ୍କୁଲରେ ନାମ ଲେଖାଇଲେ। ସେହିବର୍ଷ ଆର.କେ.ନାୟାର ପ୍ରଥମ ଥର କରି ଗୋଟିଏ ଫିଲ୍ମରେ ନିର୍ଦ୍ଦେଶନା ଦେଉଥାନ୍ତି। ଫିଲ୍ମଟି ଥିଲା ‘ଲଭ୍‌ ଇନ୍‌ ଶିମ୍‌ଲା’। ସେଥିରେ ସେ ଦୁଇଟି ସମ୍ପୂର୍ଣ୍ଣ ନୂଆମୁହଁ ନେବାକୁ ଚାହୁଁଥାନ୍ତି। ସେଥିପାଇଁ ସେ ଉଭୟ ଜୟ ଓ ସାଧନାଙ୍କୁ ସାଇନ୍‌ କଲେ। ସାଧନାଙ୍କର କେଶକୁ ବ୍ରିଟିଶ ଅଭିନେତ୍ରୀ ଆଡେରି ହେପବର୍ନଙ୍କ କେଶ ଶୈଳୀରେ ସଜେଇଲେ। ଆଉ ତାହା ସାଧନାଙ୍କୁ ଏପରି ଭାବରେ ମ୍ୟାଚ୍‌ କରିଗଲା ଯେ ଲୋକମାନେ ତାହାକୁ ସାଧନା କଟ୍‌ ଭାବରେ ଗ୍ରହଣ କରିନେଲେ। ଫିଲ୍ମଟି ମୁକ୍ତିଲାଭ କରି ସଫଳ ହେଲା ଓ ସାଧନାଙ୍କ କ୍ୟାରିୟରକୁ ଆଗେଇ ନେବାରେ ସାହାଯ୍ୟ କଲା।

ବ୍ୟକ୍ତିଗତ ଜୀବନ : ‘ଲଭ ଇନ୍‌ ଶିମ୍‌ଲା’ରେ ତାଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିବା ନିର୍ଦ୍ଦେଶକ ଆର.କେ.ନାୟାରଙ୍କ ସହିତ ତାଙ୍କର ନିବିଡ଼ ପ୍ରେମ ସମ୍ପର୍କ ରହିଥିଲା। ପରିଶେଷରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ତେବେ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶ୍‌ ସୁନ୍ଦର ରହିଥିଲା। ଆଜମାରେ ପୀଡ଼ିତ ହୋଇ ଆର.କେ. ନାୟାର ପରଲୋକ ଗମନ କରିବା ପରେ ବିଲ୍‌କୁଲ୍‌ ଏକୁଟିଆ ହୋଇଯାଇଥିଲେ ସାଧନା। ବଲିଉଡ ସହିତ ମଧ୍ୟ ସମ୍ପର୍କ ଛିନ୍ନ କରିଦେଇଥିଲେ। ୨୦୧୫ ମସିହା ଡିସେମ୍ବର ୨୫ ତାରିଖରେ ଏହି ଅଭିନେତ୍ରୀଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri