Posted inଖେଳ

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି ୬ ମାସ ପୂର୍ବେ ଆର୍ଜେଣ୍ଟିନା ଭିତ୍ତିକ କ୍ଲବ ବୋକା ଜୁନିୟର୍ସରେ ଯୋଗ ଦେଇଥିଲେ। କିନ୍ତୁ ପରିବାରକୁ ଅଧିକ ସମୟ ଦେବା ଲାଗି ସେ ଏହି ନିଷ୍ପତ୍ତି ନେଇଛନ୍ତି। ‘ମୋତେ ଘରକୁ ଯିବା ଜରୁରୀ ହୋଇଛି। ମୁଁ ମୋ ପରିବାରକୁ ଏବଂ ସେମାନେ ମୋତେ ମଧ୍ୟ ମିସ୍‌ କରୁଛନ୍ତି। ଏଥିଲାଗି ବୋକା ଓ ଫୁଟ୍‌ବଲ ଛାଡ଼ିବାକୁ ପଡ଼ିଲା’ ବୋଲି ଇଟାଲିର ଫ୍ରଫେସନାଲ ଫୁଟ୍‌ବଲ କ୍ଲବ ରୋମା’ର ଏହି ପୂର୍ବତନ ମିଡ୍‌ଫିଲ୍ଡର ଅବସର ଘୋଷଣା ପରିପ୍ରେକ୍ଷୀରେ କହିଛନ୍ତି। ୨୦୦୪ରେ ଇଟାଲୀ ପକ୍ଷରୁ ପଦାର୍ପଣ କରିଥିବା ରୋସି ୨୦୧୭ ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ୧୧୭ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୬ରେ ବିଶ୍ୱକପ୍‌ ବିଜୟୀ ଇଟାଲୀ ଦଳର ସେ ପ୍ରମୁଖ ସଦସ୍ୟ ରହିଥିଲେ। ଇଟାଲୀ ପକ୍ଷରୁ ସର୍ବାଧିକ ମ୍ୟାଚ୍‌ ଖେଳିବାରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି। ରୋସି ତାଙ୍କ କ୍ୟାରିୟରର ୧୮ ବର୍ଷ ରୋମା କ୍ଲବ ପକ୍ଷରୁ ଖେଳିଥିଲେ। ରୋମା ପକ୍ଷରୁ ସେ ୬୧୬ ମ୍ୟାଚ୍‌ ଖେଳିଛନ୍ତି। ବୋକା କ୍ଲବ ସହ ନୂଆ ଚୁକ୍ତି ପୂର୍ବରୁ ତାଙ୍କୁ ରୋମାର ନିର୍ଦ୍ଦେଶକ ପଦ ଅଫର ଦିଆଯାଇଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri