ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର ଘୋଷଣା କରିଛି। ଏହି ବିକ୍ରିରୁ କମ୍ପାନୀକୁ ପ୍ରାୟ ୩ ହଜାର କୋଟି ଟଙ୍କା ମିଳିବ। ଏହି ଅର୍ଥକୁ ଋଣ ପରିଶୋଧ କରିବାରେ ବିନିଯୋଗ କରାଯିବ ବୋଲି କୁହାଯାଇଛି। କଫି ଡେ ଏଣ୍ଟରପ୍ରାଇଜେସ୍‌ ଦ୍ୱାରା ପରିଚାଳିତ କ୍ୟାଫେ କଫି ଡେର ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ଆମତ୍ହତ୍ୟା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଷ୍ଟକ୍‌ ଏକ୍ସଚେଞ୍ଜକୁ ସୂଚନା ପ୍ରଦାନ କରି କମ୍ପାନୀ କହିଛି ଯେ, ଗ୍ଲୋବାଲ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟର ନିଷ୍ପତ୍ତି ନେଇଛନ୍ତି। ଏହି ବିକ୍ରିରୁ କମ୍ପାନୀକୁ ୨୬୦୦ରୁ ୩୦୦୦ କୋଟି ଟଙ୍କା ମିଳିବ। ଏହାକୁ ନେଇ ଦୁଇ କମ୍ପାନୀ ମଧ୍ୟରେ ଅଣ ବାଧ୍ୟକାରୀ ଚୁକ୍ତି ସ୍ବାକ୍ଷର ହୋଇଛି। ବ୍ଲାକ୍‌ଷ୍ଟୋନ ପକ୍ଷରୁ ଟେକ୍‌ ଭିଲେଜର ଯାଞ୍ଚ, ଦସ୍ତାବିଜକୁ ତନଖିବା ପରେ ଏବଂ ନିୟାମକୀୟ ଅନୁମୋଦନ ଲାଭର ୩୦ରୁ ୪୫ ଦିନ ମଧ୍ୟରେ ବିକ୍ରି କାର୍ଯ୍ୟ ଶେଷ କରାଯିବ। ଏଥିସହିତ ବୋର୍ଡ ଆଲ୍ଫାଗ୍ରେପ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡକୁ ୨୮ କୋଟି ଟଙ୍କାରେ ଇଲୁମିନାତୀ ସଫ୍ଟଓ୍ବେୟାର ପ୍ରାଇଭେଟ ଲିମିଟେଡକୁ ବିକ୍ରି କରାଯିବ ବୋଲି କମ୍ପାନୀ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri