ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି ଲୋକ କିଛିଘଣ୍ଟା ପାଇଁ କାମ କରୁଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ(ଆଇଏଲ୍‌ଓ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ସୋମବାର ପ୍ରକାଶ ପାଇଥିବା ଓ୍ବାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟ୍‌ଲୁକ: ଟ୍ରେଣ୍ଡସ ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ଗତ ୯ ବର୍ଷ ହେବ ବିଶ୍ୱ ସ୍ତରରେ ବେକାରି ହାର ସ୍ଥିର ରହିଥିଲା। ଏବେ ମାନ୍ଦାବସ୍ଥା ଥିବା ବେଳେ ଶ୍ରମଶକ୍ତି ବଢୁଛି। ଅଧିକ ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଫଳରେ ନିଯୁକ୍ତି ବଜାରରେ ନୂଆ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ହେଉଥିବା ରିପୋର୍ଟରେ କୁହାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ କାମ କରି ଏକ ଉନ୍ନତ ଜୀବନ ଧାରଣ ମାନ ହାସଲ କରିବା ନିୟୁତାଧିକ ଲୋକଙ୍କ ଲାଗି କଷ୍ଟସାଧ୍ୟ ହେବ ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି।
ରିପୋର୍ଟ ମୁତାବକ ବିଶ୍ୱ ସ୍ତରରେ ଏବେ ପ୍ରାୟ ୧୮୮ ନିୟୁତ ଲୋକ ବେକାର ଅଛନ୍ତି। ଅତିରିକ୍ତ ୧୬୫ ନିୟୁତଙ୍କୁ ପର୍ଯ୍ୟାପ୍ତ କାମ ମିଳୁନାହିଁ। ୧୨୦ ନିୟୁତ ଲୋକ କାମ ଖୋଜିବା ବାଦ ଦେଇଛନ୍ତି କିମ୍ବା ଶ୍ରମ ବଜାର ସହ ସେମାନଙ୍କର ପ୍ରତ୍ୟକ୍ଷ ଭାବେ ସମ୍ପର୍କ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ସ୍ତରରେ ୪୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶଗୁଡିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସେମାନଙ୍କ ବିକାଶ ଗତି ଶିଥିଳ ହୋଇଛି। ଆଫ୍ରିକାର କିଛି ଦେଶ ଏବେ ଅଭିବୃଦ୍ଧି ନ କରି ସ୍ଥିିର ଅବସ୍ଥାରେ ରହିଥିବା କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଭଳି ବିଭିନ୍ନ କାରଣ ଯୋଗୁ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ। ଏହି ଆଧାରରେ ଆଫ୍ରିକାର ଅନେକ ଦେଶର ପ୍ରକୃତ ଆୟ କମିବା ସହ ଦାରିଦ୍ର୍ୟ ବଢୁଛି। ୨୦୨୦-୨୧ରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ଦାରିଦ୍ର୍ୟ ବଢିବ ବୋଲି ଆଇଏଲଓ ଏହାର ରିପୋର୍ଟରେ କହିଛି। ଏଭଳି କାରଣ ଯୋଗୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ-୧ ହାସଲ କରିବା କଷ୍ଟକର ହେଉଥିବା କୁହାଯାଇଛି।
ବର୍ତ୍ତମାନ ୬୩୦ ନିୟୁତ ଶ୍ରମିକଙ୍କ କ୍ଷେତ୍ରରେ ଦାରିଦ୍ର୍ୟ ଦେଖାଯାଏ। ବିଶ୍ୱର ମୋଟ କାର୍ଯ୍ୟ କରୁଥିବା ଜନସଂଖ୍ୟାର ଏହା ଏକ ପଞ୍ଚମାଂଶ। ଲିଙ୍ଗଗତ ଅସମାନତା, ବୟସ, ଭୌଗୋଳିକ ଅବସ୍ଥିତ ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଉଛି। ଏହା ଦ୍ୱାରା ବ୍ୟକ୍ତିବିଶେଷ ଲାଗି ରହିଥିବା ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସଙ୍କୁଚିତ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୪ ବର୍ଷର ୨୬୭ ନିୟୁତ ଯୁବବର୍ଗ ଶିକ୍ଷା, ତାଲିମ କିମ୍ବା ଚାକିରିରେ ନାହାନ୍ତି। ଏହା ସହ ଅନେକ ଲୋକ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ବାଣିଜ୍ୟ କଟକଣା, ସଂରକ୍ଷଣବାଦ ମଧ୍ୟ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ଚିନ୍ତାର କାରଣ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri