Posted inଫୁରସତ

ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି

ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାଧାରଣତଃ କିଛିଦିନ ପରେ ଲୁହାରେ କଳଙ୍କି ଲାଗିଯାଇଥାଏ। କିନ୍ତୁ କୁତବମୀନାର ପରିସରରେ ଏକ ଲୁହାର ସ୍ତମ୍ଭ ରହିଛି,ଯାହା ୧୬୦୦ ବର୍ଷର ହୋଇଥିଲେ ମଧ୍ୟ ଏଥିରେ ଟିକେ ବି କଳଙ୍କି ଲାଗିନାହିଁ। ଏହା ୯୮ ପ୍ରତିଶତ ଲୁହାରେ ନିର୍ମାଣ କରାଯାଇଛି। ପିତା ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ସ୍ମୃତିରେ ପୁତ୍ର କୁମାରଗୁପ୍ତ ଏହାକୁ ନିର୍ମାଣ କରାଇଥିଲେ। ପ୍ରାୟ ୧୬୦୪ ବର୍ଷ ପୂର୍ବେ ଏହାର ନିର୍ମାଣ କରାଯାଇଥିଲା। ଏହାର ଉଚ୍ଚତା ୭.୨୧ ମିଟର ହୋଇଥିବା ବେଳେ ଏହା ମାଟି ଭିତରେ ୩ ଫୁଟ ୮ ଇଞ୍ଚ ଗଭୀରରେ ପୋତାଯାଇଛି। ଦୀର୍ଘବର୍ଷ ପରେ ଏଥିରେ କଳଙ୍କି ନ ଲାଗିବା କମ୍‌ କଥା ନୁହେଁ।

୧୯୯୮ରେ ଏହାର କାରଣ ଜାଣିବା ପାଇଁ ଆଇଆଇଟି କାନପୁରର ପ୍ରଫେସର ଡ. ଆର୍‌ ସୁବ୍ୟମଣ୍ୟମ୍‌ ରିସର୍ଚ୍ଚ କରିଥିଲେ। ଏଥିରୁ ଜାଣିବାକୁ ମିଳିଥିଲା କି, ଏଥିରେ ପିଗ୍‌ ଆଇରନ୍‌ରେ ଫସଫରସ ମିଶାଯାଇ ତିଆରି କରାଯାଇଛି। ଯେଉଁଥିରେ କଳଙ୍କି ଲାଗିବ ନାହିଁ। କିନ୍ତୁ ୧୬୬୯ରେ ଫସଫରସ ବିଷୟରେ ଜାଣିବାକୁ ମିଳିଥିଲା। ଏହାର ନିର୍ମାଣ ୧୬୦୦ ମସିହାରେ ହୋଇଛି। ଯାହାକି ଆମର ପୂର୍ବଜମାନଙ୍କୁ ଏହା ସମ୍ପର୍କରେ ଜଣାଥିଲା। ଏଥିରୁ ଗୋଟିଏ କଥା ପ୍ରମାଣ ମିଳୁଛି ସେତେବେଳେ ମଧ୍ୟ ଆମ ଦେଶରେ ଧାତୁ ବିଜ୍ଞାନର ଜ୍ଞାନ ଖୁବ୍‌ ଉଚ୍ଚକୋଟୀର ଥିଲା। କିଛି ଐତିହାସିକ କୁହନ୍ତି, ସ୍ତମ୍ଭରେ ବୁଜ୍‌ ଷ୍ଟିଲର ବ୍ୟବହାର କରାଯାଇଛି। ଏଥିରେ କାର୍ବନ ସହିତ ଟଙ୍ଗ୍‌ଷ୍ଟନ୍‌ ଏବଂ ଭାନାଡିୟମ୍‌ର ମାତ୍ରା ରହିଛି, ଯାହା କଳଙ୍କି ଲାଗିବାର ଗତିକୁ କମ୍‌ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri