ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ

କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଅମର ନନ୍ଦ(୫୭)। ପୋଲିସ ତାଙ୍କଠାରୁ ୧୨ ହଜାର ଟଙ୍କା ଜବତ କରିବା ସହ ଏ ନେଇ ଏକ ମାମଲା(ନଂ.୧୦୧/୧୯) ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ମହାଲକ୍ଷ୍ମୀ ମିଶ୍ର(୭୨) ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁନ୍ତି। ତାଙ୍କର ଜଣେ ଦୂରସମ୍ପର୍କୀୟ ହେଉଛନ୍ତି ଅମର। ବୃଦ୍ଧାଙ୍କର ଜଣେ ବିବାହିତ ଝିଅ ଅଛନ୍ତି। ହେଲେ ମହାଲକ୍ଷ୍ମୀ ତାଙ୍କ ପାଖରେ ରହିବାକୁ ପସନ୍ଦ କରୁ ନ ଥିବାରୁ ସେ ଅମରଙ୍କୁ ତାଙ୍କ ପାଖରେ ରଖିଥିଲେ। ସୁବିଧା ଅସୁବିଧାରେ ସେ ଅମରଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି। ଗତ ମେ’ରେ ଅମର ତାଙ୍କୁ ବ୍ୟାଙ୍କକୁ ନେଇ ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ଫଳରେ ମହାଲକ୍ଷ୍ମୀ ଉକ୍ତ କାଗଜରେ ଦସ୍ତଖତ କରିଥିଲେ। ଏହାର କିଛିଦିନ ପରେ ମହାଲକ୍ଷ୍ମୀଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଯାଇଥିବା ତାଙ୍କ ଝିଅ କହିଥିଲେ। ସେ ବ୍ୟାଙ୍କକୁ ଯାଇ ପଚାରିବାରୁ ଜଣାପଡିଲା ଯେ, ତାଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍‌ କରିଥିଲେ। ପରେ ବୃଦ୍ଧା ତାଙ୍କର ଉକ୍ତ ବଣ୍ଡ୍‌ଟି ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ, ଯେଉଁଥିରେ ତାଙ୍କର ଦସ୍ତଖତ ରହିଥିଲା। ଏହାପରେ ଏକ ଚେକ୍‌ ମାଧ୍ୟମରେ ୪ ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ଉଠାଇ ନେଇଥିଲେ। ଏ ନେଇ ମହାଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅମରଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଜଣାପଡିଥିଲା ଯେ, ଯେହେତୁ ଉକ୍ତ ବଣ୍ଡ ପେପରଟି ମହାଲକ୍ଷ୍ମୀଙ୍କ ଝିଅଙ୍କ ପାଖରେ ଥିଲା ଅମର ପ୍ରଥମେ ମହାଲକ୍ଷ୍ମୀଙ୍କୁ ବ୍ୟାଙ୍କ ନେବା ସହ ତାଙ୍କର ବଣ୍ଡ ପେପର ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ବୃଦ୍ଧାଙ୍କ ଏକ ଚେକ୍‌ରେ ତାଙ୍କର ଦସ୍ତଖତ କରି ଏହା ମାଧ୍ୟମରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସେ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ସ୍ନାତକ ନାମଲେଖା ପାଇଁ ଆଜିଠାରୁ ଆବେଦନ

ଭୁବନେଶ୍ୱର, ୨୭।୫(ସୁଚିସ୍ମିତା ସାହୁ):୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri