ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୩୭୮ ଛୁଇଁଛି। ଏଭଳି ସମୟରେ ସେଠାରେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଏକ ଗୁଜବ ଯୋଗୁଁ ଆଉ ୩୦୦ ଜଣଙ୍କ ଜୀବନ ଯାଇଛି। ଇଣ୍ଡଷ୍ଟ୍ରିଆଲ୍‌ ଆଲ୍‌କହଲ ପାନକଲେ କରେନା ସଂକ୍ରମଣରୁ ମୁକ୍ତି ମିଳୁଛି ବୋଲି ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି ହେବା ପରେ ଶୁକ୍ରବାର ବହୁ ସଂଖ୍ୟକ ଲୋକ ତାକୁ ପିଇଥିଲେ। ଏଥିରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଇଟାଲୀ, ସ୍ପେନ୍‌ ଓ ଚାଇନା ପରେ ଇରାନ ହେଉଛି ଚତୁର୍ଥ ଦେଶ, ଯେଉଁଠି କୋଭିଡ୍‌-୧୯ ସର୍ବାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବାଉଳା ହୋଇ ନାନା ଉପାୟ ଆପଣାଉଥିବାବେଳେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ବିଷାକ୍ତ ମେଥାନଲ ପିଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳୁଛି ବୋଲି ଏଥିରେ କୁହାଯାଇଥିଲା। ଉକ୍ତ ପୋଷ୍ଟିଂକୁ ବହୁସଂଖ୍ୟକ ଲୋକ ଶେୟାର କରିଥିଲେ। ଫଳରେ ତାହା ଭାଇରାଲ ହେବା ପରେ ଲୋକେ ଜୀବନ ବଞ୍ଚାଇବା ପାଇଁ ମେଥାନଲ ଖୋଜିବାରେ ଲାଗିଲେ। ଏହି ଇସ୍‌ଲାମିକ୍‌ ରାଷ୍ଟ୍ରରେ ମଦ୍ୟପାନ ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ମେଥାନଲ୍‌ ପିଇଥିଲେ। ଫଳରେ ସେମାନଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା। ଏଥିରେ ୩୦୦ ଜଣଙ୍କ ଜୀବନ ଯାଇଛି ଏବଂ ହଜାରେରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ପରାମର୍ଶଦାତା ଡକ୍ଟର ହୋସେନ ହସନୈନ୍‌ କହିଛନ୍ତି, ଅନ୍ୟ ଦେଶଗୁଡ଼ିକର କେବଳ ଗୋଟିଏ ସମସ୍ୟା ରହିଛି। ସେମାନେ କେବଳ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। କିନ୍ତୁ ଆମ ଦେଶ ଉପରେ ଦୁଇଟି ସଙ୍କଟ ସୃଷ୍ଟି ହୋଇଛି। ଏବେ ଆମେ ଉଭୟ କରୋନା ଭାଇରସ୍‌ ଓ ବିଷାକ୍ତ ମଦ ବିରୋଧରେ ଲଢ଼େଇ କରୁଛୁ।

ମୃତ୍ୟୁ ଆଣିଲା ସୋସିଆଲ ମିଡିଆ
ଜଣେ ୫ ବର୍ଷୀୟ ବାଳକକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ତା’ ମା’ବାପା ମେଥାନଲ୍‌ ଦେଇଥିଲେ। ଫଳରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ଅନ୍ଧ ହୋଇଯାଇଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛି। କେବଳ ସେହି ଶିଶୁ ନୁହେଁ, ବିଷାକ୍ତ ମଦ ପିଇ ଇରାନର ବହୁସଂଖ୍ୟକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri