ବ୍ରହ୍ମପୁର ଅଫିସ,୧୩ା୯- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ବୁଧବାର ବିଳମ୍ବିତ ରାତିିରେ ୨ ଜଣ ସ୍ନାତକୋତ୍ତର ଛାତ୍ର ନୂତନ ଛାତ୍ରାବାସକୁ ଯାଇ ର଼୍ୟାଗିଂ କରିବା ସହ ମାରଣାସ୍ତ୍ର ଧରି ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ା ଏନେଇ ଗୁରୁବାର ସମସ୍ତ ହଷ୍ଟେଲର ଅନ୍ତେବାସୀମାନେ ୱାର୍ଡେନ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷାଙ୍କୁ ସାକ୍ଷତ କରି ଲିଖିତ ଭାବେ ଜଣାଇଛନ୍ତି ା ଅନ୍ତେବାସୀଙ୍କ ଲିଖିତ ଅଭିଯୋଗ ପ୍ରକାରେ, ବୁଧବାର ରାତି ପ୍ରାୟ ୧୧.୩୦ରେ ପ୍ରଥମ ହଷ୍ଟେଲ ଋଷିକୁଲ୍ୟାର ୨ ସିନିୟର ଛାତ୍ର ତୃତୀୟ ହଷ୍ଟେଲ ନାଗାବଳୀକୁ ଯାଇ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଙ୍କୁ ର଼୍ୟାଗିଂ କରିଥିଲେ। ସେମାନଙ୍କୁ ଧମକାଇବା ସହ ହଷ୍ଟେଲ ଫାଟକ ଆଗରେ ମାରଣାସ୍ତ୍ର ଧରି ଜଗି ରହିଥିଲେ। ଖବରପାଇ ନବାଗତ ଛାତ୍ରଙ୍କୁ ସମର୍ଥନ କରିବାକୁ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ଛାତ୍ରାବାସର ଅନ୍ତେବାସୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବାକୁ ଯିବା ବେଳେ ଉକ୍ତ ୨ ଛାତ୍ର ସେମାନଙ୍କ ଉପରକୁ କାଚ ବୋତଲ ଫୋପାଡିବା ସହ ମାରିବାକୁ ଧମକ ଦେଇଥିବା ଅନ୍ତେବାସୀମାନେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରତ୍ୟେକ ଦିନ ଉକ୍ତ ଦୁଇ ଛାତ୍ର ଏପରି ହଷ୍ଟେଲରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ା ବାରମ୍ବାର ଉକ୍ତ ୨ ଛାତ୍ରଙ୍କ ବିରୋଧରେ ଅଭିଯୋଗ ହେବା ସତ୍ତ୍ୱେ ମଧ୍ୟ ସେମାନଙ୍କ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ା ଫଳରେ ଏପରି ଘଟଣା ଘଟୁଥିବା ଅନ୍ତେବାସୀମାନେ କହିଛନ୍ତି। ତୁରନ୍ତ ଉକ୍ତ ୨ ଛାତ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ ହଷ୍ଟେଲ ଛାତ୍ରଙ୍କୁ ସୁରକ୍ଷା ଦେବା ନେଇ ଅନ୍ତେବାସୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଆଲୋଚନା ଏବଂ ଏହାର ପୁନରାବୃତ୍ତି ନ ହେବା ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁବାର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା
ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଠିତ ଶାନ୍ତି କମିଟି, ହଷ୍ଟେଲ ୱାଡେନ ପ୍ରଫେସର ଭାଗୀରଥି ପାଣିଗ୍ରାହୀ, ସମସ୍ତ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଯୋଗଦେଇ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷା, ବିଶୃଙ୍ଖଳା ରୋକିବା ଦିଗରେ ଆଲୋଚନା କରିଥିବା ଜଣାପଡିଛି ା
ହଷ୍ଟେଲ ଗୁଡିକର ସୁରକ୍ଷା ପାଇଁ କ୍ୟାମ୍ପସରେ ପୋଲିସ ମୃତୟନ ନେଇ ଏସ୍ପିଙ୍କୁ ଲିଖିତ ଭାବେ ଜଣାଇବା ସହ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରାତିରେ ହଷ୍ଟେଲ ପରିଦର୍ଶନ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ା
Posted inଆମ ଜିଲା ଖବର, ଗଞ୍ଜାମ View All
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବିତ, ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…
ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ
ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…
କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍ ପହଞ୍ଚିଗଲା ପୋଲିସ, ତା’ପରେ…
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…
ଅପହଞ୍ଚ ଅଞ୍ଚଳରେ ଆଇଏଏସ୍ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…
ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ
ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…
Archives

