ବିନା ଭକ୍ତରେ ରଥଯାତ୍ରା ହେଉ: ରଘୁନାଥ ମହାପାତ୍ର

ପୁରୀ ଅଫିସ, ୧୩।୬: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ ନେଇ ଆଶା ଆଶଙ୍କା ଲାଗିରହିଛି। ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ଏଥର ବିନା ଭକ୍ତରେ ରଥଯାତ୍ରା କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଓ ରଥଯାତ୍ରା ହେବା ଆବଶ୍ୟକ। ପୁରୀ ସହରକୁ ଚାରିପଟୁ ସିଲ୍‌ କରି ବିନା ଭକ୍ତରେ ରଥଯାତ୍ରା ହେଉ। ପୋଲିସ ଏବଂ ସେବାୟତ ରଥ ଟାଣନ୍ତୁ। ପୁରୀବାସୀଙ୍କ ସମେତ ସମସ୍ତ ଶ୍ରଦ୍ଧାଳୁ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ। ଯଦି କରୋନାକୁ ନେଇ ପରିସ୍ଥିତି ଅଧିକ ଖରାପ ହୁଏ ତେବେ ରଥଯାତ୍ରା ନ ହେଲେ କିଛି ଅସୁବିଧା ନାହିଁ। ମହାପ୍ରଭୁଙ୍କ ପାତାଳି ସମୟରେ ମଧ୍ୟ ରଥଯାତ୍ରା ହୋଇ ନ ଥିଲା ବୋଲି ରଘୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri