ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲା ଶିକ୍ଷା ଅଧିକାରୀ: ପିଲାଙ୍କ ସହ କଲେ ମଧ୍ୟାହ୍ନଭୋଜନ

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଥାନା ଅଞ୍ଚଳରେ ଥିବା କେତେକ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ପୋକତୁଙ୍ଗା ହାଇସ୍କୁଲରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଦରଖାସ୍ତ ନ ଦେଇ ଛୁଟିରେ ଥିବାରୁ ସ୍କୁଲର ଜଣେ କ୍ଲର୍କଙ୍କ ଦିନକର ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।
ଶିକ୍ଷା ଅଧିକାରୀ ବେହେରା ପ୍ରଥମେ ନନ୍ଦପୁରସ୍ଥିତ କଳିଙ୍ଗ ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। କଳିଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା ଓ କୌଣସି କର୍ମଚାରୀଙ୍କୁ ପଠାଉ ନ ଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲ ଅଫିସ ସମ୍ମୁଖରେ ଏସ୍‌ସିଏସ୍‌ଟି ପିଲାମାନଙ୍କ ବହିସବୁ ଏଣେତେଣେ ପଡିଥିବା ଦେଖି ଏହାର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଥିଲେ। ସେହିପରି ଆବଶ୍ୟକ ଅନୁଯାୟୀ ଶ୍ରେଣୀ ଗୃହ ନ ଥିବା ଓ ତଳେ ବସି ପିଲାମାନେ ପଢୁଥିବାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଅଷ୍ଟମ ଶ୍ରେଣୀକୁ କଳିଙ୍ଗ ହାଇସ୍କୁଲକୁ ହସ୍ତାନ୍ତର ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଓ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। ଏହାପରେ ପୋକତୁଙ୍ଗା ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ କ୍ଲର୍କ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହିଥିବାରୁ ଦିନକର ଦରମା ବନ୍ଦ କରିବା ପାଇଁ ପ୍ରଧାନ ଶିକ୍ଷକ ସନାତନ ମୁଦୁଲିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା କମିଟି ସହାୟତାରେ ବିଦ୍ୟାଳୟ ପାଣ୍ଠିରୁ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଉଦ୍‌ଘାଟନ କରିଥିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବା ସହିତ ସେମାନଙ୍କ ସହ ବସି ଖାଇଥିଲେ। ତେବେ ଆନୁଷଙ୍ଗିକ ବିଜ୍ଞାନ ଉପକରଣ ଦିଆଯାଇଥିଲେ ବି ପିଲାମାନଙ୍କୁ ତାହା ଦେଖାଇ ପଢାଯାଉ ନ ଥିବା ଜାଣି ଶିକ୍ଷା ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍କୁଲରେ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ନ ଥିବାରୁ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଶିକ୍ଷା ପରିଚାଳନା କମିଟି ସଭାପତି ଦିନେଶ ଦେହୁରୀ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ପଦକ୍ଷେପ ନେବାକୁ ଜିଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନରେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ବେଳେ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥାନ ଖାତା ଯାଞ୍ଚ ସହ ଅଗ୍ନି ନିର୍ବାପକ ଯନ୍ତ୍ର, ଶୌଚାଳୟ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା କିପରି ଚାଲିଛି ତାହା ଜିଲା ଶିକ୍ଷା ଅଧିକାରୀ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

ବିଶ୍ବ ଆଦ୍ର ଭୂମି ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଲେ ଡିଏଫ୍‌ଓ, କହିଲେ ଗଞ୍ଜାମ ଜିଲାର…

ଭଞ୍ଜନଗର,୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବନ ବିହାର ପରିସରରେ ବିଶ୍ବ ଆଦ୍ର ଭୂମି ଦିବସ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri