ବ୍ରାହ୍ମଣୀଗାଁରେ ଅବକାରୀ ଧରପଗଡ଼, ୧୨ଶହ ଲିଟର ପୋଚ ନଷ୍ଟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୭।୯(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ମଙ୍ଗଳବାର ଅବକାରୀ ଧରପଗଡ କରାଯାଇଥିଲା। ମାତ୍ର ଆଗୁଆ ସୂଚନା ପାଇ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସକୁ ସେଭଳି ସଫଳତା ମିଳିନାହିଁ । କେବଳ ୧୨ଶହ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି। ଏଥିସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ଖାଲି ପ୍ଲାଷ୍ଟିକ୍‌ ଡ୍ରମ ଗୁଡ଼ିକୁ ପୋଲିସ ଜବତ କରିଛି। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଉକ୍ତ ଥାନା ଅଞ୍ଚଳର ସୁନ୍ଦରପଙ୍କା, ମେରାମାହା, ପଣସପଦର ଗ୍ରାମରେ ଏହି ଚଢ଼ାଉ କରାଯାଇଥିଲା ବୋଲି ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଣାତ୍ମକ ଶିକ୍ଷାର ବିକାଶ ହେଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ’

ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ…

କିନ୍ନରଙ୍କୁ ଛୁରି ଭୁସି ହତ୍ୟା, ମୀରା ପରିଡ଼ା କହିଲେ…

ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ…

ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୋଗ ଆଣିବାରୁ…

ଭବାନୀପାଟଣା,୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଶୀତ କମିଛି, କମିନି ପର୍ଯ୍ୟଟକଙ୍କ ସଂଖ୍ୟା, ସକାଳୁ ରାତି ପର୍ଯ୍ୟନ୍ତ…

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri