ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି। ସରକାର ଏହି ଐତିହାସିକ କୀର୍ତ୍ତିରାଜିକୁ ଧ୍ୱଂସ ମୂହଁରୁ ରକ୍ଷା କରିବା ପାଇଁ କୌଣସି ଉଦ୍ୟମ କଲେନି। କେତେବେଳେ ଯେ ଏହା ଭୁଶୁଡି ପଡିବ ଓ ମୂଲ୍ୟବାନ ଜୀବନ ହାନି ଘଟିବ କହିହେବ ନାହିଁ । ସହରର ଗଡଭିତରବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ରାଜପ୍ରାସାଦର ମୁଖଶାଳାରୁ ଏକ ବିରାଟ ଅଂଶ ଭାଙ୍ଗି ତଳେ ପଡିଥିଲା। ସୌଭାଗ୍ୟକ୍ରମେ ସେତେବେଳେ ତଳେ କେହି ନଥିଲେ। ଭଗ୍ନ ପ୍ରାସାଦ ପାର୍ଶ୍ୱରେ ଏକ ଦୁର୍ଗା ମନ୍ଦିର ଅଛି। ସମ୍ମୁଖରେ ଗୋପାଲଜୀ ମନ୍ଦିର ରହିଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦେବୀ ଦୁର୍ଗା ଓ ଗୋପାଲଜୀ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ସେହିପରି ନଭେମ୍ବର ୧୨ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପାଲଜୀ ମନ୍ଦିର ପରିସରରେ ୫୧୧୫ତମ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାୟ ୩୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେବେ । ତେଣୁ କୌଣସି ଅଘଟଣ ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ଥିବା ରାଜପ୍ରାସାଦର କୋଠାକୁ ପ୍ରଶାସନ ଭାଙ୍ଗିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ଓ ବଡ ଗୋପାଲଜୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ଜିଲା ପ୍ରଶାସନ ସର୍ଭେ କରି ରାଜପ୍ରାସାଦକୁ ଅସୁରକ୍ଷିତ ଘୋଷଣା କରିବା ସହିତ ଭାଙ୍ଗିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗୁରୁବାର ମନ୍ଦିର କମିଟି ଜିଲାପାଳ ତଥା ମ୍ୟୁନିସିପାଲିଟିର ପ୍ରଶାସନିକ ଅଧିକାରୀ ମୋନିଷା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ଦୁର୍ଗାମନ୍ଦିର ପରିଚାଳନା କମିଟିର ସଭାପତି ବିଦୁଭୂଷଣ ପାଣିଗ୍ରାହୀ, ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବଂଶୀଧର ମହାପାତ୍ର, ରାମନାରାୟଣ ମହାପାତ୍ର, ସୀତାରାମ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ହୋତା, କୃପାସିନ୍ଧୁ ପାଣିଗ୍ରାହୀ, ଭିକାରୀ ଚରଣ ପୂଜାରୀ, ଜୟନାରାୟଣ ପୂଜାରୀ, ମଧୁମଙ୍ଗଳ ସାହୁ, ହିମାଂଶୁ ବଡପଣ୍ଡା, ଶୁଭ୍ରାଂଶୁ ଶେଖର ମିଶ୍ର ଓ ପ୍ରବୀଣ ପଟ୍ଟନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri