ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍‌ସି ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସିଏସ୍‌ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରହିବାପରେ ସା ୬ଟା ୧୨ମିନିଟ୍‌ରେ ଏସ୍‌ସି, ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ ମୁଖ୍ୟ ବିରୋଧୀ ଦଳ ଭାଜପା ରାଜ୍ୟରେ ବଢୁଥିବା ନାବାଳିକା ଅପହରଣ ଏବଂ ବଳାତ୍କାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର ଦାବି କରିଥିଲେ। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ଭାଜପା ସଦସ୍ୟମାନେ ଧାରଣା ଦେଇଥିଲେ। ଅନ୍ୟପଟେ କଂଗ୍ରେସ ସଦସ୍ୟମାନେ ମଧ୍ୟ ସମାନ ଦାବି ନେଇ ଗୃହ ତ୍ୟାଗ କରିବା ସହ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମାତ୍ର ଶାସକ ଦଳ ସଦସ୍ୟମାନେ ଖର୍ଚ୍ଚ ଦାବି ଆଲୋଚନା କରିବାପରେ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ରଖିଥିଲେ। ସାରକା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପାଇଁ ବଜେଟରେ ମୋଟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟ ମିଶି ମୋଟ ୩୬୨୪ କୋଟି ୮୩ଲକ୍ଷ ୭୧ ହଜାର ଟଙ୍କା ଗୃହୀତ ହୋଇଛି। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବାବଦରେ ୧୫୮୨ କୋଟି ୪୯ଲକ୍ଷ ୭୩ ହଜାର ଟଙ୍କା, କେନ୍ଦ୍ର ସ୍ତରୀୟ କାର୍ଯ୍ୟକ୍ରମ ବାବଦରେ ୧୬୫କୋଟି ୧୩ଲକ୍ଷ ୭୩ ହଜାର ଟଙ୍କା ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ କାର୍ଯ୍ୟକ୍ରମ ବାବଦରେ ୧୧୨୩କୋଟି ୫୪ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହିପରି ମୋଟ ୨୮୭୧ କୋଟି ୧୭ଲକ୍ଷ ୯୮ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ ବାବଦରେ ୭୫୩ କୋଟି ୬୫ଲକ୍ଷ ୭୩ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅନୁସୂଚିତ ଜନଜାତି ମାନଙ୍କ ଉନ୍ନୟନ ନିମନ୍ତେ ୧୭୩୪ କୋଟି ୮୬ଲକ୍ଷ ୩୩ହଜାର ଟଙ୍କା, ଅନୁସୂଚିତ ଜାତିମାନଙ୍କ ଉନ୍ନୟନ ନିମନ୍ତେ ୮୯୩କୋଟି ୬୯ଲକ୍ଷ ୫୯ ହଜାର ଟଙ୍କା, ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ଉନ୍ନୟନ ନିମନ୍ତେ ୧୨୭ କୋଟି ୬୯ଲକ୍ଷ ୬୩ ହଜାର ଟଙ୍କା, ସମ୍ପ୍ରଦାୟଙ୍କ ଉନ୍ନୟନ ନିମନ୍ତେ ୧୧୫ କୋଟି ୪୯ଲକ୍ଷ ୪୩ହଜାର ଟଙ୍କାର ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି। ଏହି ଆଲୋଚନାରେ କେବଳ ଶାସକ ଦଳ ସଦସ୍ୟମାନେ ଭାଗ ନେଇଥିଲେ। ପ୍ରକାଶ ଚନ୍ଦ୍ର ମାଝୀ କହିଥିଲେ ଯେ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ବହୁଳ ଜିଲା ତଥା ଯେଉଁଠାରେ ୫୦ ପ୍ରତିଶତ ଏସ୍‌ସି/ଏସ୍‌ଟି ଲୋକ ଅଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଦିବାସୀ ବହୁଳ ଜିଲାରେ ଜଙ୍ଗଲ ଓ ଖଣି ରହିଛି। ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ଏମାନଙ୍କୁ ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜଳ, ଜମି ଏବଂ ଜଙ୍ଗଲର ବିକାଶ ହୋଇ ନ ପାରିଲେ ବିକାଶ ପ୍ରକ୍ରିୟାରେ ବାଧାପ୍ରାପ୍ତ ହେବ। ଆମ ଅଞ୍ଚଳରେ ଥିବା ନଦୀଗୁଡିକ ଶିଳ୍ପ ପାଇଁ ହେଉ ମନାନାହିଁ ହେଲେ ଆଦିବାସୀଙ୍କ ସମସ୍ୟା ଯେପରି ନ ରହେ ସେଥିପ୍ରତି ଧ୍ୟାନ ଦିଆଯାଉ। ଶାସକ ଦଳ ସଦସ୍ୟ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ୨୦୦୭-୦୮ରେ ୧୦୦ ସିଟ୍‌ ବିଶିଷ୍ଟ ଏସ୍‌ଟି ବାଳିକା ହଷ୍ଟେଲ ଆରମ୍ଭ କରାଯାଇଥିଲା। ୬ହଜାର ୮ଶହ ହଷ୍ଟେଲରେ ୬ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପଢାଯାଉଛି। ଏମାନଙ୍କ ଜୀବନ ଓ ଜୀବିକାର ସାମୂହିକ ବିକାଶକୁ ଗୁରୁତ୍ୱ ଦିଆଯାଉ ବୋଲି ସେ କହିଛନ୍ତି। ବର୍ତ୍ତମାନ ମହିଳାମାନଙ୍କ ସାକ୍ଷରତା ହାର ୮୦ପ୍ରତିଶତରେ ପହଞ୍ଚିଲାଣି। ଏହି ବିଭାଗ ରାଜ୍ୟର ୯୧ପ୍ରତିଶତ ଲୋକଙ୍କ କଥା ବୁଝୁଛି। ସାରା ଓଡିଶାର କଥା ବୁଝୁଥିବାରୁ ଏହାକୁ ଅଣଦେଖା କରାଯାଇ ନ ପାରେ। ଆଲୋଚନାରେ ଭାଗ ନେଇଥିଲେ ବିରୋଧୀଙ୍କ ଗରିମା ବଢିଥାଆନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri