Posted inଖେଳ

ବିନୋଦଙ୍କ ପ୍ରତି ଆକ୍ରୋଶ ନ ଥିଲା: ଇଦୁଲ୍‌ଜୀ

ମୁମ୍ବାଇ,୨୨ା୧୦ (ପି.ଟି.)-ଦୀର୍ଘ ୩୩ମାସ ଧରି ଭାରତୀୟ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ଅନ୍ତିମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ସିଓଏର ଅନ୍ୟତମ ସଦସ୍ୟା ଡାଏନା ଇଦୁଲ୍‌ଜୀ କହିଛନ୍ତି, କାର୍ଯ୍ୟକାଳ ସମୟରେ କମିଟିର ମୁଖ୍ୟ ବିନୋଦ ରାୟଙ୍କ ସହିତ ହୁଏତ ତାଙ୍କର ଗୁରୁତର ମତଭେଦ ହୋଇଛି, ହେଲେ ତାଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ନ ଥିଲା। ସିଏଓ ଏକ ଗଣତାନ୍ତ୍ରିିକ ସଙ୍ଗଠନ ହୋଇଥିବାରୁ ଏଥିରେ ସ୍ବାଧୀନ ମତ ଉପସ୍ଥାପନ କରିବାର ଅଧିକାର ରହିଛି। ବୁଧବାର ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିଧିବଦ୍ଧ ଭାବେ ବିସିସିଆଇର ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ସିଇଓର କାର୍ଯ୍ୟକାଳ ଶେଷ ହେବ। ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍‌ଜୀ କହିଛନ୍ତି, ସିଓଏରେ ମୋର ଅଭିଜ୍ଞତା ଖୁବ୍‌ ଭଲ ଥିଲା। ଏଥିରେ ଏତେ ଦିନ ଧରି ମୋତେ କାର୍ଯ୍ୟକରିବାକୁ ପଡ଼ିବ ଏହା ମୋ କଳ୍ପନା ବାହାରେ ଥିଲା। ବୁଧବାର ନବ ନିର୍ବାଚିତ କର୍ମକର୍ତ୍ତାମାନେ ବିସିସିଆଇ ଦାୟିତ୍ୱ ଗ୍ରହଣ କରିବେ। କେତେକ ପ୍ରମୁଖ ପ୍ରସଙ୍ଗ ନେଇ ଇଦୁଲ୍‌ଜୀ ଏବଂ ପୂର୍ବତନ ସିଏଜି ରୟଙ୍କ ମଧ୍ୟରେ ଖୋଲାଖୋଲି ମତଭେବ ହୋଇଛି। ତନ୍ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଜାତୀୟ କୋଚ୍‌ ନିଯୁକ୍ତି ଅନ୍ୟତମ। ହେଲେ ଏଥିପାଇଁ ମୁଁ ଅନୁତପ୍ତ ନୁହେଁ ବୋଲି ଇଦୁଲ୍‌ଜୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଯାତ୍ରା ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: ନିଷ୍ପତ୍ତି ଯାହା…

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର…

ମିଳିତ ଜନ ଅଭିଯୋଗ ଶୁଣାଣି : ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ଆଦିତ୍ୟ…

ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ବାଲିଗୁଡା,୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଆଉଟ ପୋଷ୍ଟ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ପଇଡ଼ ବୋଝେଇ ଟ୍ରକ୍‌ରୁ…

କାମସାରି ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଗଲା ଜୀବନ 

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ପେଟ୍ରୋଲ ପମ୍ପ  ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ…

ବିବିସି ସ୍ପୋଟର୍‌ସ ଆଓ୍ବାର୍ଡ ଦୌଡ଼ରେ ରହିଛନ୍ତି ଭାରତର ଏହି ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨ା୨: ବିବିସି ଇଣ୍ଡିଆନ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ୨୦୨୫ ପାଇଁ ଦୌଡ଼ରେ ଯେଉଁ ଖେଳାଳିମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ଭାରତର ଐତିହାସିକ ୨୦୨୫…

‘ଚାଷୀଙ୍କ ପ୍ରତି ଉପହାସ ଚଳିବ ନାହିଁ’, ସରକାରଙ୍କୁ ଧୋଇଲେ ବିଜେଡି ବିଧାୟକ, କହିଲେ…

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋ଼ତୁ ୨୦୨୫-୨୬ରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ୍‌ ମାରିଥିବାରୁ ଜିଲାରେ ଚାଷୀ ଭାଇମାନେ ଧାନ ବିକିବା ପାଇଁ…

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

ମଦ୍ୟପ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବିମାନରେ ପୋଷାକ ଖୋଲି….

ନୂଆଦିଲ୍ଲୀ,୨।୨: ଜଣେ ଯାତ୍ରୀ ବିମାନରେ ହଙ୍ଗାମା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri