Posted inଖେଳ

‘ବ୍ଲାକ୍‌ ଲିଭ୍ସ ମ୍ୟାଟର’ ଲୋଗୋ ବ୍ୟବହାର କରିବେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ମାଞ୍ଚେଷ୍ଟର, ୩୦ା୬ (ପି.ଟି.): ଆଗକୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳିଙ୍କ ଶାର୍ଟ କଲର୍‌ରେ ଏକ ଭିନ୍ନ ଧରଣର ଲୋଗୋ ଦେଖିବାକୁ ମିଳିବ। ସେଥିରେ ଲେଖାଥିବ ‘ବ୍ଲାକ୍‌ ଲିଭ୍ସ ମ୍ୟାଟର’। କ୍ରୀଡ଼ାରେ ବର୍ଣ୍ଣବାଦ ବିରୋଧରେ ପ୍ରତିବାଦ ସ୍ବରୂପ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଏହି ଲୋଗୋ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଆମେରିକାରେ ପୋଲିସ ନିର୍ଯାତନାରେ ଜର୍ଜ ଫ୍ଲଏଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ଘଟଣାରେ ବିଶ୍ୱବ୍ୟାପୀ ବିଭିନ୍ନ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମାଜରୁ ବର୍ଣ୍ଣବାଦ ଏବେ ସୁଦ୍ଧା ଦୂର ହୋଇ ନ ଥିବା ପ୍ରମାଣିତ କରୁଛି। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍‌ଡର କହିଛନ୍ତି। ଲୋଗୋର ଡିଜାଇନ୍‌ କରିଛନ୍ତି ଆଲିଶା ହୋସାନା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଏହା ମଧ୍ୟ ଅନୁମୋଦନ ଲାଭ କରିସାରିଛି। ପ୍ରିମିୟର ଲିଗ୍‌ ଫୁଟ୍‌ବଲ ଚଳିତମାସ ପ୍ରଥମ ଭାଗରେ ଆରମ୍ଭ ହୋଇଛି। ଏଥିରେ ଭାଗ ନେଉଥିବା ସମସ୍ତ ୨୦ଟି କ୍ଲବ ସିଜନର ଅବଶିଷ୍ଟ ମ୍ୟାଚ୍‌ରେ ଏହି ଲୋଗୋ ବ୍ୟବହାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପ୍ରଥମଥର ଟି୨୦ ବିଶ୍ୱକପରେ ଘଟିଲା ଏମିତି: ବ୍ରୁକ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୫।୨: ପାକିସ୍ତାନ ବିପକ୍ଷରେ ହ୍ୟାରି ବ୍ରୁକ ଏକ ଐତିହାସିକ ଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ…

T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍‌ ରେସ୍‌ରୁ ପାକିସ୍ତାନ ବିଦା?

ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି…

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri