ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ) ର଼୍ୟାଙ୍କିଙ୍ଗ୍‌ରେ ଭାରତର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଥିବା ବେଳେ ଏବେ ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ଲମ୍ବ ଡିଆଁ ମାରିଛି। ୧୬୨ ଦେଶଙ୍କ ମଧ୍ୟରେ ଭାରତ ୭୯ତମ ସ୍ଥାନକୁ ଉଠି ଆସିଛି। ଗତବର୍ଷ ଏହି ସୂଚକାଙ୍କରେ ଭାରତର ସ୍ଥାନ ୯୬ ଥିଲା।
କାନାଡିଆନ ଥିଙ୍କଟ୍ୟାଙ୍କ ଫ୍ରେଜର ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତୀୟ ଥିଙ୍କଟ୍ୟାଙ୍କ କୁହାଯାଉଥିବା ସେଣ୍ଟର ଫର୍‌ ସିଭିଲ ସୋସାଇଟି ଦ୍ୱାରା ମିଳିତ ଭାବେ ଶୁକ୍ରବାର ‘ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ, ୨୦୧୯’ ଜାରି କରାଯାଇଛି। ସାରା ବିଶ୍ୱରେ ସରକାରଙ୍କ ଆକାର, ଆଇନ ବ୍ୟବସ୍ଥା ଓ ସମ୍ପତ୍ତି ଅଧିକାର, ମୁଦ୍ରାର ସୁଗମତା, ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟରେ ସ୍ବାଧୀନତା ଓ ନିୟମ ଆଦି ୫ କ୍ଷେତ୍ରକୁ ବିଚାର କରି ଏହି ର଼୍ୟାଙ୍କ ସ୍ଥିର କରାଯାଇଛି। ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ହଂକଂ ଶୀର୍ଷରେ ରହିଥିବା ବେଳେ ସିଙ୍ଗାପୁର ଦ୍ୱିତୀୟ ସ୍ଥାନରେ, ନ୍ୟୁଜିଲାଣ୍ଡ ତୃତୀୟ, ସୁଇଜରଲ୍ୟାଣ୍ଡ ଚତୁର୍ଥ ଓ ଆମେରିକା ପଞ୍ଚମ ସ୍ଥାନରେ ରହିଛି। ପ୍ରତିଷ୍ଠିତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୭ ସ୍ଥାନ ଉପରକୁ ଉଠିଥିବା ବେଳେ ପଡୋଶୀ ଚାଇନା ତଳକୁ ଖସିଛି। ସୂଚକାଙ୍କରେ ଭୁଟାନ ୮୭, ଶ୍ରୀଲଙ୍କା ୧୦୪, ନେପାଳ ୧୧୦, ଚାଇନା ୧୧୩, ବାଂଲାଦେଶ ୧୨୩, ପାକିସ୍ତାନ ୧୩୬ ଓ ମ୍ୟାନମାର୍‌କୁ ୧୪୮ତମ ସ୍ଥାନ ମିଳିଛି। ଗତବର୍ଷ ଏହି ଦେଶଗୁଡ଼ିକ କ୍ରମଶଃ ୭୩,୧୦୬,୧୦୨,୧୦୮, ୧୨୦, ୧୩୨ଏବଂ ୧୫୧ ତମ ସ୍ଥାନରେ ରହିଥିଲା। ଅନ୍ୟ ବିକଶିତ ଦେଶଗୁଡ଼ିକ ମଧ୍ୟରେ ଜାପାନ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ମେକ୍ସିକୋ, ରୁଷ ଓ ବ୍ରାଜିଲ ଯଥାକ୍ରମେ ୧୭,୨୦, ୪୬,୫୦, ୭୬, ୮୫ ଏବଂ ୧୨୦ ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri