ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା, ଯାହା ଫଳରେ ଏହି ପ୍ରାଣଘାତୀ ଭୂତାଣୁ କବଳରୁ ରକ୍ଷା ପାଇବା ଲାଗି ସଫଳ ଔଷଧ ପ୍ରସ୍ତୁତିରେ ବିଶ୍ୱବାସୀଙ୍କ ପ୍ରୟାସ ବିଳମ୍ବ ହେଲା ବୋଲି ଏକ ଗୋଇନ୍ଦା ଦଲିଲ୍‌ରେ ଦାବି କରାଯାଇଛି। ଚାଇନାର ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ପ୍ରୟାସ ଯୋଗୁ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ଏଥିରେ ଦର୍ଶାଯାଇଛି। ୧୫ ପୃଷ୍ଠା ସମ୍ବଳିତ ଏହି ଡୋଜିୟର ଚାଇନାକୁ କାଠଗଡ଼ାରେ ଠିଆ କରାଇବ ବୋଲି କୁହାଯାଉଛି।
ଆମେରିକା, କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପକ୍ଷରୁ ଫାଇଭ୍‌ ଆଇ ଇଣ୍ଟେଲିଜେନ୍ସ ଏଜେନ୍ସିର ଏହି ଦଲିଲ୍‌ ଚାଇନାର ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ କରିଛି। ପ୍ରାରମ୍ଭରେ କରୋନା ଭୂତାଣୁ ମଣିଷରୁ ମଣିଷକୁ ବ୍ୟାପିବାର ଆଶଙ୍କା ନାହିଁ ବୋଲି ଚାଇନା କହିଥିବା ଏଥିରେ ଦର୍ଶାଯାଇଛି। ଉହାନ୍‌ରେ ଭୂତାଣୁ ବ୍ୟାପିବା ପରେ ଚାଇନାର ଏଭଳି ଦାବିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାନୁୟାରି ୧୪ରେ ସତର୍କ କରାଯାଇଥିଲା। ଚାଇନାର ପ୍ରାଥମିକ ତଦନ୍ତରେ କୌଣସି ସତ୍ୟତା ନ ଥିବା ଦର୍ଶାଯାଇଥିଲା। ଭୂତାଣୁ ବ୍ୟାପିବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଇନା ନୀରବ ରହିଥିଲା। ଏନେଇ ଡାକ୍ତର ଓ ବିଶେଷଜ୍ଞମାନେ ତନାଘନା କରିବାରୁ ଚାଇନା ପକ୍ଷରୁ ଏସବୁକୁ ବନ୍ଦ କରାଯାଇ ତଥ୍ୟଗୁଡ଼ିକୁ ବିଜ୍ଞାନାଗାରରୁ ଧ୍ୱଂସ କରାଯାଇଥିଲା। ଏମିତିକି ସର୍ଚ୍ଚ ଇଞ୍ଜିନରୁ ମଧ୍ୟ କେତେକ ତଥ୍ୟ ଜାଣିଶୁଣି ଡିଲିଟ୍‌ କରାଯାଇଥିଲା। ନିଜ ଦେଶରେ ଚାଇନା ନିଜ ଲୋକଙ୍କ ଗସ୍ତ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକୁ ଏହି କଟକଣା ଲଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲା। ଉହାନ୍‌ରେ ଭୂତାଣୁ ଉଗ୍ରରୂପ ନେବା ପରେ ଲକ୍ଷ ଲକ୍ଷ ଲୋକ ସେଠାରୁ ଭୟରେ ପଳାଇ ଆସିଥିଲେ। ଜାନୁୟାରୀ ୨୩ରେ ବେଜିଂରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ମଧ୍ୟ ଚାଇନା ସବୁକିଛି ଲୁଚାଇ ରଖିଥିଲା। ଏପରିକି ଫେବୃୟାରୀ ପର୍ଯ୍ୟନ୍ତ ଆମେରିକା, ଭାରତ, ଅଷ୍ଟ୍ରେଲିଆ, ଇଟାଲୀ ଭଳି ଅନ୍ୟ ଦେଶଗୁଡ଼ିକ ଭୂତାଣୁର ଭୟାବହତା ଓ କଟକଣା ନେଇ ସୁରାକ ପାଇ ନ ଥିଲେ ବୋଲି ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri