ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହେଉଛି। କିନ୍ତୁ ଜିଲା କୃଷି ଓ ଉଦ୍ୟାନ ବିଭାଗର ଦୂରଦର୍ଶିତା ଓ ଆନ୍ତରିକତା ଅଭାବରୁ ଗତ ୫ବର୍ଷ ମଧ୍ୟରେ ଶୀତଳ ଭଣ୍ଡାର ୧ରୁ ୨ ହୋଇପାରି ନାହିଁ। ଏଥିପାଇଁ ଜିଲାର ଲକ୍ଷାଧିକ ପରିବା ଚାଷୀ ଅଭାବି ବିକ୍ରୀର ଶିକାର ହେଉଛନ୍ତି। ଏହାସହ କୃଷି ଓ କୃଷକ ସଶକ୍ତୀକରଣରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ପାଖରେ ଉପଯୁକ୍ତଭାବେ ପହଞ୍ଚି ପାରୁନାହିଁ। ଏହିକ୍ରମରେ ପରିବା ଚାଷୀ ସବୁକ୍ଷେତ୍ରରେ ଉପେକ୍ଷିତ ହେଉଥିବାବେଳେ ଯାଜପୁର ଜିଲାର ଜଣେ ହେଲେ ନିର୍ବାଚିତ ପ୍ରତିନିଧି ୨୬ ତାରିଖରେ ଶେଷ ହୋଇଥିବା ବିଧାନସଭାରେ ପରିବା ଚାଷୀଙ୍କ ବିକାଶ ପାଇଁ ଗୋଟିଏ ବି ପ୍ରଶ୍ନ ଉତଥାପନ କରି ନାହାନ୍ତି। କେବଳ ଉଦ୍ୟାନ ବିଭାଗ ନୁହେଁ ଜିଲାର ବିକାଶରେ ସମ୍ପୃକ୍ତ ଅନ୍ୟ ଯୋଜନା ସମ୍ପର୍କରେ ମଧ୍ୟ କେହି ପ୍ରଶ୍ନଟିଏ ନ କରିବା ଜିଲାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ୱର କୃଷି ଭବନ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୧୮୪୯/୧୯ା୨ା୨୦୧୯ରେ ନୟାଗଡା, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କଟକ ଓ ଅନୁଗୁଳ ଜିଲାର ଉଦ୍ୟାନ ଉପନିର୍ଦ୍ଦେଶକ(ଡିଡିଏଚ) ଏବଂ ଯାଜପୁର, ବରଗଡ ଓ ପଦମପୁର ଅତିରିକ୍ତ ଉପନିର୍ଦ୍ଦେଶକ(ଏଡିଏଚ୍‌)ଙ୍କୁ ୨୦ା୨ା୨୦୨୦ ସୁଦ୍ଧା ବିଧାନସଭା ପ୍ରଶ୍ନର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଡଚଣା ବ୍ଲକରେ ଥିବା ମହାବିନାୟକ ଫଳ ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କେତେ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହିତ ଏହି ଫଳ ଉଦ୍ୟାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ କି ବୋଲି ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥି (୯୮୨ ନମ୍ବର)ରେ ଏକମାତ୍ର ପ୍ରଶ୍ନ କରିଥିଲେ। ବିଧାୟକ ସତ୍ୟନାରାୟଣ ପ୍ରଧାନ(ତାରକା ଚିହ୍ନିତ ୭୨୫)ରେ ନୟାଗଡ ଜିଲାରେ ଚାଷ ଜମିରେ ପନିପରିବା ଓ ଫଳ ଚାଷ, ବିଧାୟକ ତାରାପ୍ରସାଦ ବାହିନୀପତି(ତାରକା ଚିହ୍ନିତ ୭୬୨)ରେ ଆଳୁ ଓ ପିଆଜ ଚାଷ ପାଇଁ ସରକାର ଆନ୍ତରିକତା ପ୍ରଦାନ କରୁନାହାନ୍ତି କାହିଁକି, ବିଧାୟକ ମକରନ୍ଦ ମୁଦୁଲି (ତାରକା ଚିହ୍ନିତ ୭୬୪)ରେ ରାୟଗଡା ଜିଲାର ଉଦ୍ୟାନ କୃଷି ପାଇଁ ବିଭିନ୍ନ ପ୍ରକ୍ପର ସଫଳତା ହାର, ବିଧାୟକ ଦେବେଶ ଆଚାର୍ଯ୍ୟ(ତାରକା ଚିହ୍ନିତ ୮୩୭)ବରଗଡ ଜିଲାର ସାମଗ୍ରିକ ଭାବେ କୃଷି କ୍ଷେତ୍ରରେ ଉନ୍ନତି ଲାଭ କରିଛି କି, ବିଧାୟକ ସୌଭିକ ବିଶ୍ୱାଳ(ନମ୍ବର ୮୮୨ ଓ ୮୮୩)ରେ ଫୁଲ ଚାଷକୁ ପ୍ରୋତ୍ସାହନ, ରମେଶଚନ୍ଦ୍ର ସାଏ(୮୮୯) ଚାଷୀଙ୍କୁ ଆମ୍ବ ଚାଷ ପାଇଁ ପ୍ରୋତ୍ସାହନ, ମୌଷଧି ବାଗ(୯୬୦) ଉଦ୍ୟାନ କୃଷିର ବିକାଶ ପାଇଁ ପ୍ରୋତ୍ସାହନ ଓ ପ୍ରଶାନ୍ତ ବେହେରା(୯୬୫)ରେ ସାଲେପୁରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି ଚାଷୀଙ୍କ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ପ୍ରଶ୍ନ କରି ଯୋଜନାର କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ଯାଜପୁର ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ହେଁ କୌଣସି ନେତୃବର୍ଗ ବିଧାନସଭାରେ ପ୍ରଶ୍ନ କିମ୍ବା ଦାବି ଉପସ୍ଥାପନ ନ କରିବା ଚାଷୀଙ୍କ ପାଇଁ କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ଦିଶୁଛି। ଯାଜପୁର ଓ କଟକ ଜିଲା ସୀମାନ୍ତ ଛତିଆରେ ଏକମାତ୍ର ବଂଶୀଧର ଶୀତଳ ଭଣ୍ଡାର ରହିଛି। ଚାଷୀଙ୍କଠାରୁ ତାହା ଦୂର ହେଉଥିବାରୁ ନିଜ କଷ୍ଟୋପାର୍ଜିତ ପନିପରିବାକୁ ଅତି କମ ଦରରେ ଦଲାଲ ହାତରେ ଟେକି ଦେଇ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସମବାୟ ବିଭାଗ ଅଧୀନରେ କୌଣସି ଶୀତଳ ଭଣ୍ଡାର ହୋଇନାହିଁ। ପୂର୍ବରୁ ସମବାୟ ବିଭାଗ ଅଧୀନରେ ରାଜ୍ୟରେ ସମୁଦାୟ ୧୮ଟି ସମବାୟ ଶୀତଳ ଭଣ୍ଡାର ରହିଛି। ସେଥିରୁ ମାତ୍ର ୪ଟି କାର୍ଯ୍ୟକ୍ଷମ। ହେଲେ ବିଡମ୍ବନା ଯେ, ଯାଜପୁର ଜିଲାରେ ଗୋଟିଏ ବି ସମବାୟ ଭିତ୍ତିକ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରି ନାହିଁ। ଏଥିରୁ ଯାଜପୁର ଜିଲାର କୃଷି ଓ କୃଷକଙ୍କୁ କିଭଳି ଉପେକ୍ଷା କରାଯାଉଛି ତାହା ସ୍ପଷ୍ଟ ଅନୁମେୟ। ଅନ୍ୟପକ୍ଷେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୧ଟି ଶୀତଳ ଭଣ୍ଡାର ବେସରକାରୀସ୍ତରରେ ନିର୍ମାଣ କରାଯାଇଛି। ଏଥିରୁ ଯାଜପୁର ଜିଲାର ଯାଜପୁର ଓ କଟକ ସୀମାନ୍ତ ଛତିଆ ନିକଟରେ ୪୯୦୦ ଏମଟି କ୍ଷମତା ବିଶିଷ୍ଟ ବଂଶୀଧର କୋଲ୍ଡ ଷ୍ଟୋରେଜ ନାମରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ରସୁଲପୁର ଅଞ୍ଚଳର ଚାଷୀ ରବୀନ୍ଦ୍ର ବେହରା, ଅକ୍ଷୟ ବେହେରା, ସୁଶାନ୍ତ ବେହେରା, ରମେଶ ବେହେରା ପ୍ରମୁଖ କୁହନ୍ତି ଏବେ ଗୋଟିଏ ଫୁଲ କୋବିକୁ ୧୦/୧୨ ଟଙ୍କା ଦରରେ ବିକ୍ରି କରିବାକୁ ପଡୁଛି। ଯଦି ନିକଟରେ ଶୀତଳ ଭଣ୍ଡାର ଥାଆନ୍ତା ସେଠାରେ ପରିବା ସଂରକ୍ଷଣ କରି ଠିକ ସମୟରେ ଉପଯୁକ୍ତ ଦରରେ ବିକ୍ରି କରି ପାରନ୍ତେ। କିନ୍ତୁ ଜିଲାରେ ଶୀତଳ ଭଣ୍ଡାର ନ ଥିବାରୁ ଶାଗମାଛ ଦରରେ ପରିବା ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri