ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା ଚାଲାଣ ହେଉଛି। ଏ ନେଇ ଚନ୍ଦନପୁର ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗ୍ରାମରେ ସଂରକ୍ଷିତ ଜଙ୍ଗଲ ପାହାଡ଼କୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ନଷ୍ଟ କରୁଛନ୍ତି। ସେମାନେ ମେଶିନ ସାହାଯ୍ୟରେ ପାହାଡ଼ ଖନନ କରି ମୂଲ୍ୟବାନ ପଥର ଚୋରାରେ ବାହାରକୁ ଚାଲାଣ କରୁଛନ୍ତି। ଏ ନେଇ ରବିବାର ଗ୍ରାମବାସୀ ବିରୋଧ କରିବା ସହିତ ପଥରଖୋଳା ହାଇଓ୍ବା ମେଶିନ ସହିତ ଟିପ୍ପରକୁ ଅଟକାଇ ଥିଲେ। ପରେ ଘଟଣା ସମ୍ପର୍କରେ ବନ୍ତଳା ପୋଲିସ, ତହସିଲଦାର, ଆରଆଇ, ଉପଜିଲାପାଳଙ୍କୁ ଜଣାଇଥିଲେ। ହେଲେ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ପରେ ମାଫିଆମାନେ ଗୁଣ୍ଡା ଲଗାଇ ଗ୍ରାମବାସୀଙ୍କୁ ଧମକ ଦେଇ ଭୟଭୀତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ଗ୍ରାମ ସଭାପତି ଦାଶରଥି ଦେହୁରୀ, ସମ୍ପାଦକ ନରେଶ ନାୟକ, ଦେବାଶିଷ ପ୍ରଧାନ, ଦେବାଶିଷ ନାୟକ, ପ୍ରତାପ ଦେହୁରୀ, ଅନିଲ ସାହୁ, ସଞ୍ଜୟ ପରିଡା, ରାଜକିଶୋର ନାୟକ, ଦିଗାମ୍ବର ସାହୁ, ଭୋଲେଶ୍ୱର ପ୍ରଧାନ, ବିନୋଦ ନାୟକ, ମାନଶ ପରିଡ଼ା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଗ୍ରାମ ସଭାପତି ଦାଶରଥି ଦେହୁରୀ, ସମ୍ପାଦକ ନରେଶ ନାୟକ, ସଦସ୍ୟ, ଦେବାଶିଷ ପ୍ରଧାନ, ଅନିଲ ସାହୁ କହିଛନ୍ତି, ୧୦ ବର୍ଷ ପୂର୍ବେ ସୀମା ବିବାଦକୁ ନେଇ ଉଭୟ ପୁରୁଣାଗଡ଼ ବଡ଼ଦାଣ୍ଡ ସାହି ଓ ଚନ୍ଦନପୁର ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ହୋଇ ସମାଧାନ ହୋଇଥିଲା। ପରେ ଉକ୍ତ ସ୍ଥାନରେ ପିଲର ପୋତା ଯାଇଥିଲା। କିନ୍ତୁ ରବିବାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ମେଶିନ ସାହାଯ୍ୟରେ ପଥର ଖୋଳି ଗ୍ରାମ୍ୟ ଜଙ୍ଗଲରୁ ନେଉଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ। ପରେ ପଥର ଖୋଳା ମେଶିନ, ହାଇଓ୍ବାକୁ ଅଟକ ରଖି ପୋଲିସ, ତହସିଲଦାର, ଉପଜିଲାପାଳଙ୍କୁ ସୂଚନା ଦିଆଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ଅଧିକାରୀ ଆସିଲେ ନାହିଁ। ସୋମବାର ଶତାଧିକ ଲୋକଙ୍କୁ ଧରି ଗ୍ରାମବାସୀଙ୍କୁ ଧମକ ଦେଇ ଜୋର ଜବରଦସ୍ତ ମେଶିନ ଓ ହାଇଓ୍ବା ଗାଡି ନେଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri