Posted inଜାତୀୟ

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ ଠକି ପାରିବେନି। କାରଣ ଏହି ନିୟମ ଅନୁସାରେ ‘ନୋ ବିଲ୍‌’ ‘ଫ୍ରି ଫୁଡ୍‌’ ଅର୍ଥାତ୍‌ ବିଲ୍‌ ନ ଦେଲେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରିବେ ଦୋକାନୀ। ସୂଚନାଯୋଗ୍ୟ, ରେଲଓ୍ବେ ଷ୍ଟେସନଗୁଡିକରେ ଏବେ ନିର୍ଦ୍ଧାରିତ ହୋଇଥିବା ଦାମ୍‌ରେ ହିଁ ଦୋକାନୀମାନେ ଯାତ୍ରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବା ସହ ଯେମିତି ହେଲେ ସେମାନଙ୍କୁ ବିଲ୍‌ ଦେବା ବାଧ୍ୟତାମୂଳକ ହେବ। ଯଦି ଦୋକାନୀମାନେ ଗ୍ରାହକଙ୍କୁ ବିଲ୍‌ ଦେବେ ନାହିଁ, ତେବେ ସେମାନଙ୍କୁ ଅନ୍ୟ ଖାଦ୍ୟ ପଦାର୍ଥ ମାଗଣାରେ ଦେବାକୁ ପଡ଼ିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶ ପରେ ଅମ୍ବାଲାର ସବୁ ରେଳ ଷ୍ଟେଶନଗୁଡ଼ିକରେ ଏହି ନିୟମ ଲାଗୁ କରାଯାଇଛି। ଏହାପରେ ଦୋକାନୀମାନେ ଯାତ୍ରୀମାନଙ୍କୁ ଖାଦ୍ୟ ଓ ଏକ ଟି-ସାର୍ଟ ମାଗଣାରେ ପ୍ରଦାନ କରିଛନ୍ତି। କାରଣ ଏହି ଟି-ସାର୍ଟରେ ଏକ ନମ୍ବର ଉଲ୍ଲେଖ ରହିଛି, ଯେଉଁଥିରେ ଖାଦ୍ୟରେ କୌଣସି ସମସ୍ୟା ହେଉ କି ବର୍ଦ୍ଧିତ ଦରରେ ଖାଦ୍ୟ ବିକ୍ରି ଏହାର ଅଭିଯୋଗ ନେଇ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍‌ କରିବାର କିଛି ସମୟ ମଧ୍ୟରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରେଲଓ୍ବେର ପାରଦର୍ଶିତା ବଢ଼ାଇବା ସହ ଯାତ୍ରୀଙ୍କ ମଧ୍ୟରେ ସଚେତନତା ଏବଂ ସମସ୍ତ ଅସୁବିଧାରୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri