ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି, ତାର: ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଓ୍ବେସ୍କୋ

ରାଉରକେଲା ଅଫିସ, ୨୪।୨- ଷ୍ଟିଲ ସିଟି ସ୍ମାର୍ଟ ସିଟି ମାନ୍ୟତା ପାଇଲା। ହେଲେ ରାଉରକେଲାରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଯେମିତିକୁ ସେମିତି ପୁରୁଣାକାଳିଆ ଢଙ୍ଗରେ ଚାଲିଛି। ସହରର ଅଧିକାଂଶ ସ୍ଥାନରେ ଏବେ ବି ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି ଓ ତାରଗୁଡ଼ିକ ରହିଛି। ସ୍ଥାନେ ସ୍ଥାନେ ଖୁଣ୍ଟିଗୁଡ଼ିକ ଏଭଳି ଭଗ୍ନ ଅବସ୍ଥାରେ ରହିଛି ଯେ, ସାଧାରଣ ବର୍ଷା ପବନରେ ବି ଭାଙ୍ଗି ପଡ଼ିବା ଆଶଙ୍କା ରହିଛି। ଓ୍ବେସ୍କୋ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।
ସ୍ମାର୍ଟ ସିଟି ମାନ୍ୟତା ପରେ ସହରର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରୁ ରିଙ୍ଗରୋଡ଼, ବ୍ଲକ୍‌ଅଞ୍ଚଳର କେତେକ ସ୍ଥାନ, ସେକ୍ଟର ଏବଂ ବସ୍ତି ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ଓ ତାରଗୁଡ଼ିକ ଜାଲପରି ଛନ୍ଦିହୋଇ ଓହଳି ଥିବାରୁ ଏହି ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିଭଳି ମଧୁସୂଦନ ନଗର, ଭବାନୀପୁର ଅଞ୍ଚଳରେ ମଧ୍ୟ ବିଦ୍ୟୁତ ଖୁଣ୍ଟଗୁଡ଼ିକର ଅବସ୍ଥା ଶୋଚନୀୟ ରହିଛି। କେବଳ ଏହିସବୁ ଅଞ୍ଚଳ ନୁହେଁ, ଅଧିକାଂଶ ସ୍ଥାନରେ ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟି ଅତି ଦୟନୀୟ ଅବସ୍ଥାରେ ଅଛି। ସେହିଭଳି ଲୁହା ବିଦ୍ୟୁତ୍‌ ଖୁଣ୍ଟର ଅବସ୍ଥା ମଧ୍ୟ ଶୋଚନୀୟ। ଏଗୁଡ଼ିକ କଦବା କେତେବେଳେ ମରାମତି କରାଯାଏ। ନଚେତ୍‌ ସେମିତି ବର୍ଷବର୍ଷ ଧରି ଭଙ୍ଗାଦଦରା ଅବସ୍ଥାରେ ରହିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସହରର ଗୋପବନ୍ଧୁପାଲି ଅଞ୍ଚଳର ବାସିନ୍ଦା ଏ ବିଷୟରେ ସ୍ଥାନୀୟ ଓ୍ବେସ୍କୋ ଅଫିସରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ଫଳକିଛି ହୋଇନାହିଁ।
ଖାଲୁଆ ବା ତଳି ଅଞ୍ଚଳରେ ଅଧିକାଂଶ ବିଦ୍ୟୁତ୍‌ ଖୁଣ୍ଟ ମୂଳରେ ବର୍ଷା ଦିନେ ପାଣି ଜମାହୋଇ ରହେ। ଏହା ଖୁଣ୍ଟକୁ ଦୁର୍ବଳ କରେ। ଖୁଣ୍ଟମୂଳ କଳଙ୍କି ଲାଗି ଲୁହା ଗୁଣ୍ଡ ଖୁଣ୍ଟରୁ ଖସି ଦୁର୍ବଳ କରେ। ଏହି କାରଣରୁ ଅଧିକାଂଶ ସ୍ଥାନରେ ଖୁଣ୍ଟି ଅତି ଦୁର୍ବଳ ହୋଇରହିଛି। ଟିମ୍ବର କଲୋନୀର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ସାଧାରଣ ବର୍ଷା ହେଲେ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି। ଛେଣ୍ଡ କଲୋନୀ, ଡ଼େଲିମାର୍କେଟ, ଗୋପବନ୍ଧୁପାଲି ଭଳି ଅନେକ ଅଞ୍ଚଳରେ ଥିବା ଖୁଣ୍ଟିଗୁଡ଼ିକ ଆଜକୁ ୧୦ ବର୍ଷ ହେଲା ପରିବର୍ତ୍ତନ ହୋଇନାହିଁ। ଛେଣ୍ଡ ଅଞ୍ଚଳର ବାସିନ୍ଦା ପୁନୀତ ଗୋଏଲଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ଥିବା ଖୁଣ୍ଟିଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ ଅଛି। ଏପରିକି କେତେକ ସିମେଣ୍ଟ ଖୁଣ୍ଟିରୁ ଲୁହାତାର ଖଣ୍ଡ ବାହାରିପଡ଼ିଲାଣି। ସହରରେ ଲୋକସଂଖ୍ୟା ଦ୍ରୁତ ବଢୁଥିବାରୁ ଏହି ଦୁର୍ବଳ ଖୁଣ୍ଟିଗୁଡ଼ିକ ଭାଙ୍ଗିପଡ଼ି ବଡ଼ଧରଣର କ୍ଷତି ଘଟାଇବାର ସମ୍ଭାବନା ରହିଛି। ଓ୍ବେସ୍କୋର ଅଧିକାରୀମାନେ ବିଦ୍ୟୁତ୍‌ ଖୁଣ୍ଟି ଦୁର୍ବଳ ଅବସ୍ଥାରେ ଥିବା ଜାଣିଛନ୍ତି ବୋଲି ସ୍ବୀକାର କରିଛନ୍ତି। ତଥାପି ଏ ବିଷୟରେ କିଛି ପ୍ରତିକାର କରୁ ନ ଥିବା ଗୋଏଲ ଅଭିଯୋଗ କରିଛନ୍ତି। ଏନେଇ ଜଣେ ଓ୍ବେସ୍କୋ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଖୁଣ୍ଟି ମିଳୁଛି। କିନ୍ତୁ ଚାହିଦା ଅଧିକ ଥିବାରୁ ସବୁ ଅଞ୍ଚଳକୁ ଯୋଗାଇ ହେଉନି। ଏହା ବ୍ୟତୀତ କର୍ମଚାରୀ କମ ରହିଛନ୍ତି। ତେଣୁ ସବୁ ସ୍ଥାନରେ ଖୁଣ୍ଟି ପରିବର୍ତ୍ତନ ହୋଇପାରୁ ନାହିଁ ବୋଲି କହିଛନ୍ତି। କେବଳ ଉପରିସ୍ଥ ଅଧିକାରୀ ନୁହେଁ, ବିଭାଗର ସେକ୍‌ସନ ଅଧିକାରୀମାନେ ନିଜ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ସମସ୍ୟାଗୁଡ଼ିକ ଖୋଜି ବାହାର କରିବା ସହ ତାହାର ମରାମତି କରିପାରିବେ। ନୂଆଖୁଣ୍ଟିଗୁଡ଼ିକ ମଞ୍ଜୁର ହୋଇଛି। କିଛି ମାସ ମଧ୍ୟରେ ଲାଗିବ ବୋଲି ଅଧିକାରୀ କହିଛନ୍ତି। ସେହିଭଳି କେଶବ ପଣ୍ଡା ନାମକ ସାମାଜିକ କର୍ମୀ କହନ୍ତି, ବିଦ୍ୟୁତ୍‌ ତାରଗୁଡ଼ିକ ସବୁସ୍ଥାନରେ କେବୁଲ ଭିତରେ ମାଟି ତଳେ ଗଲେ ଭଲ ହେବ। ତାର ଛିଣ୍ଡିବା ଭୟ ନ ଥିବ। ମାଟିତଳେ ତ୍ରୁଟି ବାହାରିଲେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମରାମତି କରାଯାଇପାରିବ। ବ୍ରହ୍ମପୁରରେ ବିଦ୍ୟୁତ୍‌ ତାର ବସରେ ଲାଗି ଏକ ବଡ଼ ଦୁର୍ଘଟଣା ଘଟିବା ପରେ ମଧ୍ୟ ବିଭାଗର ଚେତାପଶୁ ନାହିଁ। ସତେ ଯେମିତି ଓ୍ବେସ୍କୋ ଆଉ ଏକ ବଡ଼ଦୁର୍ଘଟଣାକୁ ଅପେକ୍ଷା କରିଛି କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ରାଉରକେଲା ସହରର ୧୩୦ଟି ବସ୍ତି ଅଞ୍ଚଳରେ ୪୫ବର୍ଷ ଧରି ବିଦ୍ୟୁତ୍‌ ତାର ମରାମତି ହୋଇନାହିଁ। ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri