ବେଆଇନ ନର୍ସିଂ ହୋମ୍‌ ମାମଲା: ହାଇକୋର୍ଟରେ ହାଜର ହେଲେ ସ୍ବାସ୍ଥ୍ୟ ସଚିବ

କଟକ ଅଫିସ,୧।୧୦: ବେଆଇନ ନର୍ସିଂହୋମ୍‌କୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୋମବାର ବ୍ୟକ୍ତିଗତ ହାଜର ହୋଇଛନ୍ତି। ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ ଲାଗୁ ପାଇଁ ପ୍ରତି ଜିଲାର ଜିଲାପାଳଙ୍କୁ ଏହାର ମୁଖ୍ୟ ରଖାଯାଇଛି। ଆଇନ ଲାଗୁ ସମ୍ପର୍କରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ୧୪ ଜିଲାପାଳ ସତ୍ୟପାଠ ଦାଖଲ କରିଥିବାବେଳେ ମଙ୍ଗଳବାର ଅନ୍ୟ ୧୬ ଜିଲାର ଜିଲାପାଳ ଏହି ସତ୍ୟପାଠ ଦାଖଲ କରିବେ ବୋଲି ସଚିବ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ କେ.ଆର୍‌ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ମାମଲର ବିବରଣୀରୁ ପ୍ରକାଶ, ରାଜ୍ୟରେ ଚାଲିଥିବା ବେଆଇନ ନର୍ସିଂହୋମକୁ ବିରୋଧ କରି ଓଡ଼ିଶା ଉପଭୋକ୍ତା ଫୋରମ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ। ତଦନୁଯାୟୀ, ୨୦୧୭ ସେପ୍ଟେମ୍ବର ୧୮ରେ ରାଜ୍ୟ ସରକାର ଜବାବରେ କହିଥିଲେ ଯେ, ରାଜ୍ୟରେ ୧୧୬୯ଟି ଅଣପଞ୍ଜୀକୃତ ନର୍ସିଂହୋମ ଚାଲୁଛି। ଖୁବ୍‌ଶୀଘ୍ର ରାଜ୍ୟରେ ଉପରୋକ୍ତ ଆଇନ ଲାଗୁ କରାଯିବା ସହ ଅଣପଞ୍ଜିକୃତ ନର୍ସିଂ ହୋମ୍‌ଗୁଡ଼ିକୁ ବନ୍ଦ ପାଇଁ ପ୍ରତି ଜିଲାରେ ଟାସ୍କଫୋର୍ସ ଗଠନ କରାଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ। ରାଜ୍ୟରେ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍ସ(ପିଏନ୍‌ଡିଟି) ଆକ୍ଟରେ କିଭଳି କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ନେଇ କୌଣସି ଜବାବ ନ ରଖିବାରୁ ହାଇକୋର୍ଟ ସରକାରଙ୍କୁ ୫ ହଜାର ଟଙ୍କା ଜରିମାନା କରିବା ସହ ପ୍ରମୁଖ ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଥିଲେ ହୋଇଥାନ୍ତା ଭଉଣୀଙ୍କ ବାହାଘର, ନଦୀରେ ଭାସିଗଲେ ଭାଇ

ଚାନ୍ଦବାଲି,୧୮ା୬(ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

ମମତାଙ୍କ ଗୋଷ୍ଠୀକୁ ହାଇକୋର୍ଟରୁ ବଡ଼ ଝଟକା: ବିଧାନସଭା ବିରୋଧୀ ଦଳ ନେତା ରହିବେ…

କୋଲକାତା,୧୮।୮: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri