ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ବାପା ମରିଯିବା ପରେ ମଆ ଅନ୍ୟ ସହ ଭଉଣୀକୁ ଧରି ଆନ୍ଧ୍ର ଚାଲିଗଲେ। ସେବେଠାରୁ ୬ମାସରୁ ଊର୍ଦ୍ଧ୍ୱ ବିତିଗଲାଣି ଏକା ହୋଇଯାଇଛନ୍ତିି ସୁବାସ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ।
ଚିତ୍ରକୋଣ୍ଡା ପଞ୍ଚାୟତଠାରୁ ୫୦ମିଟର ଦୂରରେ ସ୍ତ୍ରୀ ଗୌରୀ,ଝିଅ ଦୀପିକା ଓ ପୁଅ ସୁବାସଙ୍କୁ ଧରି ବସ୍‌ଷ୍ଟାଣ୍ଡ ପରିସରରେ ଏକ କୁଡିଆଘର କରି ପରିବାର ସହ ରହୁଥିଲେ ମାଛୁ ମାଟାମ। ବସ୍‌ଷ୍ଟାଣ୍ଡର ଉନ୍ନୟନମୂଳକ କାମ ହେବାରୁ ତାଙ୍କୁ ଏଠାରୁ ଚାଲିଯିବାକୁ କୁହାଯାଇଥିଲା। ପରେ ମାଛୁ ପିଲାଙ୍କୁ ଧରି ଚିତ୍ରକୋଣ୍ଡା ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଘରେ ରହିଆସୁଥିଲେ। ନିଜର ଜାଗାବାଡ଼ି କିଛି ନ ଥିବାରୁ ସେ ଏପରି ଏଠିସେଠି ରହୁଥିଲେ। ମୂଲ ମଜୁରି ଲାଗି ପରିବାର ଚଳାଉଥିଲେ। ଗତ ୨ ବର୍ଷ ହେଲା ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଲେବର ଭାବେ କାମ କରୁଥିଲେ। ବିଭିନ୍ନ ସ୍ଥାନକୁ ଯାଉଥିବା ସିମେଣ୍ଟକୁ ସେ ଅନ୍ୟ ସାଥୀଙ୍କ ସହ ଠିକଣା ସ୍ଥାନରେ ଟ୍ରକ୍‌ରୁ ଖାଲି କରୁଥିଲେ। ୬ମାସ ତଳେ ଯାନବାଇ ଅଞ୍ଚଳକୁ ସିମେଣ୍ଟ ଓହ୍ଲାଇବା ପାଇଁ ଯାଉଥିବା ବେଳେ ବଡ଼ପଦର ପଞ୍ଚାୟତ ରାଙ୍ଗିନିଗୁଡା ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ତା’ ତଳେ ଚାପିହୋଇ ମାଛୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କଷ୍ଟରେ କିଛିଦିନ ପିଲାଙ୍କୁ ଚଳାଇ ଗୌରୀ ଜଣେ ବ୍ୟକ୍ତିଙ୍କ ସହ ଝିଅକୁ ଧରି ଆନ୍ଧ୍ରକୁ ଚାଲିଯାଇଛନ୍ତି। ୬ମାସ ହେଲା ସେ ଫେରୁନାହାନ୍ତି, ପୁଅ ସୁବାସ ସେବେଠାରୁ ଏକୁଟିଆ ହୋଇଯାଇଛନ୍ତି। ୪ର୍ଥ ଶ୍ରେଣୀରେ ପଢୁଥିବା ସୁବାସଙ୍କ ପାଠରେ ଡୋରି ବନ୍ଧା ହୋଇଛି। ଦିଓଳି ପେଟକୁ ଦି’ମୁଠା ଖାଦ୍ୟ ଯୋଗାଡ କରିବା ପାଇଁ ସେ ରାତି ପାହିଲେ ଅନ୍ୟମାନଙ୍କ ପାଖରେ କାମ କରିବା ଲାଗି ନେହୁରା ହେଉଛନ୍ତି। ବାବୁ ମୋତେ କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ ମାଗି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଘୂରି ବୁଲୁଛନ୍ତି। କେହିକେହି ଦୟାକରି ଯଦି କିଛି କାମ ଦିଅନ୍ତି ତେବେ ସେଥିରେ ଦିନକୁ ତାଙ୍କର ୪୦/୫୦ ଟଙ୍କା ହୁଏ। କେଉଁଦିନ କିଛି କାମ ମିଳେନି ତାଙ୍କୁ। ଏପରି ବେସାହାରା ହୋଇପଡିଥିବା ଏହି ଶିଶୁକୁ ସ୍ଥାନୀୟ ବ୍ଲକ ପ୍ରଶାସନ ସହାୟତା କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri